ଭାରତର ସବୁଠୁ ବଡ଼ ବ୍ୟାଙ୍କ ଏସ୍ବିଆଇ ଗ୍ରାହକଙ୍କ ପାଇଁ କେତେକ ନୂଆ ନିୟମ ନେଇ ଆସିଛି । ଜୁନ୍ ୧୦ ବା ଆଜିଠାରୁ ଏସ୍ବିଆଇରେ ନୂଆ ନିୟମ ଲାଗୁ ହେବାକୁ ଯାଉଛି । ଏହାର ଫାଇଦା କୋଟି କୋଟି ଗ୍ରାହକ ମାନେ ନେଇପାରିବେ । ଆସନ୍ତୁ ଜାଣିବା କେଉଁ ସବୁ ବ୍ୟାଙ୍କ ନିୟମରେ ପରିବର୍ତ୍ତନ ହୋଇଛି.ଜୁନ୍ ୧୦ରୁ ଏସ୍ବିଆଇ ନିଜ କୋଷର ଏମ୍ସିଏଲ୍ଆରରେ ୦.୨୫ ପ୍ରତିଶତ କାଟ୍ କରିବାକୁ ଘୋଷଣା କରିଛି ।

ଏହି କାଟ୍ ପରେ ବର୍ଷିକିଆ ବୈଧତାଯୁକ୍ତ ଏମ୍ସିଏଲ୍ଆର ଦର ୭.୨୫ ପ୍ରତିଶତରୁ କମି ୭ ପ୍ରତିଶତ ହୋଇଅଛି । ସୂଚନାଯୋଗ୍ୟ ଯେ ବ୍ୟାଙ୍କ ତରଫରୁ ଲଗାତାର ୧୩ ଥର ପାଇଁ ଏମ୍ସିଏଲଆର ଦରରେ କାଟ୍ କରାଯାଇଅଛି । ଏହା ପୂର୍ବରୁ ଏସ୍ବିଆଇ ବାହାର ବେଞ୍ଚ୍ମାର୍କର ସହ ଜଡ଼ିତ ସୁଧ ହାର(ଇବିଆର)କୁ ୭.୦୫ ପ୍ରତିଶତ କମାଇ ବର୍ଷକୁ ୬.୬୫ ପ୍ରତିଶତ କରିଥିଲା । ଏଥିସହ ରେପୋ ରେଟ୍ ସହ ଜଡ଼ିତ ସୁଧହାରକୁ ୬.୬୫ ପ୍ରତିଶତରୁ କମାଇ ୬.୨୫ ପ୍ରତିଶତ କରିଦେଇଛି ।
ତେବେ ଏହି ନୂଆ ଦର ଜୁଲାଇରୁ ଲାଗୁ ହେବ ବୋଲି ଜଣାଯାଇଛି । ସୂଚନାଯୋଗ୍ୟ ଯେ କରୋନା ସଙ୍କଟ ସମୟରେ ଋଣ ଦେବା ଉପରେ ବ୍ୟାଙ୍କ ଅଧିକ ଗୁରୁତ୍ୱ ଦେଉଛି । ଏଥିପାଇଁ ରିଜର୍ଭ ବ୍ୟାଙ୍କ ତରଫରୁ ବ୍ୟାଙ୍କକୁ ପ୍ରୋତ୍ସାହନ ମଧ୍ୟ ଦିଆଯାଉଛି । ଏହି କାରଣରୁ ରିଜର୍ଭ ବ୍ୟାଙ୍କ ଲକ୍ଡାଉନ୍ରେ ଦୁଇଥର ରେପୋ ରେଟ୍ ହ୍ରାସ କରିଛି । ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପଢିବା ପାଇଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ, ଏହି ପୋଷ୍ଟକୁ ଅଧିକ ଅଧିକ ସେୟାର କରନ୍ତୁ ।