ସାଇବର କ୍ରାଇମ ଓ ଫ୍ରଡ଼କୁ ଅଟକାଇବା ପାଇଁ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (SBI) ATM ରୁ ପଇସା ଉଠାଇବା ନିୟମ ବଦଳାଇଦେଇଛି । ଏବେ ଆପଣଙ୍କୁ ATM ରୁ ୧୦ ହଜାରରୁ ଅଧିକ ପଇସା ଉଠାଇବା ପାଇଁ ଓଟିପିର ଆବଶ୍ୟକତା ପଡିବ । SBI ନିଜ ଗ୍ରାହକ ମାନଙ୍କ ପାଇଁ ଏହି ନିୟମ ୧୮ ସେପ୍ଟେମ୍ବରରୁ ଲାଗୁ କରିଦେଇଛି ।
ଦେଶର ସବୁଠୁ ବଡ଼ ସରକାରୀ ବ୍ୟାଙ୍କ SBI ର ନୂଆ ନିୟମ ଅନୁସାରେ ଏବେ ଗ୍ରହକ ମାନଙ୍କୁ ୧୦ ହଜାର ବା ତାଠୁ ଅଧିକ ପଇସା ATM ରୁ ଉଠାଇବା ପାଇଁ ଓଟିପି ଦେବାକୁ ହେବ । ଏହି ଓଟିପି ଆପଣ ରେଜିଷ୍ଟର ନମ୍ବରରେ ବ୍ୟାଙ୍କ ଦ୍ଵାରା ପଠାଯିବ । ଏହାର ଅର୍ଥ ଆପଣ ବିନା ମୋବାଇଲରେ ATMରୁ ପଇସା ଉଠାଇ ପାରିବେ ନାହିଁ । ଆପଣଙ୍କୁ କହିରଖିବୁ ଆଗରୁ ଏହି ସୁବିଧା ରାତି ୮ ରୁ ସକାଳ ୮ ପର୍ଯ୍ୟନ୍ତ ଥିଲା ଏବେ କିନ୍ତୁ ଏହାକୁ ୨୪ ଘଣ୍ଟା କରିଦିଆଯାଇଛି ।
କିପରି ପଇସା ଉଠାଇବେ:
ଯଦି ଆପଣ ନିଜ ଷ୍ଟେଟ ବ୍ୟାଙ୍କ ATM ରୁ ୧୦ ଟଙ୍କା ଉଠାଇବେ ,ତେବେ ଆପଣଙ୍କୁ ATM ମେସିନରେ ପଇସା ରାଶି ସହିତ ଓଟିପି ମଧ୍ୟ ଉପଲବ୍ଧ ରହିବ । ଏହା ସହିତ ଗ୍ରାହକ ମାନଙ୍କ ମୋବାଇଲକୁ ଓଟିପି ଆସିବ । ଯାହା ପରେ ଓଟିପି ଦେବା ପରେ ଯାଇ ଆପଣ ପଇସା ଉଠାଇପାରିବେ । ଆପଣଙ୍କୁ କହିରଖିବୁ ଏହି ସୁବିଧା କେବଳ ଷ୍ଟେଟ ବ୍ୟାଙ୍କ ATM ରେ ହିଁ ଉପଲବ୍ଧ ଅଛି ।
ଓଟିପି ବିନା ଉଠାଇହେବନି ପଇସା:
ଯଦି କୌଣସି ଗ୍ରାହକଙ୍କ ପାଖରେ ନିଜ ରେଜିଷ୍ଟ୍ରର ମୋବାଇଲ ନମ୍ବର ନଥିବ ତେବେ ସେ ନିଜ ଷ୍ଟେଟ ବ୍ୟାଙ୍କ ଡେବିଟି କାର୍ଡ଼ ଦ୍ଵାରା ATM ରୁ ୧୦ ହଜାର ଟଙ୍କାରୁ ଅଧିକ ଉଠାଇପାରିବେନି । ସେଥିପାଇଁ ଗ୍ରାହକ ମାନଙ୍କୁ ନିଜ ଉପଲବ୍ଧ ନମ୍ବରକୁ ଜେଜିଷ୍ଟେର କରିବା ଆବଶ୍ୟକ ।

ଓଟିପି ସୁବିଧା ୨୪ ଘଣ୍ଟା କାମ କରିବ:
ATM ରେ କରାଯାଉଥିବା ଫ୍ରଡ଼କୁ ରୋକିବା ପାଇଁ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଓଟିପି ବ୍ୟବସ୍ଥାକୁ ୨୪ ଘଣ୍ଟା ଉପଲବ୍ଧ ପାଇଁ ଲାଗୁକରିଦେଇଛି । ଏହି ସୁବିଧା ୨୪×୭ ଦିନ କାମ କରିବ । ଯାହା ଦ୍ୱାରା ଗ୍ରାହକ ମାନେ ATM ରେ ହେଉଥିବା ବିଭିନ୍ନ ପ୍ରକାର ଫ୍ରଡ଼ଠୁ ବଞ୍ଚିପାରିବେ ।
କହିରଖିବୁ କି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ପୁରା ଭାରତରେ ପାଖାପାଖି ୨୨,୦୦୦ ବ୍ରାଞ୍ଚ ଅଛି ଓ ATM ଶାଖା ୫୮,୦୦୦ ରୁ ଅଧିକ ଅଛି । ସେହିପରି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ପାଖାପାଖି ୬.୬ କୋଟି ଗ୍ରାହକ ଇଣ୍ଟରନେଟ ବ୍ୟାଙ୍କିଙ୍ଗ କରୁଛନ୍ତି ।
ଆପଣମାନେ ଜାଣିଥିବେ ଆଜିକାଲି ATMରୁ ବିଭିନ୍ନ ଉପାୟରେ ଗ୍ରାହକ ମାନଙ୍କ ସହିତ ଫ୍ରଡ଼ ହେଉଛି । ସାଇବର ଚୋର ମାନେ ଗ୍ରାହ

କ ମାନଙ୍କୁ ମିଛ ଫୋନ କଲ କରି ନିଜକୁ ବ୍ୟାଙ୍କ ଅଧିକାରୀ କହି ଲୁଟୁଛନ୍ତି । ମନେ ରଖନ୍ତୁ ବ୍ୟାଙ୍କର କୌଣସି ଅଧିକାରୀ କେବେ ଗ୍ରାହକ ମାନଙ୍କୁ କଲ କରନ୍ତି ନାହିଁ ଯାହା ବି ନୋଟିସ ଆସେ ସବୁ ଡାକ ଯୋଗେ ଆସେ । ଏଥିପ୍ରତି ସତର୍କ ରୁହନ୍ତୁ ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।