ସରକାରଙ୍କ ବଡ଼ ଘୋଷଣା, ଜୁଲାଇ ୨୬ ରୁ ଖୋଲିବ ସ୍କୁଲ କଲେଜ! ପଢନ୍ତୁ ସମ୍ପୂର୍ଣ୍ଣ ଖବର

ଆପଣ ଜାଣିଥିବେ ଗତ ଦେଢ଼ ବର୍ଷ ହେବ ସମଗ୍ର ବିଶ୍ୱରେ ଲାଗିରହିଛି ମହାମାରି କରୋନା। ଯାହାର ସବୁଠୁ ଅଧିକ ପ୍ରଭାବ ଶିକ୍ଷା ଉପରେ ପଡିଛି କାରଣ ଗତ ଦେଢ଼ ବର୍ଷ ହେବ ସ୍କୁଲ ଓ କଜେଲ ବନ୍ଦ ପଡିଛି। ଏମିତିକି ମାଟ୍ରିକ ଓ ଯୁକ୍ତ ୨ ପିଲା ପରୀକ୍ଷା ମଧ୍ୟ ଦେଇପାରିଲେ ନାହିଁ। ଏବେ ଦେଶରେ କରୋନାର ଦ୍ୱିତୀୟ ଲହରୀ ଚାଲିଛି ଯାହାର ପ୍ରକୋପ ଆରମ୍ଭରେ ସାଂଘାତିକ ଥିଲା ଏବେ ଏହା ଧୀରେ ଧୀରେ ସ୍ବଭାବିକ ହେଉଥିବାରୁ ସରକାର ଧିରେ ଧୀରେ ସ୍କୁଲ କଲେଜ ଖୋଲିବାକୁ ନିଷ୍ପତ୍ତି ନେଉଛନ୍ତି ବୋଲି ଜଣା ଯାଉଛି।

Google

ଆପଣଙ୍କୁ କହିରଖିବୁ ୧୭ ତାରିଖ ଶନିବାର ଦିନ ସ୍କୁଲ ଓ କଲେଜ ଖୋଲିବା ପାଇଁ ରାଜ୍ୟ ସରକାର ବଡ଼ ନିସ୍ପତି ନେଇଛନ୍ତି। ଏହାର ପ୍ରକାର ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି। ରାଜ୍ୟରେ ଧୀରେ ଧୀରେ ସଂକ୍ରମଣ ହାର କମୁଥିବାରୁ କଟକଣା ମଧ୍ୟ ଧୀରେ ଧୀରେ କମାଯାଉଛି। ଏବେ ରାଜ୍ୟ ସରକାର ଶିକ୍ଷାକୁ ଧୀରେ ଧୀରେ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଥମେ ଜୁଲାଇ ୨୬ରେ ଦଶମ ଓ ଦ୍ଵାଦଶ ଶ୍ରେଣୀ ଖୋଲିବ ବୋଲି ଘୋଷଣା କରାଯାଇଛି।

ଏହା ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ପାଇଁ ଲାଗୁହୋଇଛି। ପିଲାମାନେ ନିଜ ଘର ଲୋକଙ୍କ ପରାମର୍ଶ ନେଇ ହିଁ କ୍ଳାସ କରିବାକୁ ଯିବେ। କୌଣସି ପିଲା ପାଇଁ ଏହା ବାଧ୍ୟତାମୂଳକ ନୁହେଁ। କରୋନା ନିୟମ ଅନୁସାରେ କ୍ଳାସ ହେବ। ବିଦ୍ୟାଳୟ ଓ କଲେଜକୁ ଗୋଟେ ସପ୍ତାହ ପୂର୍ବରୁ ଭଲସେ ସାନିଟାଇଜ କରାଯିବ। ପିଲାମାନେ ୧୦ ରୁ ୧ ପର୍ଯ୍ୟନ୍ତ କ୍ଳାସ କରିବେ। ଏହା ସହିତ ସ୍କୁଲ ଓ କଲେଜ ରବିବାର ଓ ଅନ୍ୟ ଛୁଟି ଦିନରେ ପୂର୍ଵ ପରି ବନ୍ଦ ରହିବ।

Google

ଏବେ ପର୍ଯ୍ୟନ୍ତ ସମ୍ପୂର୍ଣ ପରିସ୍ଥିତି ଠିକ ହୋଇନି ସେଥିପାଇଁ ଏବେ କେବଳ ଏହି ଦୁଇଟି ମୁଖ୍ୟ ଶ୍ରେଣୀ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି ଆଗକୁ ଯଦି ପରିସ୍ଥିତି ଅଧିକ ଭଲ ହୁଏ ତେଣେ ଅଗଷ୍ଟ ୧୫ ପରେ ନବମ ଓ ସେପ୍ଟେମ୍ବର ୧୫ ରୁ ଏକାଦଶ ଶ୍ରେଣୀ ଖୋଲାଯାଇପାରିବ ବୋଲି ସୂଚନା ଦିଆଯାଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *