୩୩ କୋଟି ଛାତ୍ର-ଛାତ୍ରୀଙ୍କ ପାଇଁ ଖୁସି ଖବର, ସମଗ୍ର ଦେଶରେ ଏହି ଦିନ ଖୋଲିପାରେ ସ୍କୁଲ ।

୩୩ କୋଟି ଛାତ୍ର-ଛାତ୍ରୀଙ୍କ ପାଇଁ ଖୁସି ଖବର, ସମଗ୍ର ଦେଶରେ ଏହି ଦିନ ଖୋଲିପାରେ ସ୍କୁଲ ।, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Save Tree, Save Life, Extended Lockdown

କରୋନା ସଙ୍କଟ କାରଣରୁ ଦେଶର ଶିକ୍ଷା ବ୍ୟବସ୍ଥା ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛି । କରୋନା ଭାଇରସ୍‌ ଲକ୍‌ଡାଉନ୍‌ କାରଣରୁ ମାର୍ଚ୍ଚ ମାସରୁ ସ୍କୁଲ-କଲେଜ୍ ବନ୍ଦ ରହିଛି । ହେଲେ ଅଗଷ୍ଟ ମାସରେ ସ୍କୁଲ-କଲେଜ୍ ଖୋଲିବାର ସମ୍ଭାବନା ରହିଛି । ଦେଶର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ବିବିସିକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି, ସମଗ୍ର ଦେଶରେ ବନ୍ଦ ରହିଥିବା ଶିକ୍ଷାନୁଷ୍ଠାନ ଅଗଷ୍ଟ ପରେ ଖୋଲା ଯାଇପାରେ । ପୂରା ଦେଶରେ ମାର୍ଚ୍ଚ ୧୬ରୁ ସ୍କୁଲ ଓ କଲେଜ୍ ବନ୍ଦ ରହିଛି । ସମଗ୍ର ଦେଶର ପ୍ରାୟ ୩୩ କୋଟି ଛାତ୍ର ସଂପ୍ରତି ଏହି ଭ୍ରମରେ ପଡି ଯାଇଛନ୍ତି ଯେ, କେବେ ସ୍କୁଲ ଖୋଲିବ । ସେମାନେ ସ୍କୁଲ-କଲେଜ୍ କେବେ ଖୋଲିବ ତାହା ଶୁଣିବାକୁ ଅପେକ୍ଷା କରି ରହିଛନ୍ତି ।

ମେ ମାସରେ ମିଳିଥିବା ଏକ ରିପୋର୍ଟ ଅନୁସାରେ ଏହା କୁହାଯାଉଥିଲା ଯେ, ସ୍କୁଲ ଓ କଲେଜ୍ ଜୁଲାଇ ମାସରେ ଖୋଲା ଯାଇପାରେ ।

K'taka mulls opening of schools in July after consultation with ...
Google

ଏହି ସମୟରେ ଶିକ୍ଷାନୁଷ୍ଠାନଗୁଡିକରେ ୩୦ ପ୍ରତିଶତ ଛାତ୍ର-ଛାତ୍ରୀ ଉପସ୍ଥିତ ରହି ପାରନ୍ତି ବୋଲି କୁହାଯାଉଥିଲା । ଏହା ସହିତ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନେ ଘରେ ରହିବେ । ଏହା ମଧ୍ୟ କୁହାଯାଉଥିଲା ଗ୍ରୀନ ଓ ଅରେଞ୍ଜ ଜୋନ୍‌ରେ ଶିକ୍ଷାନୁଷ୍ଠାନକୁ ଖୋଲି ଦିଆଯିବ । ଏହି ସମୟରେ ସାମାଜିକ ଦୂରତା ନିୟମ କଡାକଡି ପାଳନ କରାଯିବ । ଏହା ବ୍ୟତୀତ ସ୍କୁଲର ସଞ୍ଚାଳନ ଦିନକୁ ଦୁଇଟି ପର୍ଯ୍ୟାୟରେ ହେବ ।

ଇଣ୍ଡିଆ ଟୁଡେର ଖବର ଅନୁଯାୟୀ, ଦେଶର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ରମେଶ ପୋଖରିୟାଲ ନିଶଙ୍କ କହିଛନ୍ତି, ସ୍କୁଲ ଅଗଷ୍ଟ ମାସ ପରେ ଖୋଲିପାରେ । ଏହି ମାମଲାରେ ଛାତ୍ର, ଅଭିଭାବକ ଓ ଶିକ୍ଷକଙ୍କ ମଧ୍ୟରେ ଭ୍ରମାତ୍ମକ ସ୍ଥିତି ଲାଗି ରହିଛି । କିନ୍ତୁ ନିଶଙ୍କ କହିଛନ୍ତି ସ୍କୁଲ ଓ କଲେଜକୁ ଅଗଷ୍ଟ ପରେ ପୁଣି ଥରେ ଖୋଲି ଦିଆଯିବ । ହୋଇପାରେ ଅଗଷ୍ଟ ୧୫ ପରେ ସ୍କୁଲ-କଲେଜ୍ ଖୋଲା ଯାଇପାରେ ।

ମାନବ ସମ୍ବଳ ମନ୍ତ୍ରୀ କହିଛନ୍ତି, ଆମେ ଉଦ୍ୟମ କରୁଛୁ ଯେ, ଅଗଷ୍ଟ ୧୫ ସୁଦ୍ଧା ସବୁ ପରୀକ୍ଷାର ସବୁ ରେଜଲ୍ଟ ଘୋଷଣା ହୋଇଯାଉ । ତେଣୁ ଆମେ ଆଶା କରୁଛୁ ଅଗଷ୍ଟ ମାସରେ ସ୍କୁଲ-କଲେଜ ଖୋଲିଯିବ । ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପଢିବା ପାଇଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ, ଏହି ପୋଷ୍ଟକୁ ଅଧିକ ଅଧିକ ସେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *