ଦୁନିଆରେ ହୱାଇ ଦୀପ ଇନ୍ଦ୍ରଧନୁ ପାଇଁ ସଂସ୍କୃତିର ମୁଖ୍ୟ ଅଂଶ। ଏପରିକି ହୱାଇ ଭାଷାରେ ମଧ୍ୟ କିଛି ଅକ୍ଷରରେ ଇନ୍ଦ୍ରଧନୁର ଝଲକ ଦେଖିବାକୁ ମିଳିଥାଏ। ଦୁନିଆର ଅନ୍ୟ ସଂସ୍କୃତି ଭଳି ହୱାଇ ପୌରାଣୀଙ୍କ କଥାରେ ଏହାକୁ ପୃଥିବୀ ଓ ସ୍ୱର୍ଗକୁ ମଧ୍ୟକୁ ରାସ୍ତା କରାଯାଇଛି। ଏଠାକାର ଇନ୍ଦ୍ରଧନୁର ଲୋକପ୍ରିୟତା ପରେ ଏବେ ବୈଜ୍ଞାନିକମାନେ ବି ଏହା ମାନିଛନ୍ତି କି ଏଠାକାର ଇନ୍ଦ୍ରଧନୁ ଦୁନିଆର ସବୁଠୁ ସୁନ୍ଦର ଇନ୍ଦ୍ରଧନୁ ଅଟେ।

ୟୁଏଚ ମାନାଓ ସ୍କୁଲ ଅଫ ଓସିନ ଆଣ୍ଡ ଅର୍ଥ ସାଇନନ୍ସ ଆଣ୍ଡ ଟେକ୍ନୋଲୋଜିର ପ୍ରଫେସର ଓ ଲେଖକ ଷ୍ଟିବେନ ବୁସିଂଙ୍ଗରଙ୍କର କହିବା ଅଟେକି ହୱାଇ ପୌରାଣୀଙ୍କ କଥାରେ ଏପରି ଶବ୍ଦ ଅଛି ଯେଉଁଥିରେ ଇନ୍ଦ୍ରଧନୁ ପରିଲକ୍ଷିତ ହୋଇଥାଏ। ସେ କହିଥାନ୍ତି ଶବ୍ଦ ଯେପରି ଓକାକେ-ପୃଥିବୀ ସହ ଲାଗିରହିଥିବା ଇନ୍ଦ୍ରଧନୁ,କୋହିଲି-ଠିଆ ହୋଇଥିବା ଇନ୍ଦ୍ରଧନୁ,ପୁନାକେୟା-ବେଳେ ବେଳେ ଦେଖାଯାଉଥିବା ଇନ୍ଦ୍ରଧନୁ।
ଇନ୍ଦ୍ରଧନୁ ହେବାପାଇଁ ବର୍ଷା ଓ ସୂର୍ଯ୍ୟକିରଣ ସହ ୪୦ ଡିଗ୍ରୀର କୋଣ ହେବା ଆବଶ୍ୟକ। ଯେବେ ସୂର୍ଯ୍ୟ ଉଚ୍ଚା କୋଣକୁ ଯାଆନ୍ତି ସେବେ ଇନ୍ଦ୍ରଧନୁ ଦେଖାଯିବା ବନ୍ଦ ହୋଇଯାଇଥାଏ।କିନ୍ତୁ ସୂର୍ଯ୍ୟ ଅସ୍ତ ସମୟରେ ସବୁଠୁ ଅଧିକ ସମୟ ପାଇଁ ଇନ୍ଦ୍ରଧନୁ ଦେଖାଯାଇଥାଏ।
ହୱାଇ ଦୀପରେ ଏତେ ମାତ୍ରରେ ଇନ୍ଦ୍ରଧନୁ ଦେଖାଯିବାର ବୈଜ୍ଞାନିକ କାରଣ ମଧ୍ୟ ଅଛି। ଏଠାକାର ଜଳବାୟୁ କିଛି ଅଲଗା ପ୍ରକାରର ସେଥିପାଇଁ ଏଠାରେ ବାରମ୍ବାର ବର୍ଷା ହୋଇଥାଏ ଓ ଆକାଶ ସଫା ରହିଥାଏ।
ଭୁସିଂଙ୍ଗର କହିଥାନ୍ତି କି ଏଠାରେ ଅଧିକ ଇନ୍ଦ୍ରଧନୁ ଦେଖିବାକୁ ମିଳିବା ପାଇଁ ଚାରିଟି ମୁଖ୍ୟ କାରଣ ରହିଛି ଯାହା ହେଉଛି,ଏଠାରେ ରାତ୍ରିରେ ସମୁଦ୍ର ତଳକୁ ଆହୁରି ଗରମ କରିଦେଇଥାଏ। ଯେବେକି ମହାକାଶ ଥଣ୍ଡା ହୋଇଯାଇଥାଏ। ଯାହା ଫଳରେ ଜୋରେ ବର୍ଷା ହୋଇଥାଏ ଓ ଇନ୍ଦ୍ରଧନୁ ଦେଖିବାକୁ ମିଳିଥାଏ।

ଏଠାକାର ପାହାଡ଼ ଏଠାରେ ପଡୁଥିବା ଇନ୍ଦ୍ରଧନୁର ଦ୍ୱିତୀୟ କାରଣ ଅଟେ। ପାହାଡ଼ କାରଣରୁ ବ୍ୟାପାରିକ ପବନ ଉପରକୁ ହୋଇଯାଇଥାଏ ଓ ବର୍ଷା ହୋଇଥାଏ। ଏହି ପାହାଡ଼ କାରଣରୁ ହୱାଇ ମରୁଭୂମି ହୋଇଯାଏଥାଏ ଯେଉଁଠି ବର୍ଷକୁ ୧୭ ଇଞ୍ଚ ପାଖାପାଖି ବର୍ଷା ହୋଇଥାଏ।
ଏଠାରେ ଅଧିକ ଇନ୍ଦ୍ରଧନୁ ଦେଖାଯିବାର ତୃତୀୟ କାରଣ ଏଠାରେ ଦିନରେ ହେଉଥିବା ଅଧିକ ଗରମ। ଯାହା ଦ୍ୱାରା ଖରାବେଳେ ବର୍ଷା ହୋଇଥାଏ । ଏହା ଦ୍ଵାରା ସୂର୍ଯ୍ୟଅସ୍ତ ସମୟରେ ସୁନ୍ଦର ସୁନ୍ଦର ଇନ୍ଦ୍ରଧନୁ ପଡିଥାଏ। ଏଠାରେ ସୁନ୍ଦର ଇନ୍ଦ୍ରଧନୁ ଦେଖାଯିବାର ଚତ୍ରୁର୍ଥ କାରଣ ଏଠାକାର ପବନ ବହୁତ ସଫା ଯାହା ଦ୍ୱାରା ବାଲି ଧୂଳି ପବନରେ ଆସିନଥାଏ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।