ବୈଜ୍ଞାନିକଙ୍କ ବଡ଼ ମତ, କୋଭିଡ ପରେ ଦେହକୁ ସୁସ୍ଥ ରଖିବା ନିମନ୍ତେ ବ୍ୟବହାର ହେଉ ‘କଡ଼କନାଥ ଥେରାପି’..

କଡକନାଥ କୁକୁଡ଼ା ଏପରି ଏକ ପ୍ରଜାତି ଯାହାର ବ୍ୟବହାର ଆମେ ସାଧାରଣତଃ ଔଷଧ ରୂପରେ କରିଥାଉ। ଏହା ହେଉଛି କୁକୁଡ଼ା ପ୍ରଜାତିର ଏକ ବହୁତ ଉକୃଷ୍ଟ ମାନର ପ୍ରଜାତି। ଏହାକୁ ଅନେକ ଲୋକ ନିଜର ବିଭିନ୍ନ ପ୍ରକାରର ରୋଗକୁ ଭଲ କରିବା ପାଇଁ ବ୍ୟବହାର କରନ୍ତି।ତେବେ ଏହି କୁକୁଡ଼ାକୁ ସାଧାରଣତଃ ରକ୍ତଚାପ ଥିବା ବ୍ୟକ୍ତିମାନେ ଏହାକୁ ଅଧିକ ଖାଇଥାନ୍ତି। ଏହି କୁକୁଡ଼ାର ମାଂସ ଏକ ଅତି ଉଚ୍ଚ ମାନର ମାଂସ ହୋଇଥାଏ। ଫଳରେ ଏହାକୁ ରକ୍ତଚାପ ଥିବା ବ୍ୟକ୍ତିମାନେ ସେମାନଙ୍କର ରକ୍ତଚାପକୁ ନିୟନ୍ତ୍ରଣରେ ରଖିବା ପାଇଁ ବ୍ୟବହାର କରନ୍ତି।

Google

ଏହା ସାଧାରଣ ଭାବରେ ମଧ୍ୟପ୍ରଦେଶର ଝାବୁଆ ଜିଲ୍ଲାରେ ବହୁତ ଅଧିକ ମାତ୍ରାରେ ମିଳେ ଓ ମଧ୍ୟପ୍ରଦେଶର ଅନ୍ୟ ସମସ୍ତ ଜିଲ୍ଲାର ଲୋକ ଏହି ଜିଲ୍ଲାକୁ ଏହି କୁକୁଡ଼ାକୁ କିଣିବା ପାଇଁ ଆସିଥାନ୍ତି। ତେବେ ଏହା ଏହି ରାଜ୍ୟ ବାହାରକୁ ମଧ୍ୟ ବହୁତ ବଡ଼ ଆକାରରେ ରପ୍ତାନି ହୋଇଥାଏ। ତେବେ ଏହି କୁକୁଡ଼ାର ସମ୍ପୂର୍ଣ୍ଣ ଶରୀର କଳା ରଙ୍ଗର ହୋଇଥାଏ। ଏହା ସହିତ ଏହାର ଆଖି ଏହାର ପର ଓ ଏହାର ଗୋଡ଼ ମଧ୍ୟ ସମ୍ପୂର୍ଣ୍ଣ ଭାବରେ କଳା ରଙ୍ଗର ହୋଇଥାଏ। ତେବେ ଏହି କୁକୁଡ଼ାର ରକ୍ତ ଅତ୍ୟଧିକ ନାଲି ହୋଇ ଥିବାରୁ ଏହାର ରଙ୍ଗ ମଧ୍ୟ କଳା ଭଳି ଦେଖା ଯାଇଥାଏ।

ଏହି କୁକୁଡ଼ାର ଏକ ମୁଖ୍ୟ କାର୍ଯ୍ୟ ହେଉଛି ଏହା ମନୁଷ୍ୟ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇ ଦେଇଥାଏ।ସେଥିପାଇଁ ବର୍ତ୍ତମାନ ବଜାରରେ ଏହାର ଚାହିଦା ବହୁତ ଅଧିକ। ସେଥିପାଇଁ ଏହା ବଜାରରେ ଅଧିକ ଦରରେ ମଧ୍ୟ ବିକ୍ରି ହୋଇଥାଏ। ଏହା ସହିତ ବର୍ତ୍ତମାନ କରୋନା ମହାମାରୀର ମୁକାବିଲା କରିବା ପାଇଁ ରୋଗ ପ୍ରତିରୋଧକ ଶକ୍ତିର ଆବଶ୍ୟକତା ଅଧିକ ଥିବାରୁ ବର୍ତ୍ତମାନ ଏହା ଅଧିକ ମାତ୍ରାରେ ବିକ୍ରି ହେବାରେ ଲାଗିଛି। ଏହା ସହିତ ଏହାର ଅଣ୍ଡା ମଧ୍ୟ କଳା ରଙ୍ଗର ହୋଇଥାଏ। ଏହାର ଅଣ୍ଡାରେ ଅନେକ ପ୍ରକାରର ପୋଷକ ତତ୍ତ୍ଵ ରହିଥାଏ ଯାହା ଆମ ଶରୀରର ଅନେକ ଆବଶ୍ୟକତାକୁ ପୁରାଣ କରିଥାଏ।

Google

ତେବେ ବର୍ତ୍ତମାନ ବଜାରରେ ଏହାର ଚାହିଦା ବହୁତ ଅଧିକ ଥିବାରୁ ବର୍ତ୍ତମାନ ଏହାର ଅନେକ ସ୍ଥାନରେ କଳାବଜାରୀ ହେଉ ଥିବାର ଦେଖା ଯାଉଛି। ସେଥିଲାଗି ଏହାକୁ କିଣିବା ସମୟରେ ଆପଣ ସତର୍କ ରୁହନ୍ତୁ। ଗୋଟିଏ ସାଧାରଣ କୁକୁଡ଼ାରେ ୧୮-୨୦ ପ୍ରତିଶତ ପ୍ରୋଟିନ ରହିଥାଏ କିନ୍ତୁ ଏହି କଡକନାଥ କୁକୁଡ଼ାରେ ୨୫-୨୭ ପ୍ରତିଶତ ପ୍ରୋଟିନ ରହିଥାଏ। ତେବେ ଏହା ଆମ ଶରୀର ପାଇଁ ବହୁତ ଅଧିକ ଲାଭ କାରି ହୋଇଥାଏ। ଏହା ଅନେକ ପ୍ରକାରର ଔଷଧ ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରା ଯାଇଥାଏ।

ଏହା ସହିତ ଏହା ଆମ ରୋଗ ପ୍ରତିରୋଧକ ଶକ୍ତି ବହୁତ ମାତ୍ରାରେ ବଢାଇ ଥାଏ। ଏହା ସହିତ ଏହି କୁକୁଡ଼ାର ଅଣ୍ଡାକୁ ନିୟମିତ ବ୍ୟବଧାନରେ ଖାଇବା ଫଳରେ ହୃଦଘାତ ଜନିତ ସମସ୍ୟା ଦେଖା ଯାଏ ନାହିଁ। ଏହା ସହିତ ଏହି କୁକୁଡ଼ା ମଧ୍ୟପ୍ରଦେଶର ଝାବୁଆ ବ୍ୟତୀତ ଛତିଶଗଡ଼ର ବିଲାସପୁର ଠାରେ ମଧ୍ୟ ଅନେକ ମାତ୍ରାରେ ଦେଖିବାକୁ ମିଳେ ।ତେଣୁ ଏହି କୁକୁଡ଼ା ଆମ ଶରୀର ପାଇଁ ବହୁତ ଲାଭ ଦାୟକ ଅଟେ। ସେଥିପାଇଁ ଏହାର ବ୍ୟବହାର ମଧ୍ୟ ବହୁତ ଅଧିକ ମାତ୍ରାରେ ହୋଇଥାଏ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *