ବୈଜ୍ଞାନିକ ଚିହ୍ନଟ କଲେ ନୂଆ ହଟସ୍ପଟ, ଆହୁରି ମାରାତ୍ମକ ହୋଇପାରେ କରୋନା ।

ଗତ ଦେଢ଼ ବର୍ଷ ହବ କୋଭିଡ-୧୯ ସମ୍ପୂର୍ଣ ବିଶ୍ୱକୁ କଲବଲ କରୁଛି। ଏହା ପ୍ରଥମେ ଚୀନର ବୁହାନ ସହରରେ ଦେଖାଯାଇଥିଲା ପରେ ସମ୍ପୂର୍ଣ ବିଶ୍ୱକୁ ବ୍ୟାପିଥିଲା। ଏହା ବିଷୟରେ ବୈଜ୍ଞାନିକ ମାନଙ୍କୁ ପ୍ରତ୍ୟେକ ଦିନ କିଛି ନୂଆ ତଥ୍ୟ ମିଳୁଛି। ବର୍ତ୍ତମାନ ଏହାର ଦ୍ୱିତୀୟ ଲହରୀ ଭାରତରେ ଅତି ସାଂଘାତିକ ପରିସ୍ଥିତି ସୃଷ୍ଟି କରୁଛି। ଏହା ଦ୍ଵାରା ଅଧିକ ଲୋକ ସଂକ୍ରମଣ ହେବା ସହ ଅଧିକ ଲୋକ ମୃତ୍ୟୁବରଣ କରୁଛନ୍ତି। ଏବେ ବିଜ୍ଞାନିକମାନେ ଆଉ ଏକ ଭୟାନକ ତଥ୍ୟ ପ୍ରକାଶ କରିଛନ୍ତି। ଯେଉଁଥିରେ କୁହାଯାଇଛି ଆଗକୁ ଏହା ଆହୁରି ଅଧିକ କ୍ଷତି କରିପାରେ।

Google

ଆପଣଙ୍କୁ କହିରଖିବୁ ୟୁନିଭର୍ସିଟି ଅଫ କାଲିଫର୍ନିଆର ବୈଜ୍ଞାନିକ ,ମିଲାନର ପଲିଟେକ୍ନିକ ୟୁନିଭର୍ସିଟି ଓ ନ୍ୟୁଜିଲ୍ୟାଣ୍ଡର ମେସି ୟୁନିଭର୍ସିଟିର ବୈଜ୍ଞାନିକ ମିଶ ବାଦୁଡିଙ୍କ ଉପରେ ଏକ ପରୀକ୍ଷଣ କରୁଥିଲେ। ଯେଉଁଥିରେ ଜଣାପଡିଛି ବାଦୁଡ଼ିଙ୍କ ଠୁ ଆଉ ଏକ କରୋନା ମଣିଷ ଶରୀରକୁ ଆସିପାରେ ଓ ଯାହା ଅଧିକଭୀଷଣ ରୂପ ଧରିପାରେ। ଏହି ଗବେଷଣା ପଶ୍ଚିମ ୟୁରୋପରୁ ଦକ୍ଷିଣ ପୂର୍ବ ଏସିଆ ଅଞ୍ଚଳରେ କରାଯାଇଥିଲା। ଏହି ବାଦୁଡି ମାନେ ଅଧିକାଂଶ ଚୀନରେ ହିଁ ଅଛନ୍ତି।

ବାଦୁଡିଙ୍କ ଶରୀରରେ ୧୫ ହଜାର ଭାଇରସ ଦେଖାଯାଇଥାଏ ବୋଲି କ୍ରିଷ୍ଟିନା ନାମକ ଗବେଷକ କହିଛନ୍ତି। କହିରଖିବୁକି ଏହି ରିସର୍ଚ୍ଚର ମୂଳ ଉଦେଶ୍ୟ ଥିଲା ପ୍ରକୃତରେ କରୋନା ଭାଇରସ କେଉଁଠୁ ଆସିଛି ତାହାର ସନ୍ଧାନ କରିବା। ଏହି ଗବେଷଣାରେ ଜାପାନର କିଛି ଅଂଶ ଫିଲିପାଇନ୍ସର କିଛି ଅଞ୍ଚଳକୁ ମଧ୍ୟ ରଖାଯାଇଥିଲା।

Google

ଆପଣଙ୍କୁ କହିରଖିବୁ ଏହି ବାଦୁଡିଙ୍କ ଉପରେ ଅନେକ ଦିନରୁ ପରୀକ୍ଷା କରୁଛନ୍ତି ବୈଜ୍ଞାନିକ ପିଟର। ତାଙ୍କର କହିବା ଅନୁସାରେ ଏବେ ପର୍ଯ୍ୟନ୍ତ ମାତ୍ର ୫୦୦ କରୋନା ଭାଇରସ ହିଁ ବାଦୁଡିଙ୍କ ଠୁ ଚିହ୍ନଟ ହୋଇପାରିଛି ଓ ବାଦୁଡିଙ୍କଦେହରେ ୧୫ ହଜାରରୁ ଅଧିକ ଭାଇରସ ଅଛି।କିନ୍ତୁ ମାତ୍ର ଅଳ୍ପ କିଛି ଅଂଶ ହିଁ ଚିହ୍ନଟ ହୋଇପାରିଛି।

କହିରଖିବୁ ପିଟର ବର୍ଷେ ବା ଦୁଇ ବର୍ଷ ନୁହେଁ ଗତ ୧୫ ବର୍ଷ ହେବ ବାଦୁଡିଙ୍କ ଉପରେ ପରୀକ୍ଷା କରୁଛନ୍ତି ଯାହା ଦ୍ୱାରା ବାଦୁଡିଙ୍କ ଦ୍ଵାରା ବ୍ୟାପୁଥିବା ଏଭଳି ବିପଦକୁ ଯେପରି ସହଜରେ ସମାଧାନ କରାଯାଇପାରିବ। ସେ ୧୫ ବର୍ଷ ମଧ୍ୟରେ ୨୦ ଦେଶର ବାଦୁଡିଙ୍କ ଉପରେ ପରୀକ୍ଷା କରିଛନ୍ତି ଯେଉଁଠିରୁ ଜଣାପଡୁଛି ଆହୁରି ଅନେକ ଭାଇରସ ବାଦୁଡିଙ୍କ ଦେହରୁ ମଣିଷ ଶରୀରକୁ ଆସିପାରେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *