ଉଜବେକିସ୍ଥାନର ସହର ସମରସ୍କନ୍ଧରେ ଆଜି ଠାରୁ ଏସ.ସି.ଓ ର ବୈଠକ ଆରମ୍ଭ ହେବାକୁ ଯାଉଛି। ଭାରତର ପ୍ରଧାନମନ୍ତ୍ରୀ ଏହି ବୈଠକରେ ସାମିଲ ହେବାର ଅଛି। ଚୀନ ରାଷ୍ଟ୍ରପତି ଜିନପିଙ୍ଗ,ଋଷିଆ ରାଷ୍ଟ୍ରପତି ପୁତିନ ଆଉ ପାକିସ୍ତାନ ପ୍ରଧାନମନ୍ତ୍ରୀ ସାହବାଜ ସରିଫ ମଧ୍ୟ ଏହି ବୈଠକରେ ସାମିଲ ହେବେ।
ଏହି ବୈଠକ ପୂର୍ବରୁ ଆମେରିକାରେ ହଲଚଲ ଦେଖିବାକୁ ମିଲିପାରେ।ଏସ.ସି.ଓ କୁ ନାଟୋର ବିରୋଧୀ ମଧ୍ୟ ମନାଯାଇଥାଏ। ଏହି ମଧ୍ୟରେ ରୁଷ ମଧ୍ୟରୁ ଏମିତି ଏକ ବୟାନ ଆସିଛି ଯାହା ଆମେରିକା ଶୁଣିବାକୁ ଚାହୁଁନାହିଁ। ଏହି ବୈଠକ ପୂର୍ବରୁ ଋଷିଆ ଭାରତର ଏସ-୪୦୦ କୁ ନେଇ ଏକ ବୟାନ ଦେଇଛି।
ଏହି ବୟାନ ସେହି ସମୟ ପାଖାପାଖି ଆସିଛି ଯେଉଁଠି କି ଆମେରିକା ଭାରତକୁ ପାକିସ୍ତାନକୁ ଏଫ-୧୬ ଫାଇଟର ଜେଟର ରକ୍ଷଣାବେକ୍ଷଣ ପାଇଁ ପଇସା ଦେବା ଘୋଷଣା କରିଛି। ଭାରତ ମଧ୍ୟ ଆମେରିକାର ଏହି ନିଷ୍ପତି ପାଇଁ ଆପତ୍ତି ଜାହିର କରିଥିଲା।ଏଥିରୁ କୌଣସି ସନ୍ଦେହ ନାହିଁ କି ପାକିସ୍ତାନ ଏହି ବିମାନ ଗୁଡିକୁ ଭାରତ ବିପକ୍ଷରେ ବ୍ୟବହାର କରିବ। ଆମେରିକା ପାକିସ୍ତାନର ସପୋର୍ଟ କଲା ସେହି ସମୟରେ ରୁଷ ମଧ୍ୟ ଭାରତର ସାହାଯ୍ୟ କଲା।
ଆପଣଙ୍କୁ କହି ରଖୁଛୁ କି ରୁଷର ରାଜଦୂତ ଡେନିସ ଏଲିପୋପ କହିଛନ୍ତି କି ଭାରତକୁ ଆମେରିକାର ଚେତାବନୀ ପରେ ମଧ୍ୟ ଠିକ ସମୟରେ ଏସ-୪୦୦ ଦିଆଯାଇଛି। ସେ ଆଉ ମଧ୍ୟ କହିଛନ୍ତି କି ଭାରତ ନିଜର ସୁରକ୍ଷା ପାଇଁ କାହାକୁ ବି ଖାତିର କରେନାହିଁ।
ଏବେ ଆମେରିକାର ନଜର ଭାରତ ପ୍ରଧାନମନ୍ତ୍ରୀ ମୋଦି ଆଉ ରୁଷ ରାଷ୍ଟ୍ରପତି ପୁତିନଙ୍କ ଉପରେ ରହିପାରେ।