ପୁଣି ଥରେ ମୈଦାନକୁ ଫେରିବେ ସେହ୍ୱାଗ-ଗମ୍ଭୀର! ବନିଲେ କ୍ୟାପଟେନ, ପଢନ୍ତୁ ପୁରା ଖବର

ବ୍ୟୁରୋ ରିପୋର୍ଟ: ଭାରତୀୟ କ୍ରିକେଟର ପୂର୍ଵ ଓପନର ବ୍ୟାଟ୍ସମ୍ୟାନ ବିରେନ୍ଦ୍ର ସେହ୍ଵାଗ ଓ ଗୌତମ ଗମ୍ଭୀର ପୁଣି କ୍ରିକେଟ ଗ୍ରାଉଣ୍ଡକୁ ଫେରିଛନ୍ତି। ୧୬ ସେପ୍ଟେମ୍ବରକୁ ଇର୍ଡେନ ଗାର୍ଡେନରେ ଆୟୋଜନ ହେବାକୁ ଥିବା ଲିଜେଣ୍ଡସ୍ ଲିଗ କ୍ରିକେଟରେ ସେହ୍ଵାଗ ଗୁଜରାଟ ଜାଏଣ୍ଟର୍ସର ଅଧିନାୟକତ୍ୱ କରିଛନ୍ତି। ସେହିପରି ଗୌତମ ଗମ୍ଭୀରଙ୍କୁ ଇଣ୍ଡିଆ କ୍ୟାପିଟଲ୍ସର ଅଧିନାୟକ କରାଯାଇଛି।

Google

ବିରେନ୍ଦ୍ର ସେହ୍ଵାଗ କହିଛନ୍ତି,”ମୁଁ ପୁଣି କ୍ରିକେର ଗ୍ରାଉଣ୍ଡକୁ ଫେରିବାକୁ ନେଇ ଉତ୍ସାହିତ ଅଛି। ଅଡାନି ସମୂହ ଓ ଗୁଜରାଟ ଜାଏଣ୍ଟର୍ସ ଭଳି ଟିମ ସହିତ ପୁଣି କ୍ରିକେଟ ଖେଳିବା ଏକ ସଠିକ ତରିକା ଅଟେ। ମୁଁ ବ୍ୟକ୍ତିଗତ ରୂପରେ ସର୍ଵଦା ଡର ଛାଡି କ୍ରିକେଟ ଖେଳିବାର ବିଶ୍ୱାସ କରିଥାଏ। ଏଠାରେ ମଧ୍ୟ ସେହି ଶୈଳୀକୁ ଆଗକୁ ବଢାଇବି”।

୨୦୧୮ରେ କ୍ରିକେଟରୁ ଅବସର ନେଇଥିବା ଗୌତମ ଗମ୍ଭୀର ଏହି ଟୁର୍ଣ୍ଣାମେଣ୍ଟର ସଫଳତା ପାଇଁ କାମନା କରିଛନ୍ତି। ସେ କହିଛନ୍ତି,”ମୋର ସର୍ଵଦା ମାନିବାର ଅଟେକି କ୍ରିକେଟ ଏକ ‘ଟିମ ଗେମ’ ଅଟେ ଓ ଜଣେ ଅଧିନାୟକ ସେତେ ଭଲ ହେବ ଯେତେ ଭଲ ଟିମ ହେବ। ଇଣ୍ଡିଆ କ୍ୟାପିଟଲ୍ସ ଟିମର ଅଧିନାୟକତ୍ୱ ସମୟରେ ମୁଁ ଏହା ଉପରେ ଧ୍ୟାନ ଦେବୀ ଯେମିତି ଏକ ଉତ୍ସାହ ଭରା ଟିମ ହେବ’।

Google

ଟୁର୍ଣ୍ଣାମେଣ୍ଟର ପ୍ରଥମ ସିଜନରେ ମୋଟ ତିନୋଟି ଟିମ ଭାଗ ନେଇଥିଲେ। ଯେଉଁଥିରେ ଇଣ୍ଡିଆ ମହାରାଜା,ଏସିଆ ଲାୟନ୍ସ ଓ ୱାଲ୍ଡ ଜାଏଣ୍ଟସ ଟିମ ସାମିଲ ଥିଲା। ଏହି ଟୁର୍ଣ୍ଣାମେଣ୍ଟ ଭାରତର ୭୫ ତମ ସ୍ୱାଧୀନତା ଦିବସ ପୁରୁଣ ଅବସରକୁ ସମର୍ପିତ ହେବାର ଅଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ ଇଣ୍ଡିଆନ ମହାରାଜା ଓ ୱାଲ୍ଡ ଜାଏଣ୍ଟସ ମଧ୍ୟରେ ହେବାର ଅଛି। ଏହି ମ୍ୟାଚ କୋଲକତାର ଇର୍ଡେନ ଗାର୍ଡେନ ଷ୍ଟାଡିୟମରେ ସନ୍ଧ୍ୟା ୭.୩୦ରେ ଖେଳାଯିବାର ଅଛି।

ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୪ ଟିମ ଭାଗ ନେବେ ଓ ୧୬ ମ୍ୟାଚ ଖେଳାଯିବାର ଅଛି। ମ୍ୟାଚ କୋଲକତା, ଲକ୍ଷନୌ,ଦିଲ୍ଲୀ, କଟକ,ଯୋଦ୍ଧପୁରରେ ଖେଳାଯିବାର ଅଛି। ପ୍ଲେ ଅଫ ଓ ଫାଇନାଲ ମ୍ୟାଚ କେଉଁଠି ଖେଳାଯିବାର ଅଛି ଏହାର ସିଡ୍ୟୁଲ ଏବେ ପର୍ଯ୍ୟନ୍ତ ଫାଇନାଲ ହୋଇନାହିଁ।

ଏହି ଟୁର୍ଣ୍ଣାମେଣ୍ଟର ସବୁ ମ୍ୟାଚ ସୋନି ସ୍ପୋର୍ଟସ ନେଟୱାର୍କରେ ପ୍ରସାରଣ ହେବ। ମ୍ୟାଚର ଲାଇଭ ଟେଲିକାଷ୍ଟ ସୋନି ଲାଇଭ ଆପରେ ହେବ।ଇଣ୍ଡିଆନ ମହାରାଜା,ଏସିଆନ ଲାୟନ୍ସ ଓ ୱାଲ୍ଡ ଜାଏଣ୍ଟସ ଅଧିନାୟକ ମହମ୍ମଦ କ୍ୟାଫ,ମିଶବା ଉଲ ହକ ଓ ଡ଼ାରେନ ସାମୀ ଅଟନ୍ତି।

Leave a Reply

Your email address will not be published. Required fields are marked *