ମହେନ୍ଦ୍ର ସିଂହ ଧୋନୀଙ୍କ ଉପରେ ଜମିକରି ବର୍ଷୁଥିଲେ ଏହି ପୂର୍ବ ଷ୍ଟାର ଖେଳାଳି,ମାହିଙ୍କୁ ଲାଗିଥିଲା ଡର।ସେହ୍ଵାଗ କଲେ ଖୁଲାସା।

ଭାରତୀୟ ଦଳର ପୂର୍ବ ଅଧିନାୟକ ରାହୁଲ ଦ୍ରାବିଡ଼ଙ୍କୁ ରାଗିବାର କମ ଲୋକ ଦେଖୁଥିବେ। ତାଙ୍କୁ ସବୁଠାରୁ ଶାନ୍ତ ଖେଳାଳୀଙ୍କ ମଧ୍ୟରେ ଗଣା ଯାଏ। ପୂର୍ବ ଓପନର ବିରେନ୍ଦ୍ର ସେହ୍ୱାଗ ଖୁଲାସା କରିଥିଲେ କି ଏକ ଥର ଦ୍ରାବିଡ଼ଙ୍କ ରାଗର ଶିକାର ଭାରତକୁ ଦୁଇଟି ୱାର୍ଲଡ଼ କପ ଦେଇଥିବା ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ହୋଇଯାଇଥିଲେ।ବାସ୍ତବରେ,ଦ୍ରାବିଡ଼ ଏବେ ଏବେ ଏକ ବିଜ୍ଞାପନରେ ନଜର ଆସିଛନ୍ତି,ଯେଉଁଥିରେ ସେ ରାସ୍ତା ଉପରେ ରାଗରେ ଥିବା ଭଳି ଜଣା ପଡୁଛନ୍ତି। ଏହା ଉପରେ ସେହ୍ୱାଗ ଏକ ଇଣ୍ଟରଭିୟୁରେ ନିଜର ବୟାନ ଦେଇଛନ୍ତି।

Google

ସେହ୍ୱାଗ କ୍ରିକବଜ ସହିତ କଥା ହେଉଥିବା ବେଳେ ଏକ ଘଟଣା ବିଷୟରେ କହିଲେ। ସେ ପୂର୍ବ ପ୍ରଖର ବୋଲର ଆଶିଷ ନେହେରାଙ୍କୁ କହିଲେ, “ମୁଁ ରାହୁଲ ଦ୍ରାବିଡ଼ଙ୍କୁ ରାଗରେ ଥିବା ବେଳେ ଦେଖିଛି। ଯେତେବେଳେ ଆମେ ପାକିସ୍ତାନରେ ଥିଲୁ ଏବଂ ଧୋନୀ ନୂଆ-ନୂଆ ଆସିଥିଲେ।ଧୋନୀ ଏକ ଶର୍ଟ ଖେଳିଲେ ଓ ପଏଣ୍ଟରେ କ୍ୟାଚ ହୋଇଗଲେ। ଏହା ଉପରେ ଦ୍ରାବିଡ଼ ଧୋନୀଙ୍କ ଉପରେ ବହୁତ ରାଗୀ ଥିଲେ। ସେ କହିଥିଲେ କି କଣ ଏହି ପ୍ରକାରର ତୁମେ ଖେଳ ?ତମକୁ ଖେଳ ବନ୍ଦ କରିବା ଦରକାର। ମୁଁ ବି ଡରି ଯାଇଥିଲି କାହିଁକିନା ଏତେ ଇଂରାଜୀ ସେ ଫଟାଫଟ କହିଦେଲେ। ମତେ ଅଧା କଥା ବୁଝା ପଡିଲାନି।

ସେହ୍ୱାଗ ତାଙ୍କ ଆଗରେ କହିଲେ, “ଯେତେବେଳେ ଏମଏସ ଧୋନୀ ପୁଣିଥରେ ବ୍ୟାଟିଂ କରିବାକୁ ଆସିଲେ, ତେବେ ମୁଁ ଦେଖୁଥିଲି କି ସେ ଅଧିକ ଶର୍ଟ ମାରୁନଥିଲେ। ମୁଁ ଯାଇକରି ତାଙ୍କୁ ପଚାରିଲି କି କଣ ଭୁଲ ଥିଲା। ସେ କହିଲେ କି ମୁଁ ଅଧିନାୟକଙ୍କ ଠାରୁ ପୁଣିଥରେ ଗାଳି ଶୁଣିବାକୁ ଚାହୁଁ ନାହିଁ।ଧୋନୀ କହିଲେ କି ମୁଁ ଶାନ୍ତିରେ ମ୍ୟାଚ ସାରିବି ଓ ଆସିଯିବି।”ଆଶିଷ କହିଲେ କି ଦୁନିଆରେ ଏପରି କୌଣସି ଖେଳାଳୀ ନାହାନ୍ତି ଯାହାକୁ ରାଗ ଆସେ ନାହିଁ। କେତେକ ଖେଳାଳୀ ଅଧିକ ଦେଖାଇଥାନ୍ତି କିନ୍ତୁ ଧୋନୀ ଅଧିକ କଣ୍ଟ୍ରୋଲ କରିଥାନ୍ତି।

Google

ଆଶିଷ କହିଲେ, “ଏପରି ନୁହେଁ କି ଧୋନୀଙ୍କୁ ରାଗ ଆସେ ନାହିଁ। ସେ କେବେ-କେବେ ପାଖକୁ ଆସି ଶୁଣାଇଥାନ୍ତି।ମୈଦାନରେ ସମସ୍ତେ ମ୍ୟାଚ ଜିତିବାକୁ ଚେଷ୍ଟା କରିଥାନ୍ତି। ସେ ରାଗିଥାନ୍ତି ମାତ୍ର ଦେଖାନ୍ତି ନାହିଁ। ସେ ଅଧିକ ମଜା କରିନଥାନ୍ତି। ଯୁବରାଜ ସିଂହ ଏବଂ ହରଭଜନ ସିଂହଙ୍କ ଭଳି ସେ ଅଧିକ ମଜାକ କରନ୍ତି ନାହିଁ। ନିଜ କକ୍ଷରେ ସେ ଭିଡିଓ, ଲୁଡୁ ଓ କ୍ୟାରମ ଖେଳୁଥାନ୍ତୁ।” ଆଶିଷ କହିଲେ ଭାରତୀୟ ଦଳ ବ୍ୟତୀତ ଚେନ୍ନାଇ ସୁପର କିଙ୍ଗସରେ ଧୋନୀଙ୍କ ସହିତ ଖେଳି ସାରିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *