ରାହାଣେଙ୍କ ଅଧିନାୟକତ୍ୱକୁ ସମସ୍ତେ କରୁଛନ୍ତି ପ୍ରଶଂସା, ସେହ୍ଵାଗ-ୱାନ ମଧ୍ୟ ଦେଲେ ବୟାନ।

ମେଲବର୍ଣ୍ଣରେ ଖେଳାଯାଉଥିବା ବକ୍ସିଙ୍ଗ ଡେ ଟେଷ୍ଟର ପ୍ରଥମ ଦିନ ଆଜିଙ୍କ୍ୟ ରାହାଣେ ସୁନ୍ଦର ଅଧିନାୟକତ୍ୱ ତୁଲାଇବାର ନଜର ଆସିଛନ୍ତି।

Google

ମେଲବର୍ଣ୍ଣ ଟେଷ୍ଟରେ ଅଧିନାୟକତ୍ୱ ବିରାଟ କୋହଲିଙ୍କ ଜାଗାରେ ଅଧିନାୟକତ୍ୱ ସମ୍ଭାଳୁଥିବା ଆଜିଙ୍କ୍ୟ ରାହାଣେଙ୍କର ପ୍ରଶଂସା ସମସ୍ତେ କରୁଛନ୍ତି। ଏଡ଼ିଲେଡ଼ ଟେଷ୍ଟରେ ହାରିଥିବା ଟିମ ଇଣ୍ଡିଆ ବକ୍ସିଙ୍ଗ ଡେ ଟେଷ୍ଟରେ ଏକ ନୂଆ ରଙ୍ଗରେ ଦେଖାଯାଉଛି। ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମରା, ରବିଚନ୍ଦ୍ରନ ଅଶ୍ୱିନୀ, ଓ ମହମ୍ମଦ ସିରାଜଙ୍କ ଧମାକାଦାର ଵୋଲିଙ୍ଗ ସାମ୍ନାରେ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ପ୍ରଥମ ପାରିରେ ମାତ୍ର ୧୯୫ ରନ କରିପାରିଲେ। ଏହା ମଧ୍ୟରେ ଭାରତର କାଯ୍ୟବାହକ ଅଧିନାୟକ ଆଜିଙ୍କ୍ୟ ରାହାଣେଙ୍କର ଅଧିନାୟକତ୍ୱକୁ କ୍ରିକେଟ ବିଶେଷଜ୍ଞଙ୍କ ଠି ନେଇ ପ୍ରସଂସକ ମାନେ ମଧ୍ୟ ପ୍ରଶଂସା କରୁଛନ୍ତି। ଅଷ୍ଟ୍ରେଲିଆ ମେଲବର୍ଣ୍ଣ ଟେଷ୍ଟରେ ଟଚ ଜିତି ପ୍ରଥମେ ବ୍ୟାଟିଙ୍ଗ କରିବାକୁ ନିର୍ଣ୍ଣୟ ନେଇଥିଲା କିନ୍ତୁ ଆଜିଙ୍କ୍ୟ ରାହାଣେ ସୁନ୍ଦର ଭବେ ନିଜ ବୋଲରଙ୍କୁ ଅଦଳବଦଳ କରି ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନଙ୍କ ଉପରେ ଚାପ ପକାଇଥିଲେ।

ଭାରତୀୟ ପୂର୍ବ ଷ୍ଟାର ବ୍ୟାଟ୍ସମ୍ୟାନ ବିରେନ୍ଦ୍ର ସେହ୍ଵାଗ ମଧ୍ୟ ଆଜିଙ୍କ୍ୟ ରାହାଣେ ଅଧିନାୟକତ୍ୱର ପ୍ରଶଂସା କରୁଛନ୍ତି। ସେ ଟ୍ୱିଟ କରି କହିଲେ ଆଜିଙ୍କ୍ୟ ରାହାଣେ ବୋଲରଙ୍କୁ ସୁନ୍ଦର ଭବେ ଅଦଳବଦଳକରିଲେ ଓ ଫିଲ୍ଡରଙ୍କୁ ମଧ୍ୟ ସଠିକ ଜାଗାରେ ରଖିବାର ଚତୁରତା ଦେଖାଇଛନ୍ତି।ବୋଲର ମଧ୍ୟ ଏହାର ପରିଣାମ ଦେଲେ। ଅଶ୍ୱିନୀ ,ବୁମରା ଓ ସିରାଜ ସୁନ୍ଦର ପ୍ରଦର୍ଶନ କରିଛନ୍ତି। ପ୍ରଥମ ଦିନ ଅଷ୍ଟ୍ରେଲିଆକୁ ୧୯୫ରେ ଅଲଆଉଟ କରିବା ଏକ ସୁନ୍ଦର ପ୍ରଦର୍ଶନ। ପ୍ରଥମ ପାରିରେ ଲିଡ଼ ନେବା ଏବେ ବ୍ୟାଟ୍ସମ୍ୟାନ ମାନଙ୍କ ହାତରେ। ସେହିପରି ମହାନ ସ୍ପିନର ସେନ ୱାନ କହିଛନ୍ତି ରାହାଣେ ସୁନ୍ଦର ଭାବେ ନେତୃତ୍ୱ କରିଛନ୍ତି।

Google
ଲକ୍ଷ୍ମଣ ମଧ୍ୟ କରିଛନ୍ତି ରାହାଣେଙ୍କ ପ୍ରଶଂସା:

ବିରାଟ କୋହଲି ନିଜର ପ୍ରଥମ ପିଲା ଜନ୍ମ କାରଣରୁ ଏଡ଼ିଲେଡ଼ ଟେଷ୍ଟ ପରେ ଭାରତ ଫେରିଆସିଛନ୍ତି। ଏବେ ବର୍ଡର ଗାଵସ୍କର ଟ୍ରଫିର ବାକି ଥିବା ତିନୋଟି ମ୍ୟାଚରେ ଆଜିଙ୍କ୍ୟ ରାହାଣେଙ୍କୁ ଅଧିନାୟକତ୍ୱ କରାଯାଇଛି। ମେଲବର୍ଣ୍ଣ ଟେଷ୍ଟରେ ପ୍ରଥମ ଦିନ ରହାଣେ ସୁନ୍ଦର ନେତୃତ୍ୱ କରିଛନ୍ତି।ପୂର୍ଵ ଭାରତୀୟ ବ୍ୟାଟ୍ସମ୍ୟାନ ଭିଭିଏସ ଲକ୍ଷ୍ମଣ ଡେବ୍ୟୁ କରୁଥିବା ଶୁଭମନ ଗିଲ, ମହମ୍ମଦ ସିରାଜ ଓ ଅଧିନାୟକ ରାହାଣେଙ୍କ ଦ୍ଵାରା ପ୍ରଭାବିତ ହୋଇଥିବାର ଜଣା ଯାଉଛନ୍ତି।

ସେ ଟ୍ୱିଟ କରିଛନ୍ତି,”ଭାରତ ଆଜି ଦିନରେ ସୁନ୍ଦର ପ୍ରଦର୍ଶନ କରିଛି। ବୋଲରମାନେ ପୁଣି ସୁନ୍ଦର ପ୍ରଦର୍ଶନ କରିଛନ୍ତି।ପଦାର୍ପଣ କରୁଥିବା ଦୁଇ ଖେଳାଳି ଆତ୍ମାବିଶ୍ୱାସରେ ଭରପୁର ଦେଖାଗଲା। ରାହାଣେ ସୁନ୍ଦର ଅଧିନାୟକତ୍ୱ କରିଛନ୍ତି ଓ ସବୁଠୁ ବଡ଼ କଥା ଟିମ ଏଡ଼ିଲେଡ଼ ଟେଷ୍ଟର ହାରକୁ ଭୁଲି ସାରିଛି”।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *