ସୂର୍ଯ୍ୟକୁମାର ଯାଦବ ନିଜର ପ୍ରଥମ ଟି-୨୦ରେ ସୁନ୍ଦର ଅର୍ଦ୍ଧଶତକ ଲଗାଇଛନ୍ତି କିନ୍ତୁ ତାଙ୍କ ୱିକେଟ ବିବାଦିତ ରୂପରେ ଗଲା। ସୂର୍ଯ୍ୟକୁମାର ଯାଦବଙ୍କୁ ସୈମ କରନଙ୍କ ବଲରେ ଡେଭିଡ ମଲାନ କ୍ୟାଚ ଧରି ଆଉଟ କଲେ।କିନ୍ତୁ ଏହି ଆଉଟ ବିବାଦିତ ଥିଲା କାରଣ ରିପ୍ଲେଏରେ ଲାଗୁଥିଲା ସେହି ବଲ ମାଟିରେ ବାଜିଥିଲା। ଥାର୍ଡ ଅମ୍ପାୟାର ସବୁ ପଟୁ ଦେଖିଲେ ତାଙ୍କୁ କୌଣସି ନିଧିସ୍ଟ ପ୍ରମାଣ ନମିଳିବାରୁ ସେ ସୂର୍ଯ୍ୟକୁମାରଙ୍କୁ ଆଉଟ ଦେଲେ। କାରଣ ଅମ୍ପାୟାର ତାଙ୍କୁ ଆଉଟ ଦେଇଥିଲେ। ଏହି ବିବାଦିତ ଆଉଟ ପରେ ସୋସିଆଲ ମିଡିଆରେ ଏହାକୁ ନେଇ ଅନେକ ଚର୍ଚା ହେଉଛି। ପୂର୍ବ କ୍ରିକେଟର ବିରେନ୍ଦ୍ର ସେହ୍ଵାଗ ମଧ୍ୟ ଟ୍ୱିଟରରେ ଅଦ୍ଭୁତ ପୋଷ୍ଟ କରିବାର ନଜର ଆସିଛନ୍ତି।

ବିରେନ୍ଦ୍ର ସେହ୍ଵାଗ ଥାର୍ଡ ଅମ୍ପାୟାର ସୂର୍ଯ୍ୟକୁମାରଙ୍କୁ ଆଉଟ ଦେବା ଉପରେ ଅମ୍ପାୟାରଙ୍କ ଉପରେ କଡା ପ୍ରତିକ୍ରିୟା ଦେଇଛନ୍ତି। ଏହା ସହ ସେ ଏକ ପୋଷ୍ଟ କରିଛନ୍ତି ଯେଉଁଥିରେ ଏକ ଛୋଟ ପିଲା ଆଖିରେ ପଟି ବନ୍ଧାଯାଇଛି। କେବଳ ସେହ୍ଵାଗ ନୁହଁନ୍ତି ପୂର୍ବ କ୍ରିକେଟର ଭିଭିଏସ ଲକ୍ଷ୍ମଣ, ପାର୍ଥିବ ପଟେଲ,ସଂଜୟ ବାଙ୍ଗର, ଆକାଶ ଚୋପଡା, ମଧ୍ୟ ଏହା ଉପରେ ପ୍ରଶ୍ନ କରିଛନ୍ତି। ସୂର୍ଯ୍ୟକୁମାରଙ୍କ ଆଉଟ ଉପରେ ଅଧିନାୟକ କୋହଲି ମଧ୍ୟ ନିରାଶ ଲାଗିଲେ ତାଙ୍କୁ ମଧ୍ୟ ଲାଗୁଥିଲା କି ସୂର୍ଯ୍ୟକୁମାର ନଟଆଉଟ ଥିଲେ।
ବଲିଉଡ ଅଭିନେତା ରଣବିର ସିଂହ ମଧ୍ୟ ଟ୍ୱିଟ କରି ଲେଖିଛନ୍ତି ସୂର୍ଯ୍ୟ ନଟଆଉଟ ଥିଲେ ଓ ଡେଭିଡ ମଲାନ କ୍ୟାଚ ଠିକସେ ଧରିପାରିନଥିଲେ। କିନ୍ତୁ ଥାର୍ଡ ଅମ୍ପାୟାରଙ୍କ ଫଇସଲା ମାନାଗଲା ଓ ସୂର୍ଯ୍ୟକୁମାର ୩୧ ବଲରେ ୫୭ ରନ କରି ଆଉଟ ହୋଇଗଲେ।

ସୂର୍ଯ୍ୟକୁମାର କଲେ ରେକର୍ଡ ଭଙ୍ଗା ଆରମ୍ଭ:
କହିରଖିବୁକି ସୂର୍ଯ୍ୟକୁମାର ଯାଦବ ନିଜ ଇଣ୍ଟରନେସନାଲ କ୍ୟାରିୟର ରେକର୍ଡ ସହ ସୃଷ୍ଟି କରିଛନ୍ତି। ସେ କ୍ୟାରିୟର ପ୍ରଥମ ବଲରେ ଛକା ମାରିଛନ୍ତି ଓ ଏପରି କରିବା ସେ ପ୍ରଥମ ବ୍ୟାଟ୍ସମ୍ୟାନ ହୋଇଯାଇଛନ୍ତି। ସୂର୍ଯ୍ୟକୁମାର ଯାଦବ ଜୋଫ୍ରା ଆର୍ଚ୍ଚରଙ୍କ ପ୍ରଥମ ବଲରେ ଛକା ମାରିଛନ୍ତି। ଏହା ପରେ ସୂର୍ଯ୍ୟକୁମାର ଯାଦବ ସୁନ୍ଦର ବ୍ୟାଟିଙ୍ଗ କରି ୬ ଟି ଚୌକା ଓ ତିନୋଟି ଛକା ମାରିଛନ୍ତି। ଯାଦବ ମାତ୍ର ୨୮ ବଲରେ ଅର୍ଦ୍ଧଶତକ ମାରିଛନ୍ତି। ସୂର୍ଯ୍ୟକୁମାରଙ୍କ ଏହି ପାରି ପାଇଁ ଟିମ ଇଣ୍ଡିଆ ୨୦ ଓଭରରେ ୧୮୫ ରନ କରିପାରିଲା। ଶ୍ରେୟସ ଅୟର ୧୮ ବଲରେ ୩୭ ରନ କରିଥିଲେ ଓ ପନ୍ତ ୩୦ ରନର ପାରିଖେଳିଥିଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।