ପୂର୍ବ ଖେଳାଳି ମାନଜେକରଙ୍କ ବଡ଼ ଖୁଲାସା, ସୋଏବ ଅକତରଙ୍କୁ ବିରେନ୍ଦ୍ର ସେହ୍ଵାଗ କହିଥିଲେ,”ବୋଲିଙ୍ଗ କରୁଛ ନା ଭିକ ମାଗୁଛ”….

ଟିମ ଇଣ୍ଡିଆର ପୂର୍ଵ କ୍ରିକେଟର ବିରେନ୍ଦ୍ର ସେହ୍ଵାଗ ନିଜ ବ୍ୟାଟିଙ୍ଗ ସହ ନିଜ କଥା ଦ୍ଵାରା ବିରୋଧୀ ଟିମକୁ ଅଶୁବିଧାରେ ପକାଇଥାନ୍ତି। ସେହ୍ଵାଗ କୌଣସିବି ବୋଲରକୁ ବିନା ଡରି ସାମ୍ନା କରିଥାନ୍ତି। ଟିମ ଇଣ୍ଡିଆ ୨୦୦୪ରେ ରାହୁଲ ଦ୍ରାଭିଡଙ୍କ କ୍ୟାପଟେନସିରେ ପାକିସ୍ତାନ ଗ୍ରସ୍ତ କରିଥିଲା।ତିନୋଟି ମ୍ୟାଚ ବିଶିଷ୍ଟ ଐତିହାସିକ ଟେଷ୍ଟ ସିରିଜକୁ ଭାରତ ୨-୧ରେ ନିଜ ନାମରେ କରିଥିଲା ଯାହାର ପ୍ରଥମ ମ୍ୟାଚ ମୁଲତାନରେ ଖେଳାଯାଇଥିଲା। ସେହି ମ୍ୟାଚରେ ସେହ୍ଵାଗ ୩୦୯ରନର ପାରି ଖେଳିଥିଲେ ଓ ଭାରତ ସେହି ମ୍ୟାଚ ଗୋଟେ ପାରି ଓ ୫୨ ରନରେ ବିଜୟ ଲାଭ କରିଥିଲା। ସେହି ପାରି ପରେ ସେହ୍ଵାଗଙ୍କୁ ମୂଲତାନର ସୁଲତାନ କୁହାଗଲା। ସେହି ମ୍ୟାଚରେ ପାକିସ୍ତାନର ବୋଲର ସୋଏବ ଅକତରଙ୍କୁ ସେହ୍ଵାଗ ବହୁତ ଅଶୁବିଧାରେ ପକାଇଥିଲେ। ଭାରତୀୟ ପୂର୍ଵ କ୍ରିକେଟର ସଞ୍ଜୟ ମାନଜରେକର ସେହି ମ୍ୟାଚରେ ସୋଏବ ଓ ସେହ୍ଵାଗଙ୍କ ମଧ୍ୟରେ ଘଟିଥିବା କିଛି ମଜେଦର କଥା ସେୟାର କରିଛନ୍ତି ବୋଲି ଜଣା ଯାଇଛି।

Google

ମାନଜରେକର କହିଲେ କି ,”କ୍ରିକେଟରେ ଅନେକ ମଜେଦର ଘଟଣା ଅଛି ଓ ଏହିପରି ଏକ ଘଟଣା ଅଟେ ଭାରତ ଓ ପାକିସ୍ତାନ ମଧ୍ୟରେ ୨୦୦୪ରେ ହୋଇଥିବା ମୂଲତାନ ଟେଷ୍ଟ ମ୍ୟାଚରେ। ଯେଉଁ ମ୍ୟାଚରେ ସେହ୍ଵାଗ ସୁନ୍ଦର ତ୍ରିଶତକ ମାରିଥିଲେ। ସେହ୍ଵାଗଙ୍କ ଏହି ପାରିରେ ସୋଏବ ଅକତର ଚିନ୍ତିତ ହୋଇଯାଇଥିଲେ ଓ ଲଗାତର ବାଉଁସର ବଲ ପକାଇଥିଲେ। ସେହ୍ଵାଗ ସେବେ ୨୦୦ରୁ ଅଧିକ ରନ କରିଦେଇଥିଲେ ଓ ସବୁ ବାଉଁସର ବଲକୁ ଛାଡିଦେଉଥିଲେ।ସେହ୍ଵାଗ ଅକତରଙ୍କ ସବୁ ବଲ ଛାଡିଦେଉଥିଲେ ଶେଷରେ ବାଧ୍ୟ ହୋଇ ଅକତର ସେହ୍ଵାଗଙ୍କୁ କହିଥିଲେ ତମେ ୨୦୦ ମାରିସାରିଲାଣି ଓ ମୁଁ ଏତେ ବାଉଁସର ପକାଇସାରିଲିଣି ଗୋଟେ ଶର୍ଟତ ମାରିକି ଦେଖାଅ”।

ସଞ୍ଜୟ ମାଜରେକର ଆଗକୁ କହିଲେ କି,”ସେହ୍ଵାଗ ଜବାବରେ ସୋଏବ ଅକତରଙ୍କୁ କହିଥିଲେ ବୋଲିଙ୍ଗ କରୁଅଛ ନା ଭିକ ମାଗୁଛ?”। ସେହି ମ୍ୟାଚ କଥା କହିବା ତ ସଚିନ ତେନ୍ଦୁଲକର ନଟଆଉଟ ରହି ୧୯୪ ରନର ପାରି ଖେଳିଥିଲେ। ଭାରତ ୫ ଟି ୱିକେଟ ହରାଇ ୬୭୫ ରନରେ ପାରି ଘୋଷିତ କରିଥିଲେ। ପାକିସ୍ତାନ ପ୍ରଥମ ପାରିରେ ୪୦୭ ଓ ଦ୍ୱିତୀୟ ପାରିରେ ୨୧୬ ରନ କରି ଅଲଆଉଟ ହୋଇଯାଇଥିଲା। ସେହ୍ଵାଗଙ୍କୁ ପ୍ଲେୟାର ଅଫ ଦ ମ୍ୟାଚ ବଛାଯାଇଥିଲା।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *