ବିରେନ୍ଦ୍ର ସେହ୍ଵାଗ ବିଶ୍ୱକପରେ ଵୋଲରଙ୍କଠୁ ଅଧିକ ଏଥିପାଇଁ ଥିଲେ ଚିନ୍ତିତ, ଜାହିର ଖାନ କଲେ ଖୁଲାସା, ଦେଖନ୍ତୁ ଭିଡିଓ ।

୨୦୦୩ରେ ଭାରତକୁ ଅଷ୍ଟ୍ରେଲିଆ ସହ ଫାଇନାଲରେ ହରିବାର ସାମ୍ନା କରିବାକୁ ପଡିଥିଲା। ଏହା ପରେ ୨୦୦୭ରେ ଟିମ ଇଣ୍ଡିଆ ପ୍ରଥମ ରାଉଣ୍ଡରେ ହିଁ ବାହାର ହୋଇଯାଇଥିଲା। ନିଜ ଦେଶରେ ବିଶ୍ୱକପ ଜିତିବାର ପ୍ରେସର ସବୁ ଖେଳାଳୀଙ୍କ ଉପରେ ଥିଲା କିନ୍ତୁ ଟିକେଟକୁ ନେଇ ଅଧିକ ପ୍ରେସର ଥିଲା।

Google

ଭାରତୀୟ ଟିମ ନିଜ ମାଟିରେ ବର୍ଷ ୨୦୧୧ରେ ବିଶ୍ୱକପ ଜିତିଥିଲା। ସେହି ଟିମର ଖେଳାଳୀ ୨୦୦୩ ଓ ୨୦୦୭ର ଟିମର ଭାଗ ମଧ୍ୟ ରହିଥିଲେ। ୨୦୦୩ରେ ଭାରତକୁ ଅଷ୍ଟ୍ରେଲିଆ ସହ ଫାଇନାଲରେ ହାରିବାର ସାମ୍ନା କରିବାକୁ ପଡିଥିଲା। ଏହା ପରେ ୨୦୦୭ରେ ଟିମ ଇଣ୍ଡିଆ ପ୍ରଥମ ରାଉଣ୍ଡରେ ହିଁ ବାହାର ହୋଇଯାଇଥିଲା। ନିଜ ଦେଶରେ ବିଶ୍ୱକପ ଜିତିବାର ପ୍ରେସର ସବୁ ଖେଳାଳୀଙ୍କ ଉପରେ ଥିଲା କିନ୍ତୁ ଟିମର କିଛି ଖେଳାଳୀଙ୍କ ଉପରେ ଏହାଠୁ ଅଧିକ ପ୍ରେସର ଥିଲା ସମ୍ପର୍କୀୟଙ୍କ ପାଇଁ ଷ୍ଟାଡିୟମରେ ଟିକେଟ ଯୋଗାଡ଼ କରିବା। ଏହାର ଖୁଲାସା ଜାହିର ଖାନ ଓ ରବିଚନ୍ଦ୍ରନ ଅଶ୍ୱିନୀ ଏକ ଇଣ୍ଟରଭିଉରେ କରିଥିଲେ।

ଭିଉ ଇଣ୍ଡିଆର ୟୁଟୁବ ଚ୍ୟାନେଲରେ ପୂର୍ବ ବର୍ଷ ଏକ ଭିଡ଼ିଓ ସେୟାର କରିଥିଲା। ଯେଉଁଥିରେ ଅଭିନେତା ଅପାରଶକ୍ତି ଖୁରାନା ବିରେନ୍ଦ୍ର ସେହ୍ଵାଗ, ଜାହିର ଖାନ ଓ ରବି ଚନ୍ଦ୍ରନ ଅଶ୍ୱିନୀଙ୍କର ଇଣ୍ଟରଭିଉ ନେଇଥିଲେ। ଏହି ସମୟରେ ସେହ୍ଵାଗ କହିଥିଲେ,”ଖେଳାଳୀଙ୍କ ରୁମରେ ଯିଏବି ଆସୁଥିଲା କହୁଥିଲା ସାର ପାସ ଦେଇଦିଅନ୍ତି। ସେମାନେ ସେମିଫାଇନାଲ ଓ ଫାଇନାଲ ମ୍ୟାଚ ପାଇଁ ଦୁଇଟି ପାସ ମାଗୁଥିଲେ। ଆମକୁ କେବଳ ତିନୋଟି ପାସ ମିଳିଥିଲା।ମିଳିବାର ଥିଲା ଛଅଟି କିନ୍ତୁ ମିଳିଥିଲା ମାତ୍ର ୩ଟି। ୩ଟି ପାସ ଥିଲା ଓ ୩୦ ଜଣ ଲୋକ ଥିଲେ। ଏବେ ତାକୁ ବାଣ୍ଟିବି କିପରି। ଆପଣ କାହାକୁ ନା କାହାକୁ ମାଗନ୍ତି ନିଶ୍ଚିତ ତେବେ ମାନିନିଅନ୍ତୁ ଅଶ୍ୱିନୀ ପାଖରେ ୩ଟି ପାସ ଅଛି ତାମିଲନାଡୁରୁ ଚଣ୍ଡୀଗଡ଼ ତ କେହି ଦେଖିବାକୁ ଆସିବାର ନାହିଁ”।

ଏହା ଉପରେ ଅଶ୍ୱିନୀ କହିଛନ୍ତି,ମୁଁ ଦୁଇ ବର୍ଷରୁ ଟିମରେ ଥିଲି। ସବୁ ଇୟର ଫୋନ ଲଗାଇ ବସୁଥିଲି ଓ ମୁଁ ମ୍ୟୁଜିକ ଶୁଣିଥିଲି। ମୁଁ ବୁଝିପାରୁନଥିଲି ବିଶ୍ୱକପ ଆସିବାପରେ ଲୋକ ମତେ ଡାକୁଥିଲେ। ଏପରି ଲାଗୁଥିଲା ଆଜି ମୁଁ ଖେଳିବି।ପରେ ଜଣାପଡିଲା କି ସେମାନେ ପାସ ପାଇଁ ଡାକୁଥିଲେ।ଯୁବରାଜ ସିଂହ ମତେ ପଚାରୁଥିଲେ ଯେ ଚଣ୍ଡୀଗଡ଼ରେ କିଏ ଅଛି କି ? ମୁଁ କହୁଥିଲି ନାହିଁ। ଏହା ପରେ ସେ କହୁଥିଲି ମତେ ତୋ ଟିକେଟ ଦେଇଦେ ୟାର। ବିରୁ ପାଜି(ବିରେନ୍ଦ୍ର ସେହ୍ଵାଗ) ମୋ ପାଖୁ ଆସି କହୁଥିଲେ ୩ଟି ଯାକ ଟିକେଟ ଦେଇଦେ। ପୁଣି ମୁଁ ତାଙ୍କୁ ଦେଇଦେଉଥିଲି। ସମସ୍ତେ ନିଜ ନିଜ ଭିତରେ ଟିକେଟ ବଣ୍ଟନ କରୁଥିଲେ”।

Google

ଏହା ପରେ ଜାହିର କହିଲେ,”ବିରେନ୍ଦ୍ର ସେହ୍ଵାଗଙ୍କୁ ବିଶ୍ୱକପରେ ଏହା ଅଧିକ ଚିନ୍ତା ନଥିଲା କି ଖେଳିବେ କିପରି।ଡେଲ ଷ୍ଟେନ କିପରି ବଲ କରିବ ବା କୌଣସି ଅନ୍ୟ କେହି କିପରି ବଲ ପକାଇବ। ତାଙ୍କୁ ଟିକେଟର ଚିନ୍ତା ଅଧିକ ଥିଲା”। ଏହା ପରେ ସେହ୍ଵାଗ କହିଲେ ” ଏତେ ବର୍ଷ ହେବ ତ ତାଙ୍କୁ ଖେଳିଆସୁଛି। ଜଣା ଅଛି ଡେଲ ଷ୍ଟେନ କିପରି ଵୋଲିଙ୍ଗ କରିବ ବା ମୋନି ମୋର୍କଲ କିପରି ବଲ ପକାଇବ।କିନ୍ତୁ ଏତେ ବର୍ଷ ହେବ ଟିକେଟ ମିଳୁନଥିଲା। ମୌକା ଏହା ଠିକ ଥିଲା,ମୌକାରେ ଚୌକା ମାର”।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *