ସୁଶାନ୍ତଙ୍କ କେସରେ ବିତିଥିବା କିଛି ଦିନରୁ ଏପରି ଘଟଣା ସବୁ ଘଟୁଛି ଯାହା ପାଇଁ ଅଭିନେତାଙ୍କ ପ୍ରଶଂସକ ନିରବ ହୋଇଯାଇଛନ୍ତି। ସୋସିଆଲ ମିଡିଆରେ କେସକୁ ନେଇ ପ୍ରଶ୍ନ ସବୁ ଆଉ ଉଠାଯାଉନାହିଁ। ଇଏ ସବୁ ଏଥିପାଇଁ ହେଉଛି କାରଣ ଏମ୍ସ ରିପୋର୍ଟରେ ହତ୍ୟାକୁ ଖାରଜ କରିବା ସହ ରିୟା ଚକ୍ରବର୍ତ୍ତୀଙ୍କୁ ମଧ୍ୟ ଜାମିନ ମିଳିଯାଇଛି। ଏହି ଦୁଇଟି କାର୍ଯ୍ୟ ପାଇଁ ସବୁ ବଦଳିଯାଇଛି।

ଶେଖର ସୁମନଙ୍କର ବଡ଼ ବୟାନ:-
କେସରେ ଆସୁଥିବା ନାଟକ ପାଇଁ ଅଭିନେତା ଶେଖର ସୁମନ ଖୁସି ନାହାଁନ୍ତି। ସେ ଏବେ ଦୁଃଖୀ ହୋଇଯାଇଛନ୍ତି ଓ କେସକୁ କେବଳ ରାହାରେ ବୁଲୁଥିବା ଦେଖୁଛନ୍ତି। ସେ ଏବେ ଆଉ ଏକ ଟ୍ୱିଟ କରି ନିଜ ରାଗ ଦେଖାଇଛନ୍ତି।ଶେଖର ସୁମନ ଲେଖିଛନ୍ତି “ସୁଶାନ୍ତଙ୍କ କେସର ତଣ୍ଟି ଚିପାଯାଇ ହତ୍ୟା କରିଦିଆଯାଇଛି, ମୃତ୍ୟୁ ହୋଇଛି କି ଏପରି ଫିକ୍ସ କରିଦିଆଯାଇଛି”। ଏବେ ଏହି ଟ୍ୱିଟ ଦ୍ଵାରା ଶେଖର ସୁମନ ଯାଞ୍ଚ ଏଜେନ୍ସିଙ୍କ ଉପରେ ପ୍ରଶ୍ନ କରିଛନ୍ତି। ତାଙ୍କ କହିବା ଅଟେକି ସବୁକିଛି ଫିକ୍ସ ଥିଲା, ସମସ୍ତଙ୍କୁ ହଇରାଣ କରୁଛି।

ଏହି କାରଣ ପାଇଁ ହତାଶ ଶେଖର ସୁମନ:-
ଏହା ପୂର୍ବରୁ ଶେଖର ସୁମନ ଏକ ଟ୍ୱିଟ କରି ଲେଖିଥିଲେ ଏବେ ସବୁ ଶେଷ ହୋଇଯାଇଛି ଏବେ ଘରକୁ ଚାଲିଯିବା ଉଚିତ। ସେ ରିୟାଙ୍କୁ ମିଳିଥିବା ବେଲ ପାଇଁ ନିରାଶ ହୋଇଥିଲେ। ଶେଖର ଏମ୍ସ ରିପୋର୍ଟ ଉପରେ ମଧ୍ୟ ପ୍ରତିକ୍ରିୟା ଦେଇଥିଲେ। ସେ କହିଦେଇଥିଲେ କି ଏହି କେସ ଏବେ ହାଇଜେକ ହୋଇଯାଇଛି। ଅଭିନେତାଙ୍କ ସେହି ଟ୍ୱିଟରେ ଅନେକ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା । କିଛି ଲୋକ ଏପରି ଥିଲେ ଯେଉଁମାନେ ଏଥିରେ ଏକମତ ନଥିଲେ।କୁହାଯାଉଛିକି କି ଏବେ ପର୍ଯ୍ୟନ୍ତ ସିବିଆଇ ନିଜ ରିପୋର୍ଟ ଦେଇନାହିଁ। ଏପରି ପରିସ୍ଥିତିରେ କୌଣସି ଫାଇସଲାରେ ପହଁଚିବା ଭୁଲ ହେବ। ଏବେ ସେଖର ସୁମନ ଆଗକୁ ସୁଶାନ୍ତଙ୍କ କେସରେ ଟ୍ୱିଟ କରିବେକି ନାହିଁ ଏହା ଦେଖିବାଭଳି କଥା ହେବ କିନ୍ତୁ ତାଙ୍କ ଶେଷ ଟ୍ୱିଟ ଦେଖି ଲାଗୁଛି ସେ ଏବେ ଏହି କେସରୁ ଦୂରକୁ ଯିବାକୁ ଯାଉଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।