ଏହି ଖେଳାଳିମାନଙ୍କ ସହିତ ଚୟନ କର୍ତ୍ତାମାନେ କଲେ ‘ଅନ୍ୟାୟ’,ଭାରତୀୟ ଦଳର ଚୟନର ପାଞ୍ଚଟି ବଡ଼ କଥା ।

ଇଂଲଣ୍ଡ ବିରୁଦ୍ଧରେ ପାଞ୍ଚଟି ମ୍ୟାଚର ଟି୨୦ ସିରିଜ ପାଇଁ ଭାରତୀୟ ଦଳର ଘୋଷଣା ହୋଇଯାଇଛି। ଭାରତ ଟି୨୦ ୱାର୍ଲଡ଼ କପ ୨୦୨୧କୁ ଦେଖି ୧୯ ଜଣିୟ ସଦଶ୍ୟ ଥିବା ଦଳ ବାଛିଛନ୍ତି ଯେଉଁଥିରେ ଚୟନ କର୍ତ୍ତାମାନେ ଆଶ୍ଚର୍ଯ୍ୟ ଓ ଚମକାଇ ଦେବା ଭଳି ନିର୍ଣ୍ଣୟ ନେଇଛନ୍ତି। ଦଳର ନେତୃତ୍ୱ ବିରାଟ କୋହଲିଙ୍କ ହାତରେ ଅଛି କିନ୍ତୁ ଏହି ୧୯ ଜଣିୟ ସଦସ୍ୟ ଥିବା ଦଳରେ ଏପରି ଖେଳାଳିଙ୍କୁ ସୁଯୋଗ ଦିଆଯାଇଛି ଯାହାଙ୍କର ଅପେକ୍ଷା ପ୍ରସଂଶକ କ୍ରିକେଟ ବିଶେଷଜ୍ଞ ଲମ୍ବା ସମୟ ଧରି କରୁଥିଲେ। ସେହିପରି କିଛି ପ୍ରତିଭାଶାଳୀ ଖେଳାଳୀ ଯିଏ ନିଜକୁ ଏହି ମଞ୍ଚରେ ପ୍ରମାଣିତ କରିପାରିନାହାନ୍ତି ତାଙ୍କୁ ବାହାରର ରାସ୍ତା ଦେଖାଇ ଦିଆଯାଇଛି। ଆସନ୍ତୁ ଆପଣଙ୍କୁ କହିବୁ ଭାରତୀୟ ଦଳର ଚୟନର ପାଞ୍ଚଟି ବଡ଼ କଥା।

Google

ଭାରତୀୟ ଦଳର ଟି୨୦ ଦଳରେ ସୂର୍ଯ୍ୟ କୁମାର ଯାଦବ ଓ ଇଶାନ କିଷନଙ୍କୁ ମୌକା ମିଳିଛି। ଏହି ଦୁଇ ଖେଳାଳୀ ଗତ ଲମ୍ବା ସମୟରୁ ଟି୨୦ ଫର୍ମାଟରେ ଅଦ୍ଭୁତ ଖେଳ ଦେଖେଇ ଆସୁଅଛନ୍ତି। ମୁମ୍ବାଇ ଇଣ୍ଡିଆନସକୁ ଆଇପିଏଲ ୨୦୨୦ରେ ବିଜେତା କରିବାରେ ଏହି ଦୁଇ ଖେଳାଳିଙ୍କର ହାତ ରହିଛି।

ଭାରତୀୟ ଦଳର ଚୟନ ସହ ଜଡିତ ସବୁଠାରୁ ଆଶ୍ଚର୍ଯ୍ୟ କରିଦେବା ଖବର ରହିଛି ରାହୁଲ ତେୱାଟିଆଙ୍କର ଚୟନ।ରାଜସ୍ଥାନ ରୟାଲସ ପାଇଁ ଆଇପିଏଲରେ ଖେଳୁଥିବା ରାହୁଲ ତେୱାଟିଆ ବଲ ଓ ବ୍ୟାଟରେ ଗତ ସଂସ୍କରଣରେ ଭଲ ଖେଳ ଦେଖେଇଥିଲେ। ତେୱାଟିଆ ସେଲଡ଼ନ କ୍ରଟେଲଙ୍କର ଗୋଟିଏ ଓଭରରେ ପାଞ୍ଚଟି ଛକା ମାରି ନିଜ ଦଳକୁ ଜିତାଇଥିଲେ। ଏହା ସହିତ ତାଙ୍କ ଲେଗ ସ୍ପିନ୍ ବୋଲିଂ ଓ ଫିଲଡିଂ ମଧ୍ୟ ଚୟନ କର୍ତ୍ତାଙ୍କ ମନକୁ ମୋହିତ କରିଥିଲା।

ଭାରତୀୟ ଦଳରେ ଗୋଟିଏ ତରଫରେ ଯେଉଁଠାରେ ପ୍ରତିଭାଶାଳୀ ଖେଳାଳିଙ୍କର ଆଗମନ ହୋଇଛି ସେହିପରି ଦ୍ୱିତୀୟ ପଟରେ କିଛି ପ୍ରତିଭାଶାଳୀ ଖେଳାଳିଙ୍କୁ ବାହାର କରିଦିଆଯାଇଛି। ସଞ୍ଜୁ ସାମସନଙ୍କୁ ଖରାପ ପ୍ରଦର୍ଶନର କ୍ଷତି ଭୋଗିବାକୁ ପଡିଲା। ସେହିପରି ମନୀଷ ପାଣ୍ଡେଙ୍କୁ ଟି୨୦ରେ ୪୪.୩୧ର ବଢିଆ ଔଷତ ସତ୍ତ୍ୱେ ଦଳରୁ ବାହାର କରିଦିଆଯାଇଛି। ଚାଇନା ମ୍ୟାନ ବୋଲର କୁଲଦୀପ ଯାଦବ ଓ କୁନାଲ ପାଣ୍ଡ୍ୟା ବି ଟି୨୦ ଦଳରେ ବଛାଯାଇ ନାହାନ୍ତି। ଲେଗ ସ୍ପିନର ରାହୁଲ ଚାହର ମଧ୍ୟ ଦଳରେ ନାହାନ୍ତି।

Google

ଭାରତୀୟ ଦଳର ଚୟନରେ ଚତୁର୍ଥ ବଡ଼ ଖବର ଫେରନ୍ତା ସହ ଜଡିତ ରହିଛି। ଟେଷ୍ଟ ଫର୍ମାଟରେ ଭଲ ପ୍ରଦର୍ଶନ ପରେ ରିଷବ ପନ୍ତଙ୍କର ଦଳରେ ଫେରନ୍ତା ହୋଇଛି। ଆଘାତ କାରଣରୁ ଅଷ୍ଟ୍ରେଲିଆ ଗ୍ରସ୍ତରୁ ବାହାର ହୋଇଥିବା ମିଷ୍ଟ୍ରି ସ୍ପିନର ବରୁଣ ଚକ୍ରବର୍ତ୍ତୀଙ୍କୁ ଦଳରେ ମୌକା ଦିଆଯାଇଛି।ଅକ୍ଷର ପଟେଲ ମଧ୍ୟ ଟି୨୦ ଦଳରେ ଫେରନ୍ତା କରିଛନ୍ତି।ଏହା ସହିତ ଆଘାତ ପରେ ଭୁବନେଶ୍ୱର କୁମାର ମଧ୍ୟ ଦଳକୁ ଫେରିଆସିଛନ୍ତି।

ଆଇପିଏଲ ୨୦୨୦ ପରେ ଲଗାତାର କ୍ରିକେଟ ଖେଳୁଥିବା ଯଶପ୍ରୀତ ବୁମରାଙ୍କୁ ଇଂଲଣ୍ଡ ବିରୁଦ୍ଧରେ ପାଞ୍ଚଟି ମ୍ୟାଚର ଟି୨୦ ସିରିଜ ପାଇଁ ରେଷ୍ଟ ପ୍ରଦାନ କରାଯାଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *