ଦିଲ୍ଲୀର ଏକ ବ୍ୟବସାୟୀଙ୍କୁ ବରେଲିରେ କିଛି ଠକମାନେ କରାମତି ବଲବ ନାମରେ ୯ଲକ୍ଷ ଟଙ୍କାର ଚୂନ ଲଗାଇଦେଇଛନ୍ତି । ପ୍ରକୃତରେ ତିନିଜଣ ଯୁବକ ଏକ ବେପାରିକୁ କଥିତ ଭାବରେ ୯ ଲକ୍ଷରେ କରାମତି(ଯାଦୁଇ) ବଲବ ବିକିଦେଲେ। ଠକମାନେ ବ୍ୟବସାୟୀଙ୍କୁ ଆଶା ଦେଲେ କି ଏହି ବଲବର ମାଧ୍ୟମରେ ସୁନା ଭଳି ମହଙ୍ଗା ଦାମୀ ଧାତୁର ପ୍ରାପ୍ତି ହେବ ଓ ନିଜ ଘରେ ସମୃଦ୍ଧି ଆସିବ।

ଅପରାଧିମାନେ ଲଖିମପୂରର ବାସିନ୍ଦା ଅଟନ୍ତି।ଅପରାଧିମାନେ ବିଶେଷ ଚୁମ୍ଭକ ଜରିଆରେ ବଲବକୁ ବିଭିନ୍ନ ଭାବରେ ଜଳାଇ ବ୍ୟବସାୟୀଙ୍କ ବିଶ୍ୱାସକୁ ଜିତିନେଲେ ଓ ପୁଣି ତାଙ୍କୁ ସେହି ବଲବ ୯ଲକ୍ଷ ଟଙ୍କାରେ ବିକି ସେଠାରୁ ଚାଲିଗଲେ । ବେପାରୀ କୋରନା ଭାଇରସ୍ ମହାମାରୀ କାରଣରୁ ନିଜ ବ୍ୟବସାୟରେ କ୍ଷତିର ସାମ୍ନା କରୁଥିଲେ ଓ ସହଜରେ ଟଙ୍କା କମେଇବାକୁ ଚାହୁଁଥିଲେ ।
ଏହି ମାମଲା ସେବେ ସାମ୍ନାକୁ ଆସିଲା ଯେବେ ତିନିଜଣ ଅପରାଧି-ଛୁଟକନ ଖାନ,ମାସୁମ ଖାନ,ଇରଫାନଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ ଦାଖଲ ହେଲା। ସେଠାରେ ପୀଡିତ ବ୍ୟବସାୟୀ ଓ ଅଭିଯୋଗକାରୀଙ୍କ ପରିଚୟ ନିତେଶ ମଲହୋତ୍ରାଙ୍କ ରୂପରେ ହୋଇଛି।

ଇଂରାଜୀ ଖବରକାଗଜ ଦ ଟାଇମସ ଅଫ ଇଣ୍ଡିଆର ରିପୋର୍ଟ ଅନୁସାରେ ଅପରାଧିମାନଙ୍କ ମଧ୍ୟରୁ ଜଣେ ମଲହୋତ୍ରାଙ୍କୁ କଥିତ ରୂପରେ ସେହି ‘କରାମତି’ବଲବ ବିକିବାର ପେଶକସ କରିଥିଲେ। ପୀଡିତାଙ୍କ ଅନୁସାରେ ଅପରାଧୀ କହିଥିଲେ କି ଏହି ବଲବ ସମୃଦ୍ଧି ପ୍ରଦାନ କରିବ।ମଲହୋତ୍ରାଙ୍କୁ ଅପରାଧିମାନଙ୍କ ଉଦ୍ଧେଶ୍ୟ ଉପରେ ସନ୍ଦେହ ହୋଇନଥିଲା ଓ ସେ ସେହି ବଲବକୁ ୯ ଲକ୍ଷ ଟଙ୍କାରେ କିଣିଥିଲେ ଯାହା କି ସାଧାରଣ ବଲବ ବାହାରିଲା।
ଏହି ମାମଲାକୁ ନେଇ ଖିରିର ଏସଏସପି ବିଜୟ ଢୁଳ କହିଲେ,”ଇରଫାନ ଉପରେ ଅଧା ଡ଼ର୍ଜନ ଠକେଇର ମାମଲା ଦାଖିଲ ଅଛି। ଏହା ପୂର୍ବରୁ ତା ବିରୁଦ୍ଧରେ ଏକ ନିରିହକୁ ଠକି ଓ ଭାବପ୍ରବଣତା ମାମଲାରେ ମଧ୍ୟ କେଶ ଦର୍ଜ ହୋଇଛି। ଏହି ବର୍ଷ ଅକ୍ଟୋବରରେ,ଦୁଇଜଣ ଲୋକ କଥିତ ଭାବରେ ମେରଠରେ ଲଣ୍ଡନରୁ ଫେରିଥିବା ଏକ ଡାକ୍ତରଙ୍କୁ ଅଢେ଼ଇ କୋଟି ଟଙ୍କାରେ ‘ଆଲାଦୀନର ଚିରାଗ’ ବିକିଦେଇଥିଲା।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।