ଦୁଇଟି ନ୍ୟୁଜ ଚ୍ୟାନେଲଙ୍କ ବିରୋଧରେ ସଲମାନ ଖାନ, ଶାହାରୁଖ ଖାନ , ଆମୀର ଖାନ, ଅଜୟ ଦେବଗନ, ଅନୀଲ କପୁର ଓ ରୋହିତ ସେଠିଙ୍କ ପ୍ରଡକ୍ସନ ହାଉସ ହାଇକୋର୍ଟରେ ପହଞ୍ଚିଛନ୍ତି।
ବଲିଉଡର ପ୍ରମୁଖ ନିର୍ମାତା ସୋମବାରକୁ ରିପବ୍ଲିକ ଟିଭି ଓ ଟାଇମ୍ସ ନାଉ ବିରୋଧରେ ହାଇକୋର୍ଟ ଯାଇଛନ୍ତି। ନିର୍ମାତା ଫିଲ୍ମ ଉଦ୍ୟୋଗ ବିରୋଧରେ ଅପମାନଜନିତ ଟିପ୍ପଣୀ ନଦେବାପାଇଁ ରିପବ୍ଲିକ ଟିଭି ଓ ଟାଇମ୍ସ ନାଉ ବିରୋଧରେ ଅଭିଯୋଗ କରିଛନ୍ତି। ଏହା ସହିତ ସେ ବିଭିନ୍ନ କାରଣ ପାଇଁ ତାଙ୍କ ସଦସ୍ୟଙ୍କ “ମିଡିଆ ଟ୍ରାଏଲ” ଅଟକାଇବା ପାଇଁ ମଧ୍ୟ କହିଛନ୍ତି।
ଚାରୋଟି ଫିଲ୍ମ ଇଣ୍ଡଷ୍ଟ୍ରି ଓ ୩୪ ପ୍ରମୁଖ ଫିଲ୍ମ ଆସୋସେସନ ସହିତ ଯସରାଜ ଫିଲ୍ମସ ଓ ଆର ଏସ ଇଣ୍ଟରଟେନମେଣ୍ଟ ଦ୍ଵାରା ଜଡିତ ଉଦ୍ୟୋଗ ବ୍ୟକ୍ତିମାନଙ୍କ ଗୋପନୀୟତା ଅଧିକାରରେ ଏହା ଉପରେ ହସ୍ତକ୍ଷେପ ଅଟକାଇବା ପାଇଁ ଅନୁରୋଧ କରାଯାଇଛି।
ସଲମାନ ଖାନ, ଶାହାରୁଖ ଖାନ, ଆମୀର ଖାନ, ଅଜୟ ଦେବଗନ, ଅନୀଲ କପୁର ଓ ରୋହିତ ସେଠିଙ୍କ ପ୍ରଡକ୍ସନ ହାଉସ ବି ଏଥିରେ ସାମିଲ ଅଛି।
ଏଥିରେ ରିପବ୍ଲିକ ଟିଭି, ତାହାର ପ୍ରଧାନ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀ, ଓ ପତ୍ରକାର ସଂନ୍ଦିପ ଭଣ୍ଡାରୀ, ଟାଇମ୍ସ ନାଉ, ତାହାର ପ୍ରଧାନ ସମ୍ପାଦକ ରାହୁଲ ଶିଵଶଙ୍କର, ଓ ସମୂହ ସମ୍ପାଦକ ନବିକା କୁମାର ଓ ଅଜ୍ଞାତ ପ୍ରତିବାଦୀଙ୍କ ସହିତ ସୋସିଆଲ ମିଡିଆ ମଞ୍ଚକୁ ବଲିଉଡ଼ ବିରୋଧରେ ଅପମାନଜନକ କଥା କହିବା ଓ ଲେଖିବାରୁ ବଞ୍ଚିବାକୁ ଅନୁରୋଧ କରାଯାଇଛି।
ଡ଼ିଏସକେ କାନୁନ ଫର୍ମ ଦ୍ଵାରା କୁହାଯାଇଛି “ଏହି ଚ୍ୟାନେଲ ବଲିଉଡ଼ ପାଇଁ ଅତ୍ୟାଧିକ ଅପମାନିକ ଶବ୍ଦ, ଉକ୍ତି ଭଳି “ଗଂନ୍ଧା” ଓ “ଡ୍ରଗି” ଆଦି ବ୍ୟବହାର କରୁଛନ୍ତି”। ” ଏହା ବଲିଉଡ଼ ଅଟେ ଯେଉଁଠି ଅଳିଆ କୁ ସଫା କରାଯିବା କଥା , ସମସ୍ତେ ଏହି ବଲିଉଡର ଅଳିଆ ସଫା କରିପାରିବେ ନାହିଁ, ଏହା ଦେଶର ସବୁଠୁ ବଡ଼ ଅଳିଆ ଗଦା ଅଟେ, ଆଦି କଥା ବ୍ୟବହାର କରାଯାଉଛି”। ଏହା ଉପରେ ଏହି ସପ୍ତାହର ଅନ୍ତରେ ଶୁଣାଣି ହୋଇପାରେ।

ନିର୍ମାତାମାନଙ୍କର କହିବା ଅଟେ କି ପ୍ରତିବାଦୀ (ମିଡ଼ିଆକର୍ମୀ ) ଟେଲିଭିଜନ ନେଟୱର୍କ, ନିର୍ମାତା ତାଙ୍କ ଦ୍ଵାରା କାର୍ଯ୍ୟକ୍ରମ ପ୍ରାବନ୍ଧନର ପାଳନ କରନ୍ତୁ ଓ ଫିଲ୍ମ ଉଦ୍ୟୋଗ ଉପରେ କରାଯାଇଥିବା ସମସ୍ତ ଅପମାନଜନିକ ସାମଗ୍ରୀ ଫେରସ୍ତ ନିଅନ୍ତୁ।
ସେ ଦାବି କରିଛନ୍ତି କି ଫିଲ୍ମ ଉଦ୍ୟୋଗ ଅନ୍ୟ ବିଭିନ୍ନ ଉଦ୍ୟୋଗ ମାନଙ୍କ ପାଇଁ ରୋଜଗାରର ଏକ ବଡ଼ ସ୍ରୋତ ଅଟେ ଯେଉଁମାନେ ଏହା ଉପରେ ନିର୍ଭର କରନ୍ତି। ସେ କହିଛନ୍ତି”ବଲିଉଡ଼ ଅମର ଅଟେ ,ଏହା ଅନ୍ୟ ଉଦ୍ୟୋଗଠୁ ବହୁତ ଉପରେ, କାରଣ ଏହା ଏକ ଏପରି ଉଦ୍ୟୋଗ ଯାହା ପ୍ରଶଂସା ଓ ଦର୍ଶକମାନଙ୍କ ସ୍ୱୀକୃତି ଉପରେ ନିର୍ଭର ଅଟେ”।
ସେ କହିଛନ୍ତି ସେ ଫିଲ୍ମ ଟେଲିଭିଜନ ନିର୍ମାତା ଗିଲଡ଼ ଅଫ ଇଣ୍ଡିଆ(ପିଜିଆଇ), ସିନେ ଆଣ୍ଡା ଟିଭି ଆର୍ଟଷ୍ଟିସ ଏସୋସେସନ(ସିଆଇଏନଟିଏଏ), ଇଣ୍ଡିଆନ ଫିଲ୍ମ ଆଣ୍ଡ ଟିଭି ପ୍ରଡୁଶର କାଉନସିଲ(ଆଇଏଫଟିପିସି), ସ୍କିନରାଇଟର ଏସୋସେସନ(ଏସଡବ୍ଲୁଏ), ଆମୀର ଖାନ ପ୍ରଡକ୍ସନ ଆଣ୍ଡ -ଲିମ୍ବସ, ଅନୀଲ କପୁର ପ୍ରଡକ୍ସନ କମୁନିକେସନ ନେଟୱର୍କ, ଅରବାଜ ଖାନ ପ୍ରଡକ୍ସନ, ଆଶୁତୋଷ ଗୋବରୀଙ୍କର ପ୍ରଡକ୍ସନ, ବିଏସକେ ନେଟୱର୍କ ଓ ଇଣ୍ଟରଟେନମେଣ୍ଟ, ଧର୍ମା ପ୍ରଡକ୍ସନ, ରାୟ କପୁର ଫିଲ୍ମସ, ସଲମାନ ଖାନ ଫିଲ୍ମ, ସୋହେଲ ଖାନ ପ୍ରଡକ୍ସନ, ଟାଇଗର ବେବି ଡିଜିଟେଲ ବିନୋଦ ଚୋପଡ଼ା ଫିଲ୍ମସ, ବିଶାଲ ଭରଦ୍ବାଜ ଫିକ୍ଚରସ , ଯସରାଜ ଫିଲ୍ମସ ଆଦି ସାମିଲ ଅଟେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।