ହରଭଜନଙ୍କ ନାଚକୁ ଦେଖି ସବୁଠାରୁ ଅଧିକ ସଚିନ ହସୁଥିଲେ। ସେ ଭଜିଙ୍କ ଲଗାତର ଜୟକାର କରୁଥିଲେ।ଏହା କାରଣରୁ ହରଭଜନ ନାଚ ସମ୍ପୂର୍ଣ୍ଣ କରିପାରୁନଥିଲେ।ଯଦିଓ,ଶାହାରୁଖ ତାଙ୍କ ପ୍ରଦର୍ଶନରେ ବହୁତ ପ୍ରଭାବିତ ହୋଇଥିଲେ।

ଭାରତୀୟ କ୍ରିକେଟର ଏବଂ ବଲିଉଡ କଳାକାରଙ୍କ ସମ୍ପର୍କ ବହୁତ ପୁରୁଣା ରହିଅଛି। କିଛିଜଣ ଭଲ ସାଙ୍ଗ ଅଟନ୍ତି ତ କିଛିଜଣ ବିବାହ କରିସାରିଲେଣି। କ୍ରିକେଟ ସହ ଜଡିତ କାର୍ଯ୍ୟକ୍ରମରେ ବହୁତ ସମୟ ଧରି ଅଭିନେତା-ଅଭିନେତ୍ରୀମାନେ ସାମିଲ ହୋଇଆସୁଛନ୍ତି।ଶାହାରୁଖ ଖାନ ସେହି ଅଭିନେତାମାନଙ୍କ ମଧ୍ୟରୁ ଜଣେ ଅଟନ୍ତି। ତାଙ୍କର କ୍ରିକେଟ ସହିତ ସିଧା ସମ୍ବଦ୍ଧ ଅଛି।ସେ ଆଇପିଏଲ ଟିମ କୋଲକାତା ନାଇଟରାଇଡ଼ର୍ସର ମାଲିକ ଅଟନ୍ତି। ଶାହାରୁଖ ଗୋଟେ ଥର ଭାରତର ଦିଗଜ ସ୍ପିନର ହରଭଜନ ସିଂହଙ୍କୁ ରୋମାନ୍ସ ପାଠ ପଢାଇଥିଲେ। ସେହି ସମୟରେ ଭାରତ ଏବଂ ପାକିସ୍ତାନର କେତେକ ଦିଗଜ ଖେଳାଳି ସେଠାରେ ଉପସ୍ଥିତ ଥିଲେ।
ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଅଛି ଯାହା କି ବହୁତ ପୁରୁଣା ଅଟେ। କାର୍ଯ୍ୟକ୍ରମରେ ଶାହାରୁଖ ହୋଷ୍ଟ ଥିଲେ। ସେହି ସମୟରେ ସେଠାରେ ପାକିସ୍ତାନର ଖେଳାଳି ବି ଉପସ୍ଥିତ ଥିଲେ। ସେ ହରଭଜନ ସିଂହଙ୍କୁ ଷ୍ଟେଜକୁ ଡାକିଥିଲେ। ଶାହାରୁଖ ହରଭଜଜଙ୍କୁ ଏକ ସଂଳାପ କହିବା ପାଇଁ କହିଲେ ତେବେ ଭଜି କହିଲେ,”କାସ ମୁଁ ଏପରି ସଂଳାପ କହିପାରୁଥାନ୍ତି ତେବେ ମୁଁ କ୍ରିକେଟରେ ନୁହେଁ ଚଳଚ୍ଚିତ୍ରରେ ଥାଆନ୍ତି। “ଏହାପରେ ଶାହାରୁଖ କହିଲେ,’ଆଜି ମୁଁ ଆପଣଙ୍କ ଚଳଚ୍ଚିତ୍ରରେ ରହିବାର ଇଚ୍ଛାକୁ ପୂରା କରିବି।’ମୁଁ ଚାହିଁବି କି ଫିଲ୍ମରେ ରୋମାନ୍ସ କିପରି ହୁଏ ସେଇଟା ତମକୁ ଟିକେ ଶିଖେଇବି’। ପୁଣି ହରଭଜନ କହିଲେ,”ରୋମାନ୍ସ କିମ୍ବା ବର୍ଷାରେ ନାଚିବାର କିଛି ଗୀତ,ଶାହାରୁଖ କହିଲେ ଆପଣ ଯାହା କହିବେ ସେଇଆ ହେବ।
ଶାହାରୁଖ ହରଭଜନଙ୍କୁ କହିଲେ,”ମୁଁ ଶୁଣିଛି କି ଆପଣ ଭଲ ଗାଆନ୍ତି ତେବେ କଣ ଆମ ପାଇଁ କିଛି ଗୀତ ଗାଇପାରିବେ?।ମୋରି ଚଳଚ୍ଚିତ୍ରର କିଛି ଗୀତ ହେଉ”। ଏହାପରେ ଶାହାରୁଖ ଏବଂ ହରଭଜନ ମିଶିକରି ଚଲତେ-ଚଲତେ ଚଳଚ୍ଚିତ୍ରର ଗୀତ”ସୁନୋ ନା ,ସୁନୋ ନା,ସୁନ ଲେ ନା,ହମସଫର ମୁଝିକୋ ଚୁନ ଲୋ ନା।” ପୁଣି ଶାହାରୁଖ ଓଁ ଶାନ୍ତି ଓଁର ଗୀତ’ଆଖୋ ମେଂ ତେରୀ ଅଜବ ସି ଅଜବ ସି ହବାଏଂ ହୈ’ଗୀତ ଗାଇବାକୁ କହିଲେ,କିନ୍ତୁ ହରଭଜନ ସବୁସମୟରେ ଲୋକପ୍ରିୟତା ହାସଲ କରିଥିବା ଗୀତ ‘ତୁଝେ ଦେଖା ତୋ ୟେ ଜାନା ସନମ’ଗାଇବାକୁ ଲାଗିଲେ।

ଶୋ ସମୟରେ ସଚିନ ତେନ୍ଦୁଲକର,ରବିନ ଉଥାପ୍ପା,ବୀରେନ୍ଦ୍ର ସହବାଗ,ଗୌତମ ଗମ୍ଭିର,ମହେନ୍ଦ୍ର ସିଂହ ଧୋନୀ, ଭେଙ୍କଟେଶ ପ୍ରସାଦ,ଲାଲଚାନ୍ଦ ରାଜପୂତ,ହରଫାନ ପଠାଣ,ଶ୍ରୀସଂତ,ଜହିର ଖାନ,ମୁରଲୀ କାର୍ତ୍ତିକ ଉପସ୍ଥିତ ଥିଲେ। ଏହା ଛଡା ପାକିସ୍ତାନର ସୋଏବ ମଲିକ,ସୋଏବ, ଅଖତ୍ତ୍ୱର,ସାହିଦ ଅଫରିଦି,କାମରାନ ଅକମଲ ଏବଂ ସଲମାନ ବଟ ବି ସେଠାରେ ଥିଲେ। ହରଭଜନଙ୍କ ନାଚକୁ ଦେଖି ସବୁଠୁ ଅଧିକ ସଚିନ ହସୁଥିଲେ। ସେ ଭଜିଙ୍କ ଲଗାତର ଜୟକାର କରୁଥିଲେ। ଏହା କାରଣରୁ ହରଭଜନ ନାଚ ସମ୍ପୂର୍ଣ୍ଣ କରିପାରୁନଥିଲେ। ଯଦିଓ,ଶାହାରୁଖ ତାଙ୍କ ପ୍ରଦର୍ଶନରେ ବହୁତ ଆକର୍ଷିତ ହୋଇଯାଇଥିବାର ଦେଖିବାକୁ ମିଳିଥିଲା।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।