IPL ୨୦୨୧:ଶାହରୁଖ ଖାନ କେକେଆରର ପରାଜୟରେ ମାଗିଥିଲେ କ୍ଷମା! କାରଣ ଜାଣିଲେ ହୋସ ଉଡିଯିବ!

କୋଲକାତା ନାଇଟ ରାଇଡର୍ସ ମଙ୍ଗଳବାର ଅର୍ଥାତ ୧୩ ଏପ୍ରିଲ ୨୦୨୧ ରାତିରେ ଚେନ୍ନାଇର ଏମ ଚିଦାମ୍ବରମ ଷ୍ଟାଡିୟମରେରେ ଖେଳାଯାଇଥିବା ମ୍ୟାଚ ଜିତୁ ଜିତୁ ରହିଯାଇଥିଲା। ମୁମ୍ବାଇ ଇଣ୍ଡିଆନ୍ସ ବିରୁଦ୍ଧରେ ବିଜୟ ପାଉଁ କୋଲକାତାକୁ ୩୦ ବଲରେ ୩୧ ରନ କରିବାକୁ ଥିଲା। ୬ଟି ୱିକେଟ ହାତରେ ଥାଇ ମଧ୍ୟ ସେ ୨୦ରନ କରିପାରିଥିଲା।ଏହା ସହ ୩ଟି ୱିକେଟ ବି ହରାଇଦେଇଥିଲା ବୋଲି ଜଣା ଯାଇଛି।

Google

ମ୍ୟାଚ ପରେ ସୋସିଆଲ ମିଡିଆରେ ମୁମ୍ବାଇ ଇଣ୍ଡିଆନ୍ସର କାଫି ଚର୍ଚ୍ଚା ହୋଇଥିବା ବେଳେ କୋଲକାତାର ଫ୍ୟାନ୍ସ ଦୁଃଖ ପ୍ରକାଶ କରିଥିଲେ। କୋଲକାତା ନାଇଟ ରାଇଡ଼ର୍ସର ମାଲିକ ଅଛନ୍ତି କିଙ୍ଗ ଖାନ ବା ଶାହରୁଖ ଖାନ। ଏହି କାରଣରୁ ମ୍ୟାଚପରେ ଶାହରୁଖ ଖାନ ଟ୍ୱିଟ କରି ଫ୍ୟାନ୍ସମାନଙ୍କୁ କ୍ଷମା ମାଗିବାର ନଜର ଆସିଛନ୍ତି। ସେ କହିଲେ,”କମ ଶବ୍ଦରେ କହିବି, ନିରାଶାଜନକ ଖେଳ ପ୍ରଦର୍ଶନ। ସବୁ ଫ୍ୟାନ୍ସମାନଙ୍କ ଠାରୁ କ୍ଷମା ଚାହିଁବି।”

ଶାହରୁଖଙ୍କର ଏହି ଟ୍ୱିଟରେ ଲୋକମାନେ ନିଜର ମତ ବି ରଖିଥିଲେ। ଏଥି ମଧ୍ୟରୁ କିଛି ଲୋକ କୋଲକାତାର ପରାଜୟ ପାଇଁ ଦିନେଶ କାର୍ତିକ ଏବଂ ଆନ୍ଦ୍ର ରସଲଙ୍କ ଧୀର ବ୍ୟାଟିଙ୍ଗ ଦାୟୀ ବୋଲି ମଧ୍ୟ କହିଥିଲେ। କିଛିଲୋକ ମ୍ୟାଚକୁ ଫିକ୍ସ ବୋଲି ମଧ୍ୟ କହିଲେ। କିଛିଲୋକ ଇଓନ ମୋର୍ଗନଙ୍କୁ ଟିକେ ସିରିୟସ ରହିବାକୁ ମଧ୍ୟ କହିଲେ। ଆଉ କେତେକ ଲୋକ ଦିନେଶ କାର୍ତିକ ଏବଂ ଆନ୍ଦ୍ର ରସଲଙ୍କୁ ଟିମରୁ ବାହାର କରିଦେବାକୁ ଉପଦେଶ ଦେଲେ।

କେହି ଲେଖିଲେ ଦିନେଶ କାର୍ତିକଙ୍କ ଜାଗାରେ ଯୁବ ଖେଳାଳିମାନଙ୍କୁ ମୌକା ଦେବା ଦରକାର। ଦିନେଶ କାର୍ତିକ ୧୧ବଲରେ ୮ରନ କରି ନଟଆଉଟ ଅଛନ୍ତି। ଆନ୍ଦ୍ର ରସେଲ ୧୫ ବଲରେ ୯ରନ କରି ଆଉଟ ହୋଇଛନ୍ତି। ଆନ୍ଦ୍ର ରସଲ ଏହି ମ୍ୟାଚରେ ବୋଲିଙ୍ଗରେ ଭଲ ପଦର୍ଶନ ଦେଖାଇଛନ୍ତି।ସେ ୨ ଓଭରରେ ୧୫ରନ ଦେଇ ୫ଟି ୱିକେଟ ଅକ୍ତିଆର କରିବାର ନଜର ଆସିଥିଲେ।

ଶାହରୁଖଙ୍କ ଛଡା ଦଳର ୪୦ ବର୍ଷୀୟ ସ୍ପିନର ହରଭଜନ ସିଂହ ମଧ୍ୟ ଟ୍ୱିଟକରି ନିଜ କଥା ଉପସ୍ଥାପନ କରିଛନ୍ତି। ହରଭଜନ ତାଙ୍କ ଟ୍ୱିଟରେ କେବଳ ଗୋଟିଏ ଶବ୍ଦ ଲେଖିଛନ୍ତି”gutted” ଏହାର ଅର୍ଥ ହେଉଛି ନିରାଶାଜନକ। ହରଭଜନ ସିଂହ ମଧ୍ୟ ଏହି ମ୍ୟାଚର ସହଭାଗୀ ଥିଲେ। ସେ ୨ଓଭର ବୋଲିଙ୍ଗ କରିବାର ନଜର ଆସିଥିଲେ। ୧୭ରନ ଦେଇ ମଧ୍ୟ ଗୋଟେ ୱିକେଟ ଅକ୍ତିଆର କରିବାରେ ବିଫଳ ରହିଥିଲେ।

Google

ଶେଷରେ ମୁମ୍ବାଇ ଠାରୁ କୋଲକତା ହାରିଯାଇଥିଲା। ଏହା ଛଡା କାଲିର ମ୍ୟାଚରେ ମଧ୍ୟ ବାଙ୍ଗାଲୋର ଠାରୁ କୋଲକତାକୁ ପରାଜୟ ମିଳିଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *