ବଲିଉଡର କିଙ୍ଗ ଖାନ ମାନେ ଶାହରୁଖ ଖାନଙ୍କୁ ବହୁତ ଲୋକ ପସନ୍ଦ କରନ୍ତି । ପୁରା ଦୁନିଆରେ ସେ ଖୁବ ପରିଚିତ ଓ ପ୍ରଶଂସିତ । ତାଙ୍କର କିଛି ପୁରୁଣା ଚଳଚ୍ଚିତ୍ରର ଡାଇଲଗ ଆଜି ବି ଲୋକମାନଙ୍କ ପାଟିରୁ ଶୁଣିବାକୁ ମିଳିଥାଏ । ଶାହରୁଖ ଖାନ ବହୁତ ବଡ଼ ବଡ଼ ଚଳଚ୍ଚିତ୍ରରେ କାମ କରିଛନ୍ତି । ଯାହାପାଇଁ ଲୋକମାନେ ତାଙ୍କୁ ବହୁତ ପସନ୍ଦ କରନ୍ତି । ସେ କେବଳ ଭାରତରେ ନୁହଁ ପୁରା ଦୁନିଆରେ ଲୋକମାନଙ୍କ ମନରେ ନିଜ ପାଇଁ ଜାଗା ତିଆରି କରିଦେଇଛନ୍ତି ।
ସେ କେବଳ ବଡ ପରଦାରେ କାମ କରନ୍ତି ନାହିଁ ବରଂ ବଡ଼ବଡ଼ ପ୍ରେମୀଯୁଗଳଙ୍କ ବିବାହରେ ମଧ୍ୟ ବହୁତ ଧମାଲ କରିଛନ୍ତି । ଆଉ ବହୁତ ପାର୍ଟିରେ ମଧ୍ୟ ନିଜର କଳାକୁ ଦେଖେଇ ସାରିଛନ୍ତି । ବିବାହରେ ବର ଓ କନ୍ୟା ତ ମୁଖ୍ୟ ଅଟନ୍ତି ହେଲେ ଯଦି ତାଙ୍କ ସାଙ୍ଗରେ ତାଙ୍କ ପସନ୍ଦର କଳାକାର ଥାଆନ୍ତି ତେବେ ସେହି ମୁହୂର୍ତ୍ତ ବେଶ ରୋମାଞ୍ଚକ ହୋଇଥାଏ ।
ବାହାଘରରେ ନାଚି ଶାହରୁଖ ଖାନ ଏତିକି କୋଟି ଟଙ୍କା ନିଅନ୍ତି:
ନିଜ ବାହାଘରକୁ ରୋମାଞ୍ଚକ କରିବା ପାଇଁ ସମସ୍ତେ ନିଜର ସାଜସଜ୍ଜାକୁ ବେଶ ଗୁରୁତ୍ୱ ଦେଇଥାନ୍ତି ତଥା ଏଥିପାଇଁ କୋଟିକୋଟି ଟଙ୍କା ମଧ୍ୟ ଖର୍ଚ୍ଚ କରିଦିଅନ୍ତି । ଏମାନେ ନିଜ ବିବାହକୁ ଆହୁରି ରୋମାଞ୍ଚକ କରିବା ପାଇଁ ବଲିଉଡ଼ରୁ ନିଜ ପସନ୍ଦର କଳାକାର ମାନଙ୍କୁ ନିଜ ବିବାହରେ ନିମନ୍ତ୍ରଣ କରନ୍ତି ଓ ତାଙ୍କୁ ମଧ୍ୟ ବହୁତ ଟଙ୍କା ଦେଇଥାନ୍ତି । କିଛି ଦିନ ତଳେ ଗୋଟିଏ ବଡ ବିବାହରେ ଶାହରୁଖ ଖାନଙ୍କୁ ଦୁବାଇରେ ନିମନ୍ତ୍ରଣ କରାଯାଇଥିଲା । ଯେଉଁଥିରେ ସେ ବହୁତ ଭଲ କଳା ଦେଖାଇଥିଲେ ଓ ନିଜ ପାରଶ୍ରମିକ ପାଇଁ ଆଠ କୋଟି ଟଙ୍କା ନେଇଥିଲେ । ସବୁଥରକ ଭଳି ଶାହରୁଖ ନଜ ଉଚ୍ଚକୋଟୀର କଳା ଦେଖେଇଥିଲେ ଓ ନିଜ ପ୍ରଶଂସକଙ୍କ ମନକୁ ମୋହି ନେଇଥିଲେ ।
ଶାହରୁଖ ଖାନ ପୂର୍ବରୁ ଏକ ବିବାହରେ ନିଜ କଳା ଦେଖାଇବା ପାଇଁ ଏକ କୋଟି ଟଙ୍କା ନେଉଥିଲେ ହେଲେ ପରେ ନିଜର ପାରିଶ୍ରମିକକୁ ବଢାଇଦେଇଥିଲେ । ସେମିତିରେ ସେ ନିଜର ଜୀବନରେ ବହୁତ ବ୍ୟସ୍ତ ଥାଆନ୍ତି ସେଥିପାଇଁ ବେଶୀ ବିବାହକୁ ସେ ଯାଆନ୍ତି ନାହିଁ । ହେଲେ ସେ କିଛି ବଡ ପାର୍ଟି ବା ବାହାଘର ପାଇଁ ସମୟ ବାହାର କରନ୍ତି । ସୂତ୍ରରୁ ଜଣାପଡ଼ିଛି ଯେ ସେ ସେହି ପାର୍ଟି ବା ବିବାହକୁ ଯାଆନ୍ତି ଯାହାକୁ ସେ ବ୍ୟକ୍ତିଗତ ଜାଣିଥାଆନ୍ତି ।

ଆମେ ଏମିତି ଆପଣଙ୍କ ପାଇଁ ନୂଆ ନୂଆ ଖବର, ନୂଆ ନୂଆ ତଥ୍ୟ ଆଣିକି ଆସିଥାଉ । ଆଜିର ଏହି ଖବର ଆପଣଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।