ମହମ୍ମଦ ସାମୀଙ୍କୁ ଆସିଥିଲା ତିନିଥର ଆତ୍ମହତ୍ୟାର ଇଚ୍ଛା! ଦୁନିଆ ଛାଡିବାକୁ କରିନେଇଥିଲେ ମନ, ତାପରେ… ଦେଖନ୍ତୁ ଭିଡିଓ

ଟିମ ଇଣ୍ଡିଆର ପ୍ରେସର ମହମ୍ମଦ ସାମୀ ଏବେ କ୍ରିକେଟରେ ଧମାଲ କରିଛନ୍ତି। କିନ୍ତୁ ଗୋଟେ ସମୟ ଏପରି ଥିଲା ଯେବେ ସେ ଦୁନିଆକୁ ଛାଡିଦେବାକୁ ଇଚ୍ଛା କରିଦେଇଥିଲେ। ସାମୀଙ୍କ ପାଇଁ ସେହି ସମୟ ବହୁତ କଷ୍ଟକର ଥିଲା। କିନ୍ତୁ ସେ ସାହସ ହାରିନଥିଲେ।

Google

ତିନିଥର ଆତ୍ମହତ୍ୟା କରିବାର ଇଚ୍ଛା ଆସିଥିଲା: ମହମ୍ମଦ ସାମୀ ବର୍ଷ ୨୦୨୦ରେ ଆଶ୍ଚର୍ଯ୍ୟ କଲାଭଳି ବୟାନ ଦେଇଛନ୍ତି ସାମୀ। କହିରଖିବୁ ତାଙ୍କୁ ଜୀବନରେ ତିନିଥର ଆତ୍ମହତ୍ୟା କରିବାର ଇଚ୍ଛା ହୋଇଥିଲା କାରଣ ସେ ଏକାବେଳେ ଏହି ସବୁ ସମସ୍ୟା ଦେଇ ଗତିକରୁଥିଲେ। ପତ୍ନୀ ହସିନ ଓ ତାଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ତାଙ୍କୁ ତାଙ୍କ ଝିଅର ମଧ୍ୟ ଚିନ୍ତା ହେଉଥିଲା।

ରୋହିତଙ୍କ ସାମ୍ନାରେ ଦେଖାଦେଇଥିଲା ସାମୀଙ୍କ ଦୁଃଖ: ମହମ୍ମଦ ସାମୀ ରୋହିତ ଶର୍ମାଙ୍କ ସହ ଇଂଷ୍ଟାଗ୍ରାମ ଚାଟ ସମୟରେ କହିଥିଲେ,”ମୁଁ ୨୦୧୫ ବିଶ୍ୱକପ ସମୟରେ ଆଘାତ ହୋଇଯାଇଥିଲି ଓ ଏହା ପରେ ମତେ ଟିମକୁ ଫେରିବାକୁ ୧୮ ମାସେ ଲାଗିଥିଲା।ଏହି ସମୟ ମୋ ଜୀବନର ସବୁଠୁ କଷ୍ଟକର ସମୟ ଥିଲା। ଆପଣ ଜାଣିଥିବେ ଏକାପଣ କେତେ କଷ୍ଟକର ହୋଇଥାଏ”।

ବ୍ୟକ୍ତିଗତ ଜୀବନରେ ଆସିଥିବା ଅସୁବିଧା: ମହମ୍ମଦ ସାମୀ ଆଗକୁ କହିଛନ୍ତି,”ପରିବାରରେ ଦ୍ଵନ୍ଦ ସାମ୍ନାକୁ ଆସିଥିଲା ଓ ପରେ ଆଇପିଏଲର ୧୦-୧୨ ଦିନ ପୂର୍ବରୁ ମୋର ଆକ୍ସିଡେଣ୍ଟ ହୋଇଯାଇଥିଲା। ମିଡ଼ିଡ଼ଆରେ ବହୁତ କିଛି ଚର୍ଚା ହେଉଥିଲା ମୋର ବ୍ୟକ୍ତିଗତ ଜୀବନକୁ ନେଇ”। ସାମୀ କହିଛନ୍ତି କେବଳ ପରିବାରର ସପୋର୍ଟରୁ ଏହି ସବୁରୁ ସେ ମୁକୁଳିପାରିଥିଲେ।

ଅସୁବିଧା ସମୟ ଦେଇ ଗତିକରିଛନ୍ତି ସାମୀ: ମହମ୍ମଦ ସାମୀ କହିଛନ୍ତି,”ମତେ ଯଦି ମୋର ପରିବାରର ସପୋର୍ଟ ନମିଳିଥାନ୍ତା ତେବେ ମୁଁ କ୍ରିକେଟ ଛାଡିଦେଇଥାନ୍ତି। ମୁଁ ତିନିଥର ଆତ୍ମହତ୍ୟା କରିବା ପାଇଁ ଭାବିଥିଲି। ମୋ ପରିବାରର କେହିବି ଜଣେ ସବୁବେଳେ ମୋ ପାଖରେ ଜଗିକି ବସୁଥିଲେ। ମୋ ଘର ୨୪ ମହଲାରେ ଥିଲା ଓ ମତେ ଲାଗୁଥିଲା ଯେପରି ମୁଁ ଏଠାରୁ କାଳେ ଡେଇଁପଡିବି।

Google

ସାମୀଙ୍କୁ ମିଳିଲା ପରିବାରର ସପୋର୍ଟ: ମହମ୍ମଦ ସାମୀ ଶେଷରେ କହିଛନ୍ତି ଜେବେ ଆପଣଙ୍କ ସହିତ ଆପଣଙ୍କ ପରିବାର ଥିବ ଆପଣ କୌଣସିବି ଅସୁବିଧାରୁ ମୁକ୍ତିପାଇପାରିବେ। ସେ କହିଛନ୍ତି ଯଦି ସେହି ସମୟରେ ମୋର ପରିବାର ମୋ ସହିତ ନଥାନ୍ତା ତେବେ ମୁଁ କୌଣସି ଭୁଲ ପଦକ୍ଷେପ ନେଇଥାନ୍ତି ସେଥିପାଇଁ ମୁଁ ନିଜେ ପରିବାରକୁ ଧନ୍ୟବାଦ ଜଣାଇବି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *