ମହାନ ଅଷ୍ଟ୍ରେଲିଆର ପୂର୍ବ ଲେଗ ସ୍ପିନର ସେନ ୱାରନ ଏହି ସିରିଜର ବିଜେତାର ଭବିଷ୍ୟତବାଣୀ କରିଛନ୍ତି”୨୦୧୮-୧୯ର ଐତିହାସିକ ବିଜୟ ପରେ ସେନ ୱାରନ କହିଲେ ଭାରତ ସେହି ସିରିଜ ଜିତିବାର ହକଦାର ଥିଲା। କାରଣ ଭାରତ ସେହି ସମୟରେ ଅଷ୍ଟ୍ରେଲିଆ ଠୁ ଅଧିକ ମଝବୁତ ଥିଲା”।

ଭାରତ ଅଷ୍ଟ୍ରେଲିଆକୁ ବର୍ଷ ୨୦୧୮-୧୯ ରେ ଅଷ୍ଟ୍ରେଲିଆ ମାଟିରେ ହରାଇଥିଲା ଓ ବୋର୍ଡର ଗାଵସ୍କର ଟ୍ରଫି ନିଜ ପାଖରେ ରଖିଥିଲା। ଏହା ଇଣ୍ଡିଆ କରିବା ପରେ ଏହା ଏକ ଏପରି ଐତିହାସିକ ହୋଇଯାଇଥିଲା କାରଣ ଭାରତ ପ୍ରଥମ ଏସିଆର ଟିମ ଥିଲା ଯିଏକି ଅଷ୍ଟ୍ରେଲିଆକୁ ତା ନିଜ ମାଟିରେ ଟେଷ୍ଟ ସିରିଜ ହାରାଇଲା । ଏବେ ୧୭ ଡିସେମ୍ବରରୁ ଆରମ୍ଭ ଚାରୋଟି ଟେଷ୍ଟ ମ୍ୟାଚ ସିରିଜରେ ଭାରତ ପାଇଁ ଅନେକ ଚୁନତି ରହିବ। ଟିମ ପାଖରେ ଇସାନ୍ତ ଶର୍ମା ନାହାନ୍ତି, ରୋହିତ ଶର୍ମା ଓ ରବୀନ୍ଦ୍ର ଜାଡେଜା ମଧ୍ୟ ଉପସ୍ଥିତ ନାହାଁନ୍ତି।ଅନ୍ୟ ପଟେ ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ନିଜ ପ୍ରଥମ ପିଲା ଜନ୍ମ ପାଇଁ ପ୍ରଥମ ଟେଷ୍ଟ ପରେ ଭାରତ ଫେରି ଆସିବେ। ଏହି ପରିସ୍ଥିତିରେ ଏହି ସିରିଜ କେଉଁ ଟିମ ଜିତିବ ତାହା ନେଇ ସେନ ୱାରନ ଭବିଷ୍ୟତବାଣୀ କରିଛନ୍ତି।
ବିରାଟ କୋହଲି ଏଡ଼ିଲେଡ଼ରେ ପ୍ରଥମ ଟେଷ୍ଟ ଖେଳିବେ। ଏହି ଟେଷ୍ଟ ୧୭ ଡିସେମ୍ବରରୁ ୨୧ ଡିସେମ୍ବର ପର୍ଯ୍ୟନ୍ତ ଖେଳାଯିବ। ଯାହାକି ଡେ-ନାଇଟ ଟେଷ୍ଟ ହେବ। ମହାନ ଅଷ୍ଟ୍ରେଲିଆର ପୂର୍ବ ଲେଗ ସ୍ପିନର ସେନ ୱାରନ ଏହି ସିରିଜର ବିଜେତାର ଭବିଷ୍ୟତବାଣୀ କରିଛନ୍ତି”୨୦୧୮-୧୯ର ଐତିହାସିକ ବିଜୟ ପରେ ସେନ ୱାରନ କହିଲେ ଭାରତ ସେହି ସିରିଜ ଜିତିବାର ହକଦାର ଥିଲା। କାରଣ ଭାରତ ସେହି ସମୟରେ ଅଷ୍ଟ୍ରେଲିଆ ଠୁ ଅଧିକ ମଝବୁତ ଥିଲା”।
ସେ କହିଛନ୍ତି ଟେଷ୍ଟ ଫର୍ମାଟ ସବୁଠୁ ମହତ୍ତ୍ୱପୂର୍ଣ୍ଣ ଅଟେ। ସେ ନିଜ ରାଏ ଦେଇ କହିଛନ୍ତି,”ବିସିସିଆଇକୁ ବହୁତ ବହୁତ ଧନ୍ୟବାଦ, ସେ ଫାଷ୍ଟ କ୍ଳାସ କ୍ରିକେଟ ପ୍ରତି ଦୃଷ୍ଟି ଦେଉଛନ୍ତି।ଖେଳାଳୀ ବାସ୍ତବରେ ଫାଷ୍ଟ କ୍ଳାସ କ୍ରିକେଟ ଆଡ଼କୁ ଫେରୁଛନ୍ତି। ଟିମରେ ବଛାଯିବା ପାଇଁ ସେମାନେ ରନ କରୁଛନ୍ତି। ମୋର ମନେ ଅଛି ଯେବେ ମୁଁ ଭାରତରେ ଖେଳୁଥିଲି ତେବେ ଏହା ଏକଦିବସିୟରୁ ଅଧିକ ଥିଲା। ସେହି ସମୟରେ ଟି-୨୦ ନଥିଲା। ଭାରତ ଏବେ ଦୁନିଆର ବେଷ୍ଟ ନାହିଁ ତ ଭଲ ଟିମ ହୋଇଯାଇଛି। ସବୁ ଅନ୍ତରାଷ୍ଟ୍ରୀୟ ବୋଲର ଆଇପିଏଲରେ ଵୋଲିଙ୍ଗ କରୁଥିଲେ। ନୂଆ ଭାରତୀୟ ବ୍ୟାଟ୍ସମ୍ୟାନ ତାଙ୍କ ପ୍ରତିଭା ଧର୍ଜ୍ୟ ସହିତ ପ୍ରଦର୍ଶନ କଲେ। ଭାରତରେ ଭଲ ନୂଆ ଦ୍ରୁତ ବୋଲର ନିର୍ମାଣ ହେଉଛନ୍ତି। ଆଗାମୀ ସିରିଜରେ ଲକ୍ଷ୍ୟ ରଖିଛି”।
୫୧ ବର୍ଷୀୟ ସେନ ୱାରନ ବୋର୍ଡର ଗାଭାସ୍କର ଟ୍ରଫି ବିଜେତା ନେଇ ଭବିଷ୍ୟତବାଣୀ କରି କହିଛନ୍ତି,”ମତେ ଲାଗୁଛିକି ଘରୋଇ ପରିସ୍ଥିତିରେ ଅଷ୍ଟ୍ରେଲିଆ ଏହି ସିରିଜ ଜିତିବ। ମୋର ହୃଦୟ କହୁଛି ଅଷ୍ଟ୍ରେଲିଆ ଜିତିବ ଓ ମତିଷ୍କ କହୁଛି ଭାରତ ଜିତିବ କିନ୍ତୁ ବିରାଟ କୋହଲି ପ୍ରଥମ ଟେଷ୍ଟ ଖେଳିବେ। ସେଥିପାଇଁ ମତେ ଲାଗୁଛି ପରିଣାମ ୨-୧ରେ ଅଷ୍ଟ୍ରେଲିଆ ପକ୍ଷରେ ରହିବ”।

ସେନ ୱାରନ ଟେଷ୍ଟରେ ୭୦୮ ୱିକେଟ ନେଇଛନ୍ତି। ଏଥିରୁ ୪୩ ଭାରତ ବିପକ୍ଷରେ ଅଛି। ସେ “ଜେଣ୍ଟେଲମେନ୍ସ ଗେମ” କୁ ନେଇ ବହୁତ ସମ୍ବେଦନଶୀଳ ଅଟନ୍ତି। ସେ ଅଳ୍ପ ଦିନ ତଳେ ଟ୍ୱିଟରରେ ଲେଖିଛନ୍ତି,”ଟି-୨୦ ଦେଖି ମୁଁ ଏଥିପାଇଁ ନିରାଶ ହୋଇଥାଏ କାରଣ ଏଥିରେ ଭଲ ବୋଲରଙ୍କର ବଲ କୁ ମାଡ଼ ହୋଇଥାଏ। ଏହି ବୋଲର ଇମ୍ପ୍ରରୁଭ କରୁନାହାଁନ୍ତି।ସେ ନିଜ ସ୍କିଲକୁ ଭଲ ଭାବରେ ପ୍ରୟାସ ତଥା ନିୟନ୍ତ୍ରଣ ବି କରିବାର ନଜର ଆସୁନାହାନ୍ତି”।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।