କରୋନା ଦେଲା ଆଉ ଏକ ଦୁଃଖ । ବିଶିଷ୍ଟ ସଙ୍ଗୀତ ନିର୍ଦେଶକ ଶାନ୍ତିରାଜ ଖୋସଲା ଆଉ ନାହାନ୍ତି ।

ସାଙ୍ଗମାନେ ଏକ ଦୁଃଖଦ ଖବର ହସ୍ତଗତ ହେଉଛି ବିଶିଷ୍ଟ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସଲାଙ୍କ ପରଲୋକ ଘଟିଛି। କୋଭିଡ ହସ୍ପିଟାଲରେ ୫୦ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି। କିଛି ଦିନ ତଳେ ସେ କୋଭିଡ ପଜେଟିଭ ଚିହ୍ନଟ ହୋଇଥିଲେ ଏବଂ ଏବେ ଯାହା ସୂଚନା ଆସୁଛି ଯେ ତାଙ୍କର ପରଲୋକ ଘଟିଛି। ଅଧିକ ଅସୁସ୍ଥ ହେବାରୁ ତାଙ୍କୁ ଏସ ସି ବି କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଯେଉଁଠି ସେ ଚିକିତ୍ସା ଧୀନ ଅବସ୍ଥାରେ ରହିଥିଲେ। ଶାନ୍ତିରାଜଙ୍କ ପରଲୋକକୁ ନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Google

ଏହା ଅତ୍ୟନ୍ତ ଦୁଃଖଦ ଖବର।ବିଶିଷ୍ଟ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜଙ୍କ ଖୋସଲାଙ୍କ ପରଲୋକ ଘଟିଛି।କରୋନା ଧୀରେ ଧୀରେ ଆମ ଆତ୍ମ ଜନ ମାନଙ୍କୁ ଆମଠାରୁ ଛଡେଇ ନେଉଛି। ଏହା ନିଶ୍ଚିତ ଭାବରେ ଏକ ଦୁଃଖଦ ଖବର। କିଛି ଦିନ ତଳେ ଅନ୍ୟଜଣେ ସଙ୍ଗୀତ ନିର୍ଦେଶକ ମଧ୍ୟ ପ୍ରାଣ ହରାଇଥିଲେ ଏବଂ ଶାନ୍ତିରାଜ ଖୋସଲାଙ୍କ କଥା କହିଲେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଅନେକ ଆଲବମ ମଧ୍ୟ ପ୍ରକାଶିତ କରିଥିଲେ ଓ ଓଡ଼ିଆ ଚଳଚ୍ଚିତ୍ରରେ ତାଙ୍କର ଅନେକ ଅନନ୍ୟ କୃତି ମଧ୍ୟ ରହିଛି। ସେ ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏକ ଭଲ ମିଉଜିକ କମ୍ପୋଜର ମଧ୍ୟ ଥିଲେ।

ଗତ ୨୨ ତାରିଖରେ ତାଙ୍କର କୋଭିଡ ପଜେଟିଭ ଆସିଥିଲା ଏବଂ ସେହି ଦିନ ଠାରୁହିଁ ସେ ହୋମ ଆଇସୋଲେସନରେ ଥିଲେ। ହୋମ ଆଇସୋଲେସନରେ ଥିବା ସମୟରେ ଆଜି ସକାଳ ସାଢେ ସାତଟା ସମୟରେ ତାଙ୍କର ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହୋଇଥିଲା। ତାଙ୍କ ପରିବାର ପକ୍ଷରୁ ଯେତେବେଳେ ଯୋଗାଯୋଗ କରିଥିଲେ କଟକ ମହାନଗର ନିଗମକୁ ସେତେବେଳେ ତାଙ୍କୁ ଖବର ଦିଆଗଲା ଯେ ତାଙ୍କୁ କଟକର ଏସ ସି ବି ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ସେହି ମେଡିକାଲର ଆଉଟଡୋରରେ ଭର୍ତ୍ତି କରିବା ସମୟରେ ତାଙ୍କର ଦେହାନ୍ତ ହୋଇଥିଲା।

Google

ତାଙ୍କ ସ୍ତ୍ରୀ ସୂଚନା ଦେଇଛନ୍ତି ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ହୋଇଥିଲା ଓ ତାଙ୍କ ନିଜ ଘର ହେଉଛି କୋରାପୁଟ ଜିଲ୍ଲାର ଜୟପୁର ଅଞ୍ଚଳରେ ଏବଂ ଦୀର୍ଘ ବର୍ଷରୁ କଟକରେ ସେ ରହି ଓଡ଼ିଆ ଚଳଚ୍ଚିତ୍ର ଜଗତରେ ତାଙ୍କର ଅନେକ ସୁନାମ ଅଛି ଏବଂ ସେଥିପାଇଁ ସେ ବିଶେଷ ଭାବରେ ପରିଶ୍ରମ କରିଥିଲେ ଏବଂ ସାଧନା ମଧ୍ୟ କରିଥିଲେ। ଓଡ଼ିଆ ଫିଲ୍ମ କଥା କୁହନ୍ତୁ କିମ୍ବା ଓଡ଼ିଆ ଭଜନ କଥା କୁହନ୍ତୁ କିମ୍ବା ଓଡ଼ିଆ ଆଲବମ କଥା କୁହନ୍ତୁ ସେ ବହୁ ଛାପ ମଧ୍ୟ ଛାଡିଯାଇଛନ୍ତି। ତାଙ୍କର ଅନ୍ୟ କୌଣସି ରୋଗ ନଥିଲା କିନ୍ତୁ ସେ ଦିର୍ଘ ୫ରୁ ୬ ଦିନ ହେବ ଆଇସୋଲେସନରେ ଘରେ ଥିଲେ ଏବଂ ଯେତେବେଳେ ତାଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେଲା ତାଙ୍କୁ କଟକର ଏସ ସି ବି ମେଡ଼ିକାଲରେ ଭର୍ତ୍ତି କରାଗଲା ଏବଂ ସେଠାରେ ଆଉଟଡୋରରେ ଥିବା ସମୟରେ ତାଙ୍କର ଦେହାନ୍ତ ଘଟିଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *