ଅଳ୍ପ ଦିନ ହେବ ଭାରତୀୟ ଦଳ ମେଲବର୍ଣ୍ଣ ଗ୍ରାଉଣ୍ଡରେ ଅଜିଙ୍କ୍ୟ ରାହାଣେଙ୍କ ସୁନ୍ଦର ଅଧିନାୟକତ୍ୱରେ ବିଜୟ ହାସଲ କରିଛି। ଯାହା ପରେ ଏବେ ଟିମର ନଜର ୭ ଜାନୁଆରୀରେ ହେବାକୁ ଥିବା ତୃତୀୟ ଟେଷ୍ଟ ଉପରେ ରହିଛି। ଏହାକୁ ଟିମ ଇଣ୍ଡିଆ ନିଜ ସପକ୍ଷରେ କରିବାକୁ ପୁରା ଚେଷ୍ଟା କରିବ। ଅନ୍ୟ ପଟେ କୋଚ ରବି ଶାସ୍ତ୍ରୀ ନିଜ ରଣନୀତିରେ ପରିବର୍ତ୍ତନ ନେଇ କହିଛନ୍ତି। ଯେଉଁଠିକି ଟିମ ଦ୍ୱିତୀୟ ଟେଷ୍ଟ ଭଳି ୫ ଟି ବୋଲରଙ୍କ ସହ ଓହ୍ଲାଇବ।

କୋଚ ରବି ଶାସ୍ତ୍ରୀଙ୍କ ଅନୁସାରେ ବୁଧବାରକୁ ରୋହିତ ଶର୍ମାଙ୍କୁ ଟିମରେ ସାମିଲକରାଯିବ କିନ୍ତୁ ଏହା ପୂର୍ବରୁ ଦେଖାଯିବ କି ତାଙ୍କ ଶାରୀରିକ ଫିଟନେସ କିପରି ଅଛି।ଯାହା ପରେ କି ରୋହିତ ଶର୍ମାଙ୍କୁ ନେଇ କୌଣସି ଫଇସଲା କରାଯିବ।
୫ଟି ବୋଲରଙ୍କ ସହ ପଡ଼ିଆକୁ ଓହ୍ଲାଇବ ଭାରତ:
ଭାରତୀୟ ଦଳ କୋଚ ରବି ଶାସ୍ତ୍ରୀ କହିଛନ୍ତି ଆଗାମି ଟେଷ୍ଟରେ ଟିମ ଇଣ୍ଡିଆ ୫ଟି ବୋଲରଙ୍କ ସହ ଓହ୍ଲାଇବ।ଯେଉଁଥିରେ କି ୩ ଜଣ ଦ୍ରୁତ ବୋଲର ଓ ୨ ଟି ସ୍ପିନର ରହିବେ। ଆପଣଙ୍କୁ କହିରଖିବୁ ଅଷ୍ଟ୍ରେଲିଆ ବିପକ୍ଷରର ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଭାରତୀୟ ବୋଲର ସୁନ୍ଦର ବୋଲିଙ୍ଗ କରିଥିଲେ। ଯଶପ୍ରୀତ ବୁମରା, ମହମ୍ମଦ ସିରାଜ, ଓ ରବିଚନ୍ଦ୍ରନ ଅଶ୍ୱିନୀଙ୍କ ସୁନ୍ଦର ବୋଲିଙ୍ଗ ପାଇଁ ଅଷ୍ଟ୍ରେଲିଆ ପ୍ରଥମ ପାରିରେ ୧୯୫ ରନ ଓ ଦ୍ୱିତୀୟ ପାରିରେ ୨୦୦ ରନରେ ଅଟକିଗଲା ଓ ଅଷ୍ଟ୍ରେଲିଆ ଟିମ ହାତରୁ ମ୍ୟାଚ ଚାଲିଗଲା।

ଦ୍ୱିତୀୟ ପାରିରେ ଉମେଶ ଯାଦବ ହୋଇଥିଲେ ଆଘାତର ସମ୍ମୁଖୀନ:
କହିରଖିବୁକି ମେଲବର୍ଣ୍ଣ ଟେଷ୍ଟରେ ଟିମ ଇଣ୍ଡିଆରେ ୫ ଟି ବୋଲର ସାମିଲ ଥିଲେ। ମହମ୍ମଦ ସିରାଜ, ଯଶପ୍ରୀତ ବୁମରା ଓ ଉମେଶ ଯାଦବ ଦ୍ରୁତ ବୋଲିଙ୍ଗ ସମ୍ଭାଳୁଥିବା ବେଳେ ରବିଚନ୍ଦ୍ରନ ଅଶ୍ୱିନୀ ଓ ଜାଡେଜା ସ୍ପିନ ବୋଲିଙ୍ଗ ସମ୍ଭାଳିଥିଲେ କିନ୍ତୁ ଦ୍ୱିତୀୟ ଟେଷ୍ଟରେ ବଡ଼ ବ୍ୟାଟ୍ସମ୍ୟାନକୁ ଆଉଟ କରିଥିବା ଉମେଶ ଯାଦବ ଆଘାତପ୍ରାପ୍ତ ହୋଇଯାଇଥିଲେ।

ଉମେଶ ଯାଦବ ଜୋ ବନର୍ସଙ୍କୁ ଜିରୋ ରନରେ ଆଉଟ କରିଦେଇଥିଲେ କିନ୍ତୁ ଯେବେ ଉମେଶ ଯାଦବ ଚତ୍ରୁର୍ଥ ଓଭର ଵୋଲିଙ୍ଗ କରିବାକୁ ଆସିଲେ ତାଙ୍କ ମାଂସ ପେଶୀରେ ଆଘାତ ଲାଗିଥିଲା। ଏହା ପରେ ସେ ବହୁତ ଯନ୍ତ୍ରଣା ଅନୁଭବ କରିଥିଲେ ଯାହା ପରେ ବିସିସିଆଇର ମେଡ଼ିକାଲ ଟିମ ତାଙ୍କୁ ଚେକପ କରିଥିଲା ଓ ତାଙ୍କୁ ସ୍କାନିଂ ପାଇଁ ମେଡ଼ିକାଲ ନିଆ ଯାଇଥିଲା।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।