IND vs AUS: ନିଜ ଆଲୋଚନା ଉପରେ ପୃଥୀ ସ୍ୱ ଦେଲେ କଡା ଜବାବ, କଣ କହିଲେ ଦେଖନ୍ତୁ।

ଟିମ ଇଣ୍ଡିଆର ଓପନର ବ୍ୟାଟ୍ସମ୍ୟାନ ପୃଥୀ ସ୍ୱ ଏଡ଼ିଲେଡ଼ ଟେଷ୍ଟରେ ଖରାପ ପ୍ରଦର୍ଶନ କରିଥିବାରୁ ଆଲୋଚନା ଘେରରେ ଅଛନ୍ତି। ଏବେ ସେ ନିଜ ମଉନତା ଭାଙ୍ଗିଛନ୍ତି।

Google

ଭାରତ ଓ ଅଷ୍ଟ୍ରେଲିଆ ଭିତରେ ଏଡ଼ିଲେଡ଼ରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ପୁରା ଅସଫଳ ରହିଥିବା ଭାରତର ଓପନର ବ୍ୟାଟ୍ସମ୍ୟାନ ପୃଥୀ ସ୍ୱ ନିଜ ଆଲୋଚନା ଉପରେ ମଉନତା ଭାଙ୍ଗିଛନ୍ତି। ପୃଥୀ ସ୍ଵ ପ୍ରଥମ ଡେ ନାଇଟ ଟେଷ୍ଟରେ ଦୁଇଟିଯାକ ପାରିରେ ବୋଲ୍ଡ ହୋଇଥିଲେ ଓ ମାତ୍ର ୪ ରନ କରିଥିଲେ। ତାଙ୍କର ଏହି ପ୍ରଦର୍ଶନକୁ ନେଇ କ୍ରିକେଟ ପ୍ରଶଂସକ ଓ ଖେଳ ବିଶେଷଜ୍ଞ ତାଙ୍କ ଟେକ୍ନିକକୁ ନେଇ ଆଲୋଚନା କରୁଛନ୍ତି। ସମ୍ଭାବନା ଦେଖାଯାଉଛି କି ଦ୍ୱିତୀୟ ଟେଷ୍ଟରେ ପୃଥୀ ସ୍ୱଙ୍କ ଜାଗାରେ ଶୁଭମନ ଗିଲଙ୍କୁ ମୌକା ଦିଆଯାଇପାରେ।

ପୃଥୀ ସ୍ୱ ଦେଲେ କଡା ଜବାବ:

ଆଇପିଏଲ ୨୦୨୦ରେ ବି ପୃଥୀ ସ୍ଵ ଭଲ ଫର୍ମରେ ଦେଖାଯାଉନଥିଲେ। ଏଥିପାଇଁ ସମସ୍ତେ ତାଙ୍କ ଆଲୋଚନା କରୁଛନ୍ତି। ମୁମ୍ବାଇର ଏହି ବ୍ୟାଟ୍ସମ୍ୟାନ ଆଜି ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଲେଖିଛନ୍ତି,”ଯଦି ଆପଣ କୌଣସି କାମ କରନ୍ତି ଓ ଅନ୍ୟ ବ୍ୟକ୍ତି ଆପଣଙ୍କୁ ହତାଶପୂର୍ଣ୍ଣ କରିଥାଏ ଏହାର ଅର୍ଥ ସେହି ବ୍ୟକ୍ତି ଏହି କାର୍ଯ୍ୟ କରିପାରିବ ନାହିଁ ଆପଣ ହିଁ କରିପାରିବେ”।

Google
ଦୁଇଟି ଯାକ ପାରିରେ ବୋଲ୍ଡ ହୋଇଛନ୍ତି ପୃଥୀ ସ୍ୱ:

ପୃଥୀ ସ୍ୱ ଭିତରକୁ ଆସୁଥିବା ବଲରେ ଅଶୁବିଧା ସାମ୍ନା କରୁଛନ୍ତି। ତାଙ୍କର ହାଇ ବ୍ୟକଲିପଟ ପାଇଁ ସର୍ବଦା ବ୍ୟାଟ ଓ ପ୍ୟାଡ଼ ମଝିରେ ଗ୍ୟାପ ରହିଯାଇଥାଏ ଯାହାକୁ ବୋଲର ଟାର୍ଗେଟ କରିଥାନ୍ତି। ଏଡ଼ିଲେଡ଼ରେ ମଧ୍ୟ ସ୍ୱ ଦୁଇଟି ଯାକ ପାରିରେ ବୋଲ୍ଡ ହୋଇଥିଲେ। ଭାରତ ଏହି ଟେଷ୍ଟ ମ୍ୟାଚରେ କେଏଲ ରାହୁଲ ଓ ଶୁଭମନ ଗିଲଙ୍କ ଜାଗା ପୃଥୀ ସ୍ୱକୁ ଦେଇଥିଲା। ସ୍ୱ ପ୍ରଥମ ପାରିରେ ଖାତା ନଖୋଲି ଷ୍ଟାର୍କଙ୍କ ବଲରେ ବୋଲ୍ଡ ହୋଇଯାଇଥିଲେ। ଦ୍ୱିତୀୟ ପାରିରେ ମଧ୍ୟ ସେ ପେଟ କମିନ୍ସଙ୍କ ଭିତରକୁ ଆସୁଥିବା ବଲରେ ଚକମା ଖାଇଗଲେ। ପୃଥୀ ସ୍ୱ ଦୁଇଟିଯାକ ପାରିରେ ମାତ୍ର ୬ଟି ବଲ ଖେଳିଛନ୍ତି।

ଫର୍ମରେ ଦେଖାଯାଉନାହାଁନ୍ତି ପୃଥୀ ସ୍ୱ:

ଆଇପିଏଲ ୨୦୨୦ରେ ଦିଲ୍ଲୀ କ୍ୟାପିଟଲ୍ସ ପାଇଁ ସ୍ୱ ଧମାକାଦାର ଆରମ୍ଭ କରିଥିଲେ କିନ୍ତୁ ପରେ ଭଲ ପ୍ରଦର୍ଶନ କରିପାରିନଥିଲେ। କିଛି ମ୍ୟାଚରେ ଟିମ ପ୍ରବନ୍ଧକ ତାଙ୍କୁ ବାହାରେ ବସାଇ ଦେଇଥିଲେ। ଏହା ପରେ ଅଷ୍ଟ୍ରେଲିଆ ସହ ଅଭ୍ୟାସ ମ୍ୟାଚରେ ମଧ୍ୟ ପୃଥୀ ସ୍ୱ ଭଲ ପ୍ରଦର୍ଶନ କରିପାରିନଥିଲେ। ତାଙ୍କର ହାଲକା ଫର୍ମକୁ ଦେଖି ୨୬ ଡିସେମ୍ବରରୁ ହେବାକୁ ଥିବା ଦ୍ୱିତୀୟ ଟେଷ୍ଟରେ ନୂଆ ବ୍ୟାଟ୍ସମ୍ୟାନ ଶୁଭମନ ଗିଲଙ୍କୁ ମୌକା ମିଳିପାରେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *