“ଗଜବା -ଏ- ହିନ୍ଦ”ର ସ୍ୱପ୍ନ ଦେଖୁଛନ୍ତି ସୋଏବ ଅକତର ଏବଂ ଅଖତାର କାଶ୍ମୀର ଉପରେ ଦେଲେ ଏହି ବୟାନ।

ପୂର୍ବ ପାକିସ୍ତାନ ଫାଷ୍ଟ ବୋଲର ସୋଏବ ଅକତରଙ୍କର ଏକ ଟିଭି ଇଣ୍ଟରଭିଉ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ “ଗଜବା -ଏ- ହିନ୍ଦ”ର କଥା କହୁଛନ୍ତି। ସେ ଏହି ଇଣ୍ଟରଭିଉ କେବେ ଦେଇଥିଲେ ତାହା ଏବେ ପର୍ଯ୍ୟନ୍ତ ପୁରା ପୁରି ସ୍ପଷ୍ଟ ହୋଇନାହିଁ।

Google

ପୂର୍ବ ପାକିସ୍ତାନ ଦ୍ରୁତ ବୋଲର ସୋଏବ ଅକତର “ଗଜବା -ଏ- ହିନ୍ଦ”ର ସ୍ୱପ୍ନ ଦେଖୁଛନ୍ତି। ସେ କହିଛନ୍ତି ଆମେ କାଶ୍ମୀରକୁ କବ୍ଜା କରିବୁ ଓ ଏହା ପରେ ଭାରତ ଉପରେ ଆକ୍ରମଣ କରିବୁ। ସୋଏବ ଅକତର ଏହି ଇଣ୍ଟରଭିଉ ସମାଟିଭିରେ ଦେଇଛନ୍ତି। ତାଙ୍କର ଏହି ଭିଡ଼ିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି। ଏହା ପ୍ରଥମ ଥର ନୁହେଁ ଯେବେ ଏକ ପାକିସ୍ତାନି କ୍ରିକେଟର କାଶ୍ମୀର ଓ ଭାରତ ଉପରେ ଏଭଳି ବୟାନ ଦେବା। ଏହା ପୂର୍ବରୁ ସାହିଦ ଆଫ୍ରିଦ, ଜୋବେଦ ମିୟାଦାଦ, ଭଳି ଖେଳାଳୀ ଭାରତ ବିପକ୍ଷରେ ବୟାନ ଦେଇଛନ୍ତି।

ସମାଟିଭିର ଏହି ଇଣ୍ଟରଭିଉ ଭିଡ଼ିଓ ପୁରୁଣା ବୋଲି କୁହାଯାଉଛି। ଯେଉଁଥିରେ ସୋଏବ ଅକତରଙ୍କୁ “ଗଜବା -ଏ- ହିନ୍ଦ” ବିଷୟରେ କହିଥିବା ଶୁଣାଯାଉଛି। “ଗଜବା -ଏ- ହିନ୍ଦ”ର ଅର୍ଥ ହେଉଛି ଭାରତ ବିପକ୍ଷରେ ପବିତ୍ର ଯୁଦ୍ଧ।

ଏହି ଇଣ୍ଟରଭିଉରେ ସୋଏବ ଅକତରଙ୍କୁ କହିଥିବା ଶୁଣାଯାଉଛିକି “ଆମ ପାକିସ୍ତାନ ବହିରେ ଲେଖାଯାଇଛିକି “ଗଜବା -ଏ- ହିନ୍ଦ”ହେବ ଓ ନଦୀ ଦୁଇଥର ରକ୍ତରେ ଲାଲ ହେବ। ଆଫଗାନିସ୍ତାନରୁ ସେନା ଆଟାକ ପାଇଁ ପହଞ୍ଚିବ।ଅନେକ ଦଳ ଆସି ପହଞ୍ଚିବେ। ଏହା ସବୁ ଏକ ଐତିହାସିକ କ୍ଷେତ୍ର ଖୋରାସନକୁ କହିଛନ୍ତି। ଯାହା ଲାହୋର ପର୍ଯ୍ୟନ୍ତ ବିସ୍ତୃତ ଅଟେ”।

Google

ଯେବେ ଏଙ୍କର ତାଙ୍କୁ କହିଥାନ୍ତି ଲୋକଙ୍କୁ ଏହା ପଢିବା ଆବଶ୍ୟକ ତ ସୋଏବ କହିଥାନ୍ତି, ହଁ ପୁଣି ଏହା ପରେ ସମଲ ମସରିକ ବାହାରିବ ସେବେ ଆପଣ କାଶ୍ମୀର ଗ୍ରସ୍ତ କରିବେ।ଏହା ପରେ ଇଂସାଅହ୍ଲାହ ଆଗକୁ ଚାଲିବ। ସୋଏବ ଅକତରଙ୍କର ଏହି ଭିଡ଼ିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି ଓ ଲୋକ ଏହାକୁ ବହୁତ ଆଲୋଚନା କରୁଛନ୍ତି।

ସମଲ ମସରିକ ଅରବ ପ୍ରାୟଦୀପର ଉତ୍ତରରେ ସ୍ଥିତ ଏକ କ୍ଷେତ୍ର ପାଇଁ ଏକ ଉର୍ଧୁ ସଦର୍ଭ ଅଟେ।”ଗଜବା -ଏ- ହିନ୍ଦ” ଶବ୍ଦର ବ୍ୟବହାର ପାକିସ୍ତାନର କଟୁରପଥୀ ଇସଲାମୀଙ୍କ ପଚାରକ ଓ ଦର୍ଶକଙ୍କ ପାକ ସମର୍ଥକ ଆତଙ୍କ ସଂଚାଳକଙ୍କ ଦ୍ଵାରା କରାଯାଇଆସୁଛି। କହିରଖିବୁ ସୋଏବ ଅକତର ଅନେକ ସମୟରେ ବିବାଦ ଘେରରେ ରହିଛନ୍ତି। ସେ ପାକିସ୍ତାନ କ୍ରିକେଟ ବୋର୍ଡ ଓ ଅନ୍ୟ ଦେଶର କ୍ରିକେଟ ବୋର୍ଡକୁ ବିବାଦ ବୟାନ ଦେଇଥାନ୍ତି।

Google

ଅଳ୍ପ ଦିନ ତଳେ ସୋଏବ ଅକତର ଏକ କାଯ୍ୟକ୍ରମ ସମୟରେ କହିଥିଲେ କି ନିଜର ବେଗ ବଢାଇବା ପାଇଁ ଅନେକ ସମୟରେ ତାଙ୍କୁ ଡ୍ରଗ୍ସ ସେବନ ପାଇଁ ବାଧ୍ୟ କରାଯାଇଥିଲା କିନ୍ତୁ ସେ ମନାକରି ଦେଇଥିଲେ। ଅକତାରଙ୍କୁ କୁହାଯାଇଥିଲା କି ଯଦି ସେ ଡ୍ରଗ୍ସ ସେବନ ନକରିବେ ସେ ଅଧିକ ବେଗରେ ଵୋଲିଙ୍ଗ କରିବାରେ ସମର୍ଥ ହେବ ନାହିଁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *