ପାକିସ୍ତାନ କ୍ରିକେଟ ଟିମର ପୂର୍ଵ କ୍ୟାପେଟନ ଏବଂ ସିନୀୟର କ୍ରିକେଟର ସୋଏବ ମଲ୍ଲିକ ଟି୨୦ କ୍ରିକେଟରେ ଏପରି କିଛି କରିଛନ୍ତି , ଯାହା ତାଙ୍କ ପୂର୍ବରୁ କେହି ଏପରି ବ୍ୟାଟ୍ସମ୍ୟାନ କରିପାରିନାହାନ୍ତି। ଟି୨୦ କ୍ରିକେଟ ରେ ୧୦,୦୦୦ ରନ ପାର କରିବାର ମଲିକ ପ୍ରଥମ ଏସିୟାଇ ଏବଂ ଦୁନିଆର ତୃତୀୟ ବ୍ୟାଟ୍ସମ୍ୟାନ ହୋଇଗଲେ। ତାଙ୍କ ପୂର୍ବରୁ ଏହି କାରନାମା କ୍ରିସ ଗ୍ରେଲ ଏବଂ କିରୋନ ପୋଲାଡ଼ ହିଁ କରିପାରିଛନ୍ତି। ପାକିସ୍ତାନରେ ଖେଳା ଯାଉଥିବା ନ୍ୟାସନଲ ଟି୨୦ କପରେ ଶନିବାରକୁ ମଲିକ ରାବଲପିଣ୍ଡିର ଖେବନ ପତୁନଖୱା ତରଫରୁ ୭୪ ରନର ପାରି ଖେଳିଲେ ଏବଂ ଏହି ସମୟରେ ଟି୨୦ କ୍ରିକେଟ ରେ ୧୦,୦୦୦ ରନ ପାରି କରିଦେଲେ।ମାଲିକଙ୍କର ସ୍ତ୍ରୀ ଏବଂ ଭାରତୀୟ ଟେନିସ ଖେଳାଳି ସାନିଆ ମିର୍ଜା ତାଙ୍କ ପାଇଁ ଏକ ଟୁଇଟ କରିଛନ୍ତି।

ସାନିଆ ମିର୍ଜା ଟୁଇଟ ରେ ଲେଖିଲେ,ଲମ୍ବା ବୟସ, ଧର୍ଯ୍ୟ,କଠିନ ପରିଶ୍ରମ , ତ୍ୟାଗ ଏବଂ ବିଶ୍ୱାସ ସୋଏବ ମଲ୍ଲିକ ,ମତେ ଆପଣଙ୍କ ଉପରେ ଗର୍ବ ଅନୁଭବ ହେଉଛି। ‘ଆଇସିସି ଟୁଇଟରେ ଲେଖିଲେ,’ସୋଏବ ମଲ୍ଲିକ ଆଜି ଟି୨୦ କ୍ରିକେଟ ରେ ୧୦,୦୦୦ ରନକୁ ପାରି କରିବାର ତୃତୀୟ ଖେଳାଳି ହୋଇଗଲେ। ମାତ୍ର କ୍ରିସ ଗ୍ରେଲ ଏବଂ କିରୋନ ପୋଲାଡ଼ ତାଙ୍କ ଠାରୁ ଅଧିକ ରନ କରିପାରିଛନ୍ତି। ‘ଆଇସିସି ଙ୍କ ଏହି ଟୁଇଟ କୁ ସେୟାର କରିବା ବେଳେ ସାନିଆ ଟୁଇଟ କଲେ। ସୋଏବ ଯଦିଓ ତାଙ୍କ ଟିମ କୁ ଜିତେଇପାରିଲେ ନାହିଁ । ସେ ୪୪ ବଲ ରେ ୮ ଚୋୖକା ଏବଂ ୨ଟି ଛକା ର ସାହାଯ୍ୟ ରେ ୭୪ ରନ ପର୍ଯ୍ୟନ୍ତ ଖେଳି ପାରିଲେ।

ବଲୁଚିସ୍ତାନ ଏହି ମ୍ୟାଚରେ ଖେବର ପତୁନଖୱାଙ୍କୁ ୬ୱିକେଟରେ ହରାଇଲେ। ୩୮ ବର୍ଷର ସୋଏବ ୨୦୦୫ ରେ କ୍ରିକେଟ ଟି୨୦ ରେ ପ୍ରବେଶ କରିଥିଲେ ଏବଂ ଏ ପର୍ଯ୍ୟନ୍ତ ୩୯୫ ଟି୨୦ ମ୍ୟାଚ ଖେଳିସାରିଲେଣି।ଏହି ଯୋଗୁ ସେ ୩୪.୪୧ ରେ ହାରାହାରି ୧୦,୦୨୭ ରନ କରିପାରିଛନ୍ତି।ମଲ୍ଲିକଙ୍କ ଏପର୍ଯ୍ୟନ୍ତ ୬୨ ଟି ହାପସେନଚୁରି ମାରିଛନ୍ତି। ଏହା ଛଡା ସେ ୧୪୮ ଟି୨୦ ୱିକେଟ ବି ନେଇସାରିଛନ୍ତି। କ୍ରିସ ଗ୍ରେଲ ୧୩୨୯୬ ରନ ଏବଂ କିରୋନ ପୋଲାଡ଼ ୧୦୩୭୦ ରନ କରିଛନ୍ତି। ଭାରତର କଥା କହିବାକୁ ଗଲେ ବିରାଟ କୋହଲି ସବୁଠାରୁ ଅଧିକ ଟି୨୦ ମ୍ୟାଚ କରିପାରିଛନ୍ତି।ତାଙ୍କ ଖାତା ରେ ୯୧୨୩ ଟି୨୦ ରନ ଅଛି,ଯେତେବେଳ ରୋହିତ ଶର୍ମା ୮୮୫୩ ଟି୨୦ ରନ କରିପାରିଛନ୍ତି।
👏🏽💪🏽 Longevity ,patience ,hard work ,sacrifice and belief @realshoaibmalik ❤️ so proud 🙌🏽 https://t.co/XpOsPqpzXy
— Sania Mirza (@MirzaSania) October 10, 2020
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।