ଟି-୨୦ ବିଶ୍ୱକପକୁ ନେଇ ସୋଏବ ଅକତରଙ୍କ ବଡ଼ ବୟାନ, କହିଲେ ଭାରତକୁ ହରାଇ ପାକିସ୍ତାନ…

ଏହି ବର୍ଷ ଟି-୨୦ ବିଶ୍ୱକପ ହେବାର ଅଛି ଏହା ପୂର୍ବରୁ ବଡ଼ ବଡ଼ କ୍ରିକେଟ ବିଶେଷଜ୍ଞ ଏହା ଦାବି କରୁଛନ୍ତିକି କିଏ ହବ ଏଥର ଚାମ୍ପିୟାନ। ଏହିପରି ଏକ ଭବିଷ୍ୟତବାଣୀ କରିଛନ୍ତି ପାକିସ୍ତାନର ପୂର୍ଵ ପ୍ରେସ ବୋଲର ସୋଏବ ଅକତର। ସେ କହିଛନ୍ତି ଏଥର ଫାଇନାଲ ଇଣ୍ଡିଆ ଓ ପାକିସ୍ତାନ ମଧ୍ୟରେ ଖେଳାଯିବ ଓ ସେ ଏହା ମଧ୍ୟ କହିଛନ୍ତିକି ଏଥିରେ କିଏ ବିଜୟୀ ହେବ। ତେବେ ଆସନ୍ତୁ ଜାଣିବା ଟି-୨୦ ବିଶ୍ୱକପକୁ ନେଇ କଣ କହିଛନ୍ତି ସୋଏବ ଅକତର।

Google

ଟି-୨୦ ବିଶ୍ୱକପକୁ ଆଉ ମାତ୍ର ଦୁଇ ମାସ ବାକିଅଛି। ଏହା ପୂର୍ବରୁ ସବୁ ଟିମ ଜୋରଦାର ଅଭ୍ୟାସ ଆରମ୍ଭ କରିଦେଇଛନ୍ତି। କିଛି ପୂର୍ଵ ଖେଳାଳି ମଧ୍ୟ କିଏ ଜିତିବ ନେଇ କହିଛନ୍ତି। ଏହିପରି ବଡ଼ ବୟାନ ଦେଇଛନ୍ତି ପାକିସ୍ତାନର ପ୍ରେସର ବୋଲର ସୋଏବ ଅକତର ସେ ଲେଖିଛନ୍ତି,”ଭାରତ ଓ ପାକିସ୍ତାନ ମଧ୍ୟରେ ଟି-୨୦ ବିଶ୍ୱକପ ଖେଳାଯିବ ଓ ପାକିସ୍ତାନ ଟିମ ଏହାର ଟ୍ରଫି ଉଠାଇବା। ପାକିସ୍ତାନ ଟିମ ଏକଦିବସିୟରେ ଭଲ ଖେଳୁନାହିଁ ସତ କିନ୍ତୁ ଟି-୨୦ସେ ପାକିସ୍ତାନ ବେଷ୍ଟ ଅଟେ। ବହାବ ରିୟାଜ, ସୋଏବ ମଲ୍ଲିକ, ଓ ଇମାଦ ବସିମ ଆସିଯିବେ ତ ଟିମ ଆହୁରି ବଢିଆ ହୋଇଯିବ ଓ ପାକିସ୍ତାନ ଟିମ ଆହୁରି ଆକ୍ରାମକ ହୋଇଯିବ”।

ସୋଏବ ଅକତର ନିଜ ବୟାନରେ ପାକିସ୍ତାନକୁ ବିଜେତା ତ ଘୋଷଣା କରିଦେଲେ ତା ସହ ଏପରି କହିବା ପଛରେ କାରଣ ମଧ୍ୟ କହିଛନ୍ତି। ସେ ପାକିସ୍ତାନ ସ୍ପିନରଙ୍କର ପ୍ରଶଂସା କରିଛନ୍ତି ଓ କହିଛନ୍ତି ପାକିସ୍ତାନ ପାଖରେ ଭଲ ସ୍ପିନର ଅଛନ୍ତି ଯିଏକି ୧୫୦ ସ୍କୋର ମଧ୍ୟ ଡିଫେଣ୍ଡ କରିବାରେ ସକ୍ଷମ ଅଟନ୍ତି।ଅକତର ଲେଖିଛନ୍ତି,”ମୁଁ ଦେଖୁଛିକି ପାକିସ୍ତାନ ଟିମ ଟି-୨୦ ବିଶ୍ୱକପ ଜିତୁଛି। ପାକିସ୍ତାନ ସ୍ପିନରଙ୍କ ଭିତରେ ସେ ସକ୍ଷମତା ଅଛିକି ସେ ୧୫୦ ସ୍କୋରକୁ ମଧ୍ୟ ବଞ୍ଚାଇଦେବେ।ମୋ ହିସାବରେ ପାକିସ୍ତାନ ,ୱେଷ୍ଟଇଣ୍ଡିଜ, ଆଫଗାନିସ୍ତାନ, ଓ ଭାରତ ଟିମ ଫାଇନାଲକୁ ଯିବାର ସମ୍ଭାବନା ଅଛି।ମୁଁ ଅନୁମାନ ଲଗାଉଛିକି ଭାରତ ଓ ପାକିସ୍ତାନ ମଧ୍ୟରେ ଫାଇନାଲ ହେବ। ଯଦି ଏପରି ହେବ ତେବେ ଏହା ଦୁଇ ଦେଶର କ୍ରିକେଟ ପ୍ରସଂସକଙ୍କ ପାଇଁ ଏକ ବଡ଼ କଥା ହେବ”।

Google

ଏବେ ଦେଖିବା ବାକି ରହିଲା ସୋଏବ ଅକତର ତ ଭବିଷ୍ୟତବାଣୀ କରିଦେଇଛନ୍ତି କିନ୍ତୁ ପାକିସ୍ତାନ କିପରି ପ୍ରଦର୍ଶନ କରୁଛି। ଆପଣଙ୍କୁ ଜଣାଇଦେବୁ ଏହି ଦୁଇ ଟିମ ଗୋଟେ ଗୋଟେ ଥର ଟି-୨୦ ବିଶ୍ୱକପ ଜିତିଛନ୍ତି। ଭାରତୀୟ ଟିମ ୨୦୦୭ରେ ମହେନ୍ଦ୍ର ସିଂହ ଧୋନିଙ୍କ ଅଧିନାୟକତ୍ୱରେ ଏହି ଟ୍ରଫି ଜିତିଥିବାବେଳେ ପାକିସ୍ତାନ ୨୦୦୯ରେ ଏହି ଟ୍ରଫି ଜିତିଥିଲା। ଏହାକୁ ନେଇ ଆପଣଂକର କଣ ମତ ଆମକୁ ଜଣାନ୍ତୁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *