ସୋଏବ ଅକତର ଆଇପିଏଲ ଚାଲୁଥିବାକୁ ନେଇ ରଖିଲେ ଏହି ପ୍ରସ୍ତାବ। ଦେଖନ୍ତୁ ଭାଇରଲ ହେଉଥିବା ଭିଡିଓ।

ପାକିସ୍ତାନର ମହାନ ପ୍ରେସର ବୋଲର ସୋଏବ ଅକତର ଅପିଲ କରିଛନ୍ତିକି ଭାରତରେ ଚାଲିଥିବା ଆଇପିଏଲକୁ କୋରନା ମହାମାରୀ କାରଣରୁ ସ୍ଥଗିତ ରଖାଯାଉ। ଭାରତରେ କୋରନା ଭାଇରସରେ ଅନେକ ଲୋକ ସଂକ୍ରମଣ ହେଉଛନ୍ତି ଓ ଲଗାତର ଏହି ମାମଲା ବଢୁଛି। କେବଳ ଏତିକି ନୁହେଁ ଅନେକ ରୋଗୀଙ୍କର ପ୍ରତିଦିନ ମୃତ୍ୟୁ ମଧ୍ୟ ହେଉଛି। ଏହି ପରିସ୍ଥିତିରେ ଆଇପିଏଲର ଆୟୋଜନକୁ ନେଇ କିଛି ଲୋକ ନାରାଜ ହୋଇଛନ୍ତି। ଏହି ସମୟରେ ସୋଏବ ଅକତର ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ସେୟାର କରିବାର ନଜର ଆସିଛନ୍ତି ଓ ଆଇପିଏଲକୁ ସ୍ଥଗିତ ରଖିବାକୁ ଅପିଲ କରିବାର ନଜର ଆସିଛନ୍ତି।

Google

୪୫ ବର୍ଷୀୟ ଅକତର ଭିଡ଼ିଓରେ କହିଛନ୍ତି,”ଏହି ସମୟରେ ଭାରତର ସ୍ଥିତି ବହୁତ ଖରାପ ଅଟେ ,ଏହାକି ଦେଖି ଆଇପିଏଲର ଆଉ ବାକି ଥିବା ମ୍ୟାଚକୁ ସ୍ଥଗିତ ରଖିବା ଦରକାର। ଯେଉଁ ପଇସା ଆଇପିଏଲରେ ଖର୍ଚ୍ଚ ହେବା କଥା ସେହି ପଇସାରେ ଅକ୍ସିଜେନ ସିଲିଣ୍ଡର କିଣାଯାଉ”। ସେ ଆଇପିଏଲ ସହିତ ପାକିସ୍ତାନ ସୁପରଲିଗକୁ ମଧ୍ୟ ସ୍ଥଗିତ ରଖିବାକୁ ଅନୁରୋଧ କରିଛନ୍ତି। ଅକତର କହିବାର ନଜର ଆସିଛନ୍ତି କି ,ଯେବେ ଦେଶର ଏଭଳି ସ୍ଥିତି ସେହି ସମୟରେ ଏଭଳି ମନୋରଞ୍ଜନର ଆବଶ୍ୟକତା ନାହିଁ । ଆମକୁ ଆଇପିଏଲ ଓ ପିଏସଏଲ ଦରକାର ନାହିଁ।

କ୍ୟାରିୟରରେ ୪୬ ଟେଷ୍ଟ, ୧୬୩ ଏକଦିବସିୟ, ଓ ୧୫ଟି ଟି-୨୦ ଅନ୍ତରାଷ୍ଟ୍ରୀୟ ମ୍ୟାଚ ଖେଳିଥିବା ଅକତର ଆଗକୁ କହିବାର ନଜର ଆସିଛନ୍ତି କି ,”ଏହି ଅସୁବିଧା ସମୟରେ ଆମକୁ ଲୋକଙ୍କ ଜୀବନ ବଞ୍ଚାଇବା କଥା ଭାବିବା ଦରକାର। ଆମକୁ ଏହିଭଳି ବଡ଼ ଟୁର୍ଣ୍ଣାମେଣ୍ଟର ପଇସାକୁ ଅକ୍ସିଜେନ ସିଲିଣ୍ଡର କିଣିବାରେ ଖର୍ଚ୍ଚ କରିବା ଆବଶ୍ୟକ। ଭାରତ ଏହି ସମୟରେ ଜଳୁଛି,ଆଇପିଏଲ ଆୟୋଜଙ୍କୁ ଅଠାରେ ସ୍ଥଗିତ କରିଦେବା ଦରକାର”। ଏହା ସହିତ ସେ ପାକିସ୍ତାନରେ ଜୁନରେ ହେବାକୁ ଥିବା ପିଏସଏଲକୁ ସ୍ଥଗିତ କରିବାକୁ କହିଛନ୍ତି ବୋଲି ଜଣା ଯାଇଛି।

ଏହା ପୂର୍ବରୁ ସୋଏବ ଅକତର ନିଜ ଦେଶର ଲୋକଙ୍କୁ ଅପିଲ କରିଥିଲେକି କୋରନା ଭାଇରସ ଯୁଦ୍ଧ ଲଢୁଥିବା ଭାରତକୁ ସାହାଯ୍ୟ ପାଇଁ ସାମ୍ନାକୁ ଆସନ୍ତୁ। ସେ କହିଛନ୍ତି କରୋନାର ଦ୍ୱିତୀୟ ଲହରୀରେ ଭାରତର ସ୍ଥିତି ବହୁତ ଖରାପ। ଅକ୍ସିଜେନର ଅଭାବ ଦେଖାଯାଉଛି। ଏଥିପାଇଁ ଲୋକ ସାହାଯ୍ୟ ପାଇଁ ଆଗକୁ ଆସି ଅକ୍ସିଜେନ ସିଲିଣ୍ଡର ଯୋଗାଇବାକୁ ଅକତର ଲୋକଙ୍କୁ କହିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *