ଆର୍ଥିକ ସଂକଟରେ ଦେଇ ଗତି କରୁଛନ୍ତି ସୁନ୍ଦରୀ ହିରୋଇନ ଶ୍ରୁତି ହାସନ । ଜାଣନ୍ତୁ ସମ୍ପୂର୍ଣ ମାମଲା

Shruti Haasan in financial Problems

ଫିଲ୍ମ ଗବର ଇଜ ବ୍ୟାକରେ ଅକ୍ଷୟ କୁମାରଙ୍କ ସହ ଅଭିନୟ କରିଥିବା ଅଭିନେତ୍ରୀ ସ୍ମୃତି ହସନଙ୍କ ଏକ ଏପରି ଖବର ସାମ୍ନାକୁ ଆସୁଛି ଯାହାକୁ ଜାଣି ତାଙ୍କ ପ୍ରସଂସକଙ୍କ ମନ ଦୁଃଖ ହେବ। ବର୍ତ୍ତମାନ ସ୍ମୃତି ଆର୍ଥିକ ଅସୁବିଧା ଦେଇ ଗତିକରୁଛନ୍ତି। ଲକଡାଉନ କାରଣରୁ ସ୍ମୃତିଙ୍କ ଆର୍ଥିକ ଅବସ୍ଥା ଖରାପ ହେଇଯାଇଛି ଯେଉଁ କାରଣ ପାଇଁ ଦକ୍ଷିଣ ଭାରତୀୟ ଫିଲ୍ମ ଜଗତର କମଲ ହସନଙ୍କ ଝିଅ ସ୍ମୃତି ହସନଙ୍କୁ ନିଜ ଆବଶ୍ୟକତା ପୂରଣ ପାଇଁ ଏହି ଲକଡାଉନରେ କାମ କରିବାକୁ ପଡୁଛି।

Shruti Haasan
Google

ଅଳ୍ପଦିନ ତଳେ ସ୍ମୃତି ଏହା ବିଷୟରେ ଖୋଲିକି କହିଥିଲେକି ଏହି ମହାମାରି ସମୟରେ କାମ କରିବା କେତେକଷ୍ଟ ଓ ଅଶୁବିଧା କାରଣରୁ ହିଁ ସେ ନିଜ ଜୀବନକୁ ବାଜି ଲଗାଇ ଏହି ସମୟରେ ମଧ୍ୟ ନିଜ ଆବଶ୍ୟକତା ପୂରଣ ପାଇଁ କାମ କରୁଛନ୍ତି।ସେ ଏହା କହିଛନ୍ତି କି ଏହି ଲକଡାଉନ କାରଣରୁ ତାଙ୍କ ଆର୍ଥିକ ଅବସ୍ଥା ଭଲ ନାହିଁ ତେଣୁ ସେ ଏହି କରୋନା ମହାମାରୀ ସମୟରେ ମଧ୍ୟ ସୁଟିଂଙ୍ଗ ପାଇଁ ରାଜି ଅଛନ୍ତି।ସେ କହିଛନ୍ତି ତାଙ୍କୁ କାମ କରିବାକୁ ପଡିବ କାରଣ ସେ ଲୁଚିକି ମାହାମରି ଶେଷ ହେବା ପର୍ଯ୍ୟନ୍ତ ଅପେକ୍ଷା କରିପାରିବେନି।

ଅଳ୍ପ ଦିନ ତଳେ ସ୍ମୃତି ହିନ୍ଦୁସ୍ତାନ ଟାଇମ୍ସକୁ ଦେଇଥିବା ଇଣ୍ଟରଭିଉରେ କହିଥିଲେ,”ବିନା ମାସ୍କରେ ସେଟରେ ରହିବା ଭୟାନକ ଅଟେ। ମୁଁ ମିଛ କହିବିନି କିନ୍ତୁ ମୁଁ କାମକୁ ଯିବାକୁ ଚାହୁଁଛି। କାରଣ ମୋର ଅନେକ ଲୋକଙ୍କ ପରି ଆର୍ଥିକ ଅସୁବିଧା ଅଛି । ଯେବେ ସୁଟିଂଙ୍ଗର ପ୍ରସ୍ତୁତି ହେଉଛି ମୁଁ ବାହାରକୁ ଯିବାକୁ ଚାହୁଁଛି। କାରଣ ମୋ ପାଖରେ ସୁଟିଂଙ୍ଗ ସହିତ ଅନ୍ୟ ପ୍ରଫେସନାଲ କମିଟେଣ୍ଟସ ମଧ୍ୟ ଅଛି। ଯାହାକୁ ମତେ ପୁରା କରିବାର ଅଛି। ମତେ ନିଜ କାମ ନିଜେ କରିବାକୁ ହେବ କାରଣ ମୋ ପାଖରେ ମୋ ବାପା ମା ନାହାଁନ୍ତି”।

Shruti  Haasan
Google

ସ୍ମୃତି ଏହା ମଧ୍ୟ ଜଣାଇଛନ୍ତିକି କଣ ପାଇଁ ତାଙ୍କୁ ଏହି ଅସୁବିଧାର ସାମ୍ନା କରିବାକୁ ପଡୁଛି। ସେ କହିଛନ୍ତିକି ଲକଡାଉନ ପୂର୍ବରୁ ସେ ନିଜ ପାଇଁ ଏକ ବଡ଼ ଘର କିଣିଥିଲେ ଯେଉଁଠି ସେ ନିଜ ପରିବାର ଠୁ ଅଲଗା ରହୁଛନ୍ତି ଯାହାର ଇଏମଆଇ ତାଙ୍କୁ ଭରିବାକୁ ପଡିବ ସେଥିପାଇଁ କାମ ନକଲେ ତାଙ୍କୁ ଅସୁବିଧା ହେଉଛି। ଆପଣଙ୍କୁ କହିରଖିବୁ ସ୍ମୃତି ବର୍ତ୍ତମାନ ୱେବସିରିଜରେ କାମ କରିବା ସହିତ ନିଜ ଫିଲ୍ମ ସାଲାର ପାଇଁ କାମ କରୁଛନ୍ତି। ଏହି ଫିଲ୍ମରେ ସ୍ମୃତି ପ୍ରଭାବଙ୍କ ସହିତ ଲିଡ଼ ରୋଲରେ ଦେଖାଯିବେ। ସେ ଭାବି ନଥିଲେ କି ଏପରି ସମୟ ଆସିଯିବ। ସେ ବର୍ତ୍ତମାନ ବହୁତ ଅସୁବିଧାରେ ରହୁଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *