କୋରନା ଟୀକାକରଣର କିଛି ଲୋକଙ୍କ ଉପରେ ପାର୍ଶ୍ୱ ପ୍ରତିକ୍ରିୟା, ମଧ୍ୟ ଦେଖିବାକୁ ମିଳିଲା। ଦିଲ୍ଲୀରେ ଟୀକା ଲଗାଇବା ପରେ ୫୨ଜଣ ଲୋକଙ୍କର ସ୍ୱାସ୍ଥ୍ୟ ଖରାପ ହେବାର ଖବର ଆସିଛି। ଏଥିରେ ଜଣଙ୍କର ସ୍ଥିତି ଗମ୍ଭୀର କୁହାଯାଉଅଛି।

ଦୁଇ ସ୍ୱାସ୍ଥ୍ୟକର୍ମୀଙ୍କ ଠାରେ ଟିକାର ଡୋଜ ପରେ ଆଲର୍ଜିର ଅଭିଯୋଗ: କାଲି ଶନିବାର ୧୬ ଜାନୁଆରୀରୁ ଲୋକଙ୍କୁ କୋରନା ସଂକ୍ରମଣ ବିପଦରୁ ସୁରକ୍ଷିତ ରଖିବା ପାଇଁ ସାରାଦେଶରେ ଟୀକାକରଣ ଅଭିଯାନ ଆରମ୍ଭ କରାଯାଇଛି।ପ୍ରଥମ ଦିନରେ ସଫେଇ କର୍ମଚାରୀ ଓ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଟିକାର ଡୋଜ ଦିଆଯାଇଛି କିନ୍ତୁ କିଛି ଜାଗାରେ ଟୀକା ଲାଗିବା ପରେ ସାଧାରଣ ଅସୁବିଧାର ଅଭିଯୋଗ ବି ଆଗକୁ ଆସିଛି। ଏଥିମଧ୍ୟରୁ ଦୁଇ ସ୍ୱାସ୍ଥ୍ୟକର୍ମଚାରୀଙ୍କୁ ଟୀକାର ଡୋଜ ନେବାର କିଛି ଘଣ୍ଟା ପରେ ଆଲର୍ଜିର ଅଭିଯୋଗ ହୋଇଛି।କିଛିଙ୍କୁ ଡର ଲାଗିଛି। ସେହିପରି ଜଣେ କର୍ମଚାରୀଙ୍କୁ ଏଇଏଫଆଇ କେନ୍ଦ୍ର ପଠାଇବାର ପରିସ୍ଥିତି ପର୍ଯ୍ୟନ୍ତ ଆସିଗଲା।
୪୩୧୯ କର୍ମଚାରୀଙ୍କୁ ଲଗାଗଲା ଟୀକା: ରାଜଧାନୀର ସବୁ ୧୧ ଜିଲ୍ଲାରେ ୮୧୧୭ ଲୋକଙ୍କୁ ଟୀକା ଲଗାଯିବାର ଥିଲା କିନ୍ତୁ ୪୩୧୯ କର୍ମଚାରୀଙ୍କୁ ହିଁ ଟୀକା ଲଗାଗଲା,ଯେବେକି ଟିକାର ପାର୍ଶ୍ୱ ପ୍ରତିକ୍ରିୟାର ୫୨ଟି ମାମଲା ସାମ୍ନାକୁ ଆସିଛି।ଏଥିରୁ ଜଣେ ରୋଗୀଙ୍କର ଗମ୍ଭୀର ହେବାର କଥା କୁହାଯାଉଅଛି। ଦିଲ୍ଲୀର ୧୧ରୁ କେବଳ ୨ଟି ଜିଲ୍ଲା ଏପରି ଅଛି ଯେଉଁଠାରେ ଗୋଟିଏ ମଧ୍ୟ ଟିକାର ପାର୍ଶ୍ୱ ପ୍ରତିକ୍ରିୟାର ମାମଲା ଆସିନାହିଁ। ଉତ୍ତର ପୂର୍ବ ଓ ସହାଦରା ଜିଲ୍ଲାରେ ପାର୍ଶ୍ୱ ପ୍ରତିକ୍ରିୟାର କୌଣସି ମାମଲା ସାମ୍ନାକୁ ଆସିନାହିଁ।ଯେବେକି ବାକି ସମସ୍ତ ୯ଟି ଜିଲ୍ଲାରେ ଟୀକାରୁ ସ୍ୱାସ୍ଥ୍ୟ ଖରାପ ହେବାର ମାମଲା ସାମ୍ନାକୁ ଆସିଛି।
ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟାର ମାମଲା ଆସିଛି ସାମ୍ନାକୁ: ଉତ୍ତର ଦିଲ୍ଲୀ ଜିଲ୍ଲାରେ ୧,ଦକ୍ଷିଣ ପୂର୍ବ ଜିଲ୍ଲାରେ ୫,ଉତ୍ତର ପଶ୍ଚିମରେ ୪,ପୂର୍ବ ଦିଲ୍ଲୀରେ ୬,ସେଣ୍ଟ୍ରାଲରେ ୨,ଦକ୍ଷିଣ ଜିଲ୍ଲାରେ ୧୧,ନୂଆ ଦିଲ୍ଲୀରେ ୫,ଦକ୍ଷିଣ ପଶ୍ଚିମ ଜିଲ୍ଲାରେ ୧୧ ଓ ପଶ୍ଚିମ ଜିଲ୍ଲାରେ ୬ ଲୋକଙ୍କ ଠାରେ ଟୀକା ଲାଗିବା ପରେ ଅସୁବିଧା ଅନୁଭବ ହେଲା। ଦକ୍ଷିଣ ଜିଲ୍ଲାରେ ଜଣେ ବ୍ୟକ୍ତିଙ୍କ ଠାରେ ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ନୂଆ ଦିଲ୍ଲୀର ଜିଲ୍ଲା ପ୍ରଶାସନଙ୍କ ଅନୁସାରେ ଚରକ ପାଳିକା ଡାକ୍ତରଖାନାରେ ଟୀକା ଲାଗିବା ସମୟରେ ସ୍ୱାସ୍ଥ୍ୟ ଖରାପ ହେବାର ୨ଟି ମାମଲା ସାମ୍ନାକୁ ଆସିଛି। ଯେବେକି ୨ଟି ହିଁ ମାମଲା ଉତ୍ତର ରେଲୱେର ପଟପଡ଼ଗଞ୍ଜ ସ୍ଥିତ ଡାକ୍ତରଖାନାରେ ମାମଲା ସାମ୍ନାକୁ ଆସିଛି। ଏଥିରୁ ଜଣେ କର୍ମଚାରୀଙ୍କୁ ଏଇଏଫଆଇ କେନ୍ଦ୍ର ପଠାଇବାକୁ ମଧ୍ୟ ପଡିଲା।

ସରକାର ସବୁ ଟୀକା କେନ୍ଦ୍ର ପାଖରେ ଗୋଟିଏ ଏଇଏଫଆଇ କେନ୍ଦ୍ର ତିଆରି କରିଛି ଯେଉଁଠାରେ ଟୀକା ଲାଗିବା ପରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯିବା ପରେ ଚିକିତ୍ସାର ସୁବିଧା ମିଳୁଅଛି।
ଏହି ରାଜ୍ୟରେ ମଧ୍ୟ ପାର୍ଶ୍ୱ ପ୍ରତିକ୍ରିୟାର ମାମଲା: ପଶ୍ଚିମ ବଙ୍ଗଳାରେ ମଧ୍ୟ କୋରନା ଟିକାର ପାର୍ଶ୍ୱ ପ୍ରତିକ୍ରିୟାର ମାମଲା ସାମ୍ନାକୁ ଆସିଛି। ସ୍ୱାସ୍ଥ୍ୟ ବିଭାଗ ଅନୁସାରେ,ଏଠାରେ ପାଖାପାଖି ୧୫,୭୦୭ ସ୍ୱାସ୍ଥ୍ୟକର୍ମୀଙ୍କୁ କୋରନା ଭାଇରସ ଟୀକା ଲଗାଯାଇଛି। ସେହିପରି ଏଇଏଫଆଇର(ଆଡ଼ଭରର୍ଜ ଇଭେଣ୍ଟ ଫଲୋଇଙ୍ଗି ଇମ୍ୟୁନିଜେସନ)୧୪ଟି ମାମଲା ରିପୋର୍ଟ ଦାଖଲ ହୋଇଛି ।ଏଥିମଧ୍ୟରୁ ଜଣଙ୍କର ସ୍ୱାସ୍ଥ୍ୟ ଅଧିକ ଖରାପ ହୋଇଯାଇଛି।ଯଦିଓ ସ୍ଥିତି ଏବେ ବି ସ୍ଥିର ଅଛି। ପାର୍ଶ୍ୱ ପ୍ରତିକ୍ରିୟା ପରେ ତାଙ୍କୁ ଏନଆରଏସ ମେଡିକାଲ କଲେଜରେ ଆଡ଼ମିଟ କରାଯାଇଛି ।
ତେଲେଙ୍ଗାନାରେ ମଧ୍ୟ ଏଇଏଫଆଇର ୧୧ଟି ମାମଲା ଆସିଛି। ରାଜ୍ୟ ସରକାରଙ୍କ ଅନୁସାରେ,ଏଠାରେ ୩୯୬୨ ସ୍ୱାସ୍ଥ୍ୟକର୍ମୀମାନଙ୍କୁ କୋରନାର ଟୀକା ଲଗାଯାଇଛି।

ରାଜସ୍ଥାନ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଅନୁସାରେ ୯ ଜିଲ୍ଲାରୁ ଏଇଏଫଆଇର ଅତିକମରେ ୨୧ଟି ମାମଲା ସାମ୍ନାକୁ ଆସିଛି। ଏଥିରୁ ଅଲବରରୁ ୫ଟି ଓ ବାର୍ଡମେରରୁ ୪ଟି ଓ ଜୟପୁରରୁ ୩ଟି କେଶ ଆସିଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।