ଫେସବୁକର ସ୍ୱାମୀତ୍ୱ ଵାଲା ମଲ୍ଟିମିଡିଆ ଆପ ହ୍ଵାର୍ଟସପ ର ନୂଆ ପ୍ରାଇବେସି ପଲିସି ୮ ଫେବୁଆରୀରୁ ଲାଗୁହେବାକୁ ଯାଉଅଛି। ଯାହା ଦ୍ୱାରା ହ୍ଵାର୍ଟସପ ୟୁଜର୍ସଙ୍କର ଡାଟା ଫେସବୁକ, ଇଂଷ୍ଟାଗ୍ରାମ, ଓ ପାର୍ଟନର କମ୍ପାନିଙ୍କ ସହିତ ସେୟାର ହେବ। ଏକ୍ସପର୍ଟ ହ୍ଵାର୍ଟସପର ନୂଆ ପଲିସିକୁ ୟୁଜର୍ସଙ୍କ ହିତ ପାଇଁ କରିଛନ୍ତି। ବବାଲର ଡ୍ୟାମେଜ କଣ୍ଟ୍ରୋଲର ପ୍ରୟାସରେ ହ୍ଵାର୍ଟସପ କହିଛନ୍ତି ଏହି ନୂଆ ପଲିସି ବ୍ୟବସାୟ ଆକାଉଣ୍ଟ ପାଇଁ ଅଟେ। ଏହା ଦ୍ଵାରା ଅନ୍ୟ ଚାଟ ପ୍ରଭାବିତ ହେବ ନାହିଁ।

ହ୍ଵାର୍ଟସପର ନୂଆ ପଲିସିର ଘୋଷଣା ପରେ ଟେସ୍ଲାର ସିଇଓ ଓ ଦୁନିଆର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କ ସିଗନାଲ ଆପକୁ ସୁରକ୍ଷିତ କହିଛନ୍ତି ଓ ଏହା ସହିତ ଲୋକଙ୍କୁ ସିଗନାଲ ଆପକୁ ବ୍ୟବହାର କରିବା ପାଇଁ କହିଛନ୍ତି।ହ୍ଵାର୍ଟସପର ନୂଆ ପ୍ରାଇବେସିରେ ନିରାଶଲୋକ ସିଗନାଲ ଆପକୁ ବ୍ୟବହାର କରିପାରିବେ। କିଛି ୟୁଜର୍ସ ଟେଲିଗ୍ରାମ ଆପ ବ୍ୟବହାର କରିବାକୁ ଲାଗିଲେଣି କିନ୍ତୁ ସିଗନାଲ ଆପରେ କିଛି ସପ୍ତାହ ହେବ ଡାଉନଲୋଙ୍ଗିରେ ଜବରଦସ୍ତ ଫାଇଦା ଦେଖିବାକୁ ମିଳିଛି।
ହ୍ଵାର୍ଟସପର ନୂଆ ପ୍ରାଇବେସି ଘୋଷଣା ପରେ ସିଗନାଲ ଆପର ଡାଉନଲୋଡ଼ିଙ୍ଗରେ ୩୮ ପ୍ରତିଶତ ଅଧିକ ଦେଖିବାକୁ ମିଳିଛି। ତାହାବି ପୁଣି ଗୋଟେ ସପ୍ତାହରେ। ସିଗନାଲ ଆପ ଆପ ଷ୍ଟୋରରେ ଟପ ଲିଷ୍ଟରେ ଆସିଯାଇଛି। ବୁଧବାରକୁ ସିଗନାଲକୁ ଭାରତରେ ୨୨୦୦ ଲୋକ ଡାଉନଲୋଡ କରିଛନ୍ତି। ଯେବେକି ଡିସେମ୍ବର ଶେଷ ସପ୍ତାହରେ ସିଗନାଲକୁ ମାତ୍ର ୧୬୦୦ ଲୋକ ଡାଉନଲୋଡ କରିଥିଲେ।
ଡିସେମ୍ବରରେ ସିଗନାଲର ମୋଟ ଡାଉନଲୋଡ଼ ୫୧ ହଜାର ଥିଲା ବୋଲି ଖବର। ଯାହାକି ନଭେମ୍ବରରୁ ୧୧% ଅଧିକ ବୋଲି ଖବରରେ ପ୍ରକାଶିତ।ନଭେମ୍ବରରେ ସିଗନାଲର ମୋଟ ଡାଉନଲୋଡ଼ ସଂଖ୍ୟା ୪୬ ହଜାର ଥିଲା। ଯଦି ଭାରତୀୟ ବଜାରରେ ସିଗନାଲ ଆପ ଏହି ଭଳି ରୂପରର ଡାଉନଲୋଡ଼ ହୁଏ ତେବେ ହ୍ଵାର୍ଟସପ ପାଇଁ ଏହା ଚିନ୍ତାର ବିଷୟ ପାଲଟିଯିବ ବୋଲି ଜଣା ଯାଇଛି। ଏହାର ମୁଖ୍ୟ କାରଣ ଏହା ଯେ ୪୦ କୋଟି ଲୋକଙ୍କ ସହିତ ଭାରତ ହ୍ଵାର୍ଟସପ ପାଇଁ ଏକ ବଡ଼ ବଜାର ଅଟେ ହେଲେ ଏବେ ସିଗନାଲ ଧୀରେ ଧୀରେ ବଢ଼ୁଛି।
Use Signal
— Elon Musk (@elonmusk) January 7, 2021
ସିଗନାଲ ଆପର କିଛି ଖାସ କଥା:
ଯେବେବି କେହି ଆପଣଙ୍କୁ ହ୍ଵାର୍ଟସପ ଜାଗାରେ ସିଗନାଲ ଆପକୁ ବ୍ୟବହାର କରିବା ପାଇଁ କହୁଥିବ ଆପଣଙ୍କ ମନରେ ଏହା ନିଶ୍ଚୟ ପ୍ରଶ୍ନ ଉଠିବ କି ଯଦି ହ୍ଵାର୍ଟସପ ପରି ସିଗନାଲ ମଧ୍ୟ ଭବିଷ୍ୟତରେ ପଇସା କମାଇବା ପାଇଁ ଆମ ଡାଟାକୁ ବ୍ୟବହାର କରିବା ଆରମ୍ଭ କରିବ ତ କଣ ହେବ? ତେବେ ଆପଣଙ୍କ ଜାଣିବା ପାଇଁ କହିରଖିବୁକି ଗୁଗୁଲ ପ୍ଲେ ଷ୍ଟୋରରେ ଦିଆଯାଇଥିବା ସୂଚନା ଅନୁସାରେ ସିଗନାଲ ଏକ ଲାଭକାରୀ ସଂସ୍ଥା ଅଟେ। ଯାହାକୁକି ବର୍ଷ ୨୦୧୪ରେ ଆରମ୍ଭ କରାଯାଇଥିଲା। ଏହି ଆପର ପଇସା ଡୋନେସନରୁ ଆସିଥାଏ। ଆଉଥରେ ଆପଣଙ୍କୁ କହିରଖୁଛୁ ସିଗନାଲ ଆପର ପଇସା ବିଜ୍ଞାପନରୁ ନୁହେଁ ବରଂ ଡୋନେସନରୁ କରିଥାଏ।
ଏହି ଆପ ସିଗନାଲ ଅନେକ ସାଇବର ଏକ୍ସପର୍ଟ ସୁରକ୍ଷିତ ବୋଲି କହିଛନ୍ତି। ସିଗନାଲ ହ୍ଵାର୍ଟସପ ତୁଳନାରେ ଏଥିପାଇଁ ଅଧିକ ଲାଭକାରୀ ଅଟେ କାରଣ ହ୍ଵାର୍ଟସପରେ କେବଳ କଲ ଆଣ୍ଡ ମ୍ୟାସେଜ ଏଣ୍ଡ ଟୁ ଏଣ୍ଡ ଏଫ୍ରିପଟେଡ଼ ହୋଇଥାଏ। ଯେବେକି ସିଗନାଲର ମେଟା ଡାଟା ବି ଏଣ୍ଡ ଟୁ ଏଣ୍ଡ ଏଫ୍ରିପଟେଡ଼ ହୋଇଥାଏ ଯାହା ଲାଭକାରୀ ଅଟେ ବୋଲି ଜଣା ଯାଇଛି। ଏକ ବଡ଼ ସଂସ୍ଥା ଯେ କି ଆମେରିକାର ଗୁପ୍ତ ସୂଚନା ଲିକ କରୁଥିବା ଓ ଜଣାଶୁଣା ହୋଏସଲବୋବର ଏଡ଼ବର୍ଡ଼ ସ୍ନୋଡେନ ବି ସିଗ୍ନାଲ ର ସିକ୍ୟୁରୀଟିର ଭୁରି ଭୁରି ପ୍ରଶଂସା କରିଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।