IPL ୨୦୨୧: ଶିଖର ଧୱନ କଲେ ରେକର୍ଡର ବର୍ଷା, ଗୋଟିଏ ହିଁ ମ୍ୟାଚରେ ଏହି ଦୁଇ ମହାନ ଖେଳାଳିଙ୍କୁ ପକାଇଲେ ପଛରେ ।

ଆଇପିଏଲର ୧୪ ତମ ସଂସ୍କରଣର ଦ୍ୱିତୀୟ ମ୍ୟାଚ ଦିଲ୍ଲୀ କ୍ୟାପିଟଲ୍ସ ଓ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଥିଲା। ଓପନର ବ୍ୟାଟ୍ସମ୍ୟାନ ଶିଖର ଧୱନ ସୁନ୍ଦର ବ୍ୟାଟିଙ୍ଗ କରି ଆଇପିଏଲରେ ନିଜର ୪୨ ତମ ଅର୍ଦ୍ଧଶତକ ମାରିଛନ୍ତି। ଏହା ସହିତ ସେ ଅନେକ ରେକର୍ଡ ନିଜ ନାମରେ କରିଛନ୍ତି।

Google

ଧୱନ ଏହି ମ୍ୟାଚରେ ସୁନ୍ଦର ବ୍ୟାଟିଙ୍ଗ କରି ମାତ୍ର ୫୪ ବଲରେ ୮୫ ରନର ପାରି ଖେଳିଥିଲେ। ଏହି ସମୟରେ ସେ ୧୦ଟି ଚୌକା ଓ ୨ ଟି ଛକା ମାରିଛନ୍ତି। ଏହା ସହ ଧୱନ ଆଇପିଏଲ ଇତିହାସରେ ୬୦୦ ଚୌକା ମାରିଥିବା ପ୍ରଥମ ବ୍ୟାଟ୍ସମ୍ୟାନ ହୋଇଯାଇଛନ୍ତି। ସେ ଆଇପିଏଲରେ ଦୁଇଟି ଅଲଗା ଅଲଗା ଟିମରୁ ୧୫୦୦ ରୁ ଅଧିକ ରନ କରିଥିବା ଏକମାତ୍ର ଖେଳାଳି ଅଟନ୍ତି। ଧୱନ ସନରାଇଜର୍ସ ହାଇଦ୍ରାବାଦ ତରଫରୁ ଖେଳି ୨୫୧୮ ରନ ବନେଇଥିଲେ।

ସେ ଶନିବାରକୁ ଦିଲ୍ଲୀ ତରଫରୁ ୧୫୦୦ ରନ ପୁରାକରିଛନ୍ତି। ଧୱନଙ୍କ ଛଡା ସେହି ମ୍ୟାଚରେ ପୃଥୀ ସ୍ୱ ମଧ୍ୟ ସୁନ୍ଦର ବ୍ୟାଟିଙ୍ଗ କରିବାର ନଜର ଆସିଛନ୍ତି। ସେ ମାତ୍ର ୩୮ ବଲରେ ୯ଟି ଚୌକା ଓ ୩ ଟି ଛକା ଦ୍ଵାରା ୭୨ ରନର ଅର୍ଦ୍ଧଶତକୀୟ ପାରି ଖେଳିବାର ନଜର ଆସିଥିଲେ ଓ ଶିଖର ଧୱନଙ୍କ ସହ ମିଶି ୧ ମ ୱିକେଟ ପାଇଁ ୧୩୮ ରନର ପାର୍ଟନରସିପ କରିଥିଲେ।

Google

ସେହିପରି ଏହି ମ୍ୟାଚ ଅଜିଙ୍କ୍ୟ ରାହାଣେଙ୍କ ୧୫୦ ତମ ମ୍ୟାଚ ଥିଲା କିନ୍ତୁ ରାହାଣେଙ୍କୁ ସେହି ମ୍ୟାଚରେ ବ୍ୟାଟିଙ୍ଗ କରିବା ପାଇଁ ମୌକା ମିଳିଲା ନାହିଁ। ସେ ଆଇପିଏଲରେ ୧୫୦ ମ୍ୟାଚ ଖେଳିଥିବା ୧୮ ତମ ଖେଳାଳି ଅଟନ୍ତି। ମୁମ୍ବାଇର ୱାନଖଡେ ଷ୍ଟାଡିୟମରେ ଚେନ୍ନାଇକୁ ହରାଇ ଏହା ଦିଲ୍ଲୀର ଏହି ବର୍ଷର ପ୍ରଥମ ଜିତ ଅଟେ। ଏହା ପୂର୍ବରୁ ଏହି ଷ୍ଟାଡିୟମରେ ଦୁହିଁଙ୍କ ମଧ୍ୟରେ କିଛି ମ୍ୟାଚ ହୋଇନଥିଲା।

ଏହି ମ୍ୟାଚରେ ଦିଲ୍ଲୀର ଓପନରଙ୍କ ଏହା ଶତକୀୟ ପାର୍ଟନରସିପ ଥିଲା। ୨୦୧୬ ପରଠାରୁ ଦିଲ୍ଲୀର ଓପନର ବ୍ୟାଟ୍ସମ୍ୟାନଙ୍କ ଏହା ପ୍ରଥମ ଶତକୀୟ ପାର୍ଟନରସିପ ଅଟେ। ଏହା ପୂର୍ବରୁ ରାଜକୋଟରେ ଗୁଜୁରାଟ ଲାୟନସ ବିରୁଦ୍ଧରେ କ୍ୟୁଣ୍ଟନ ଡିକକ ଓ ଋଷଭ ପନ୍ତ ପ୍ରଥମ ୱିକେଟ ପାଇଁ ଶତକୀୟ ୧୧୫ରନର ପାର୍ଟରନସିପ କରିଥିଲେ। କେବଳ ଏତିକି ନୁହେଁ ଏହା ୨୦୧୫ରୁ ପ୍ରଥମ ଥର କି ଯେବେ ଫିଲ୍ମର ଦୁଇ ଓପନର ଗୋଟିଏ ପାରିରେ ହିଁ ଅର୍ଦ୍ଧଶତକ ଲଗାଇଛନ୍ତି। ଏହା ପୂର୍ବରୁ ମୟଙ୍କ ଅଗ୍ରୱାଲ ଓ ଶ୍ରେୟସ ଅୟର କିଙ୍ଗସ ଇଲେଭେନ ପଞ୍ଜାବ ବିରୁଦ୍ଧରେ ଏହି କାରନାମା କରିବାର ନଜର ଆସିଥିଲେ।

Google

କହିରଖିବୁ ଏହି ମ୍ୟାଚରେ ଚେନ୍ନାଇ ପ୍ରଥମେ ବ୍ୟାଟିଙ୍ଗ କରି ସୁରେଶ ରାଇନା ୫୪,ଅର୍ଦ୍ଧଶତକୀୟ ତଥା ସାମ କରନ୧୫ ବଲରେ ୩୪ ,ରବିନ୍ଦ୍ର ଜାଡେଜା ୧୭ ବଲରେ ୨୬ ନଟଆଉଟ ବିସ୍ପୋଟକ ପାରି ଦ୍ଵାରା ଦିଲ୍ଲୀ କ୍ୟାପିଟାଲ୍ସକୁ ଚେନ୍ନାଇ ୧୮୯ ରନର ବଡ଼ ଲକ୍ଷ୍ୟ ଦେଇଥିଲା। ଏହାର ଉତ୍ତରରେ ଦିଲ୍ଲୀ ଏହି ଲକ୍ଷ୍ୟକୁ ବଡ଼ ସହଜରେ ୩ ୱିକେଟ ହରାଇ ୧୮.୪ ଓଭରରେ ପୁରା କରିଦେଇଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *