ଧୋନିଙ୍କୁ ପଛରେ ପକାଇଲେ ଧାୱନ! ନିଜ ନାମରେ ଏହି ଖାସ ରେକର୍ଡର ହେଲେ ଅଧିକାରୀ!

ବ୍ୟୁରୋ ରିପୋର୍ଟ: ବାମହାତୀ ବ୍ୟାଟ୍ସମ୍ୟାନ ଶିଖର ଧାୱନ ଏକଦିବସିୟ କ୍ରିକେଟରେ ସବୁଠୁ ଅଧିକ ବୟସରେ ଅର୍ଦ୍ଧଶତକ ଲଗାଇଥିବା ଅଧିନାୟକ ହୋଇଯାଇଛନ୍ତି। ସେ ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ପ୍ରଥମ ଏକଦିବସିୟରେ ୯୯ ବଲରେ ୯୭ ରନର ପାରି ଖେଳିଥିଲେ ଯେଉଁଥିରେ ୧୦ ଟି ଚୌକା ଓ ୩ ଟି ଛକା ସାମିଲ ଥିଲା।

Google

ଟିମ ଇଣ୍ଡିଆରେ ଗବର ନାମରେ ପ୍ରସିଦ୍ଧ ଧାୱନ ଏକଦିବସିୟ କ୍ରିକେଟରେ ଅଧିନାୟକ ରୂପରେ ପାଖାପାଖି ୩୬ ବର୍ଷ ୨୨୯ ଦିନ ବୟସରେ ଅର୍ଦ୍ଧଶତକ ଲଗାଇଛନ୍ତି।ଏହା ପୂର୍ବରୁ ଏହି ରେକର୍ଡ ପୂର୍ଵ ଅଧିନାୟକ ଅଜହରୁଦିନଙ୍କ ନାମରେ ଥିଲା। ସେ ୧୯୯୯ରେ ୩୬ ବର୍ଷ ୧୨୦ ଦିନରେ ଏହି କାରନାମା କରିଥିଲେ।

ଧାୱନଙ୍କ ପୂର୍ବରୁ ଗାଭାସ୍କର ୧୯୮୫ରେ ପାଖାପାଖି ୩୫ ବର୍ଷ ୨୨୫ ଦିନ ଓ ମହେନ୍ଦ୍ର ସିଂହ ଧୋନି ୨୦୧୬ରେ ପାଖାପାଖି ୩୫ ବର୍ଷ ୧୦୮ ଦିନରେ ଏହି କାରନାମା କରିଥିଲେ। ବର୍ତ୍ତମାନର ଭାରତର ରେଗୁରାଲ ଅଧିନାୟକ ରୋହିତ ଶର୍ମା ଏହି ବର୍ଷ ପାଖାପାଖି ୩୫ ବର୍ଷ ୭୩ ଦିନରେ ଏହି କାରନାମା କରିଛନ୍ତି।

ଓପନର ଧାୱନ ଏକଦିବସିୟରେ ଷଷ୍ଠ ଥର ଓ ମୋଟ ୭ ମ ଥର ନର୍ଭସ ନାଇଣ୍ଟିରେ ଆଉଟ ହୋଇଛନ୍ତି। ସବୁଠୁ ଅଧିକ ଥର ନର୍ଭସ ନାଇଣ୍ଟି ଆଉଟ ହେବା ମାମଲାରେ ଧାୱନ ସଚିନ ଓ ଆଜାରୁଦିନଙ୍କ ପରେ ତୃତୀୟ ନମ୍ବରରେ ଅଛନ୍ତି।ସଚିନ ୧୮ ଓ ଆଜାରୁଦିନ ୭ ଥର ଆଉଟ ହୋଇଛନ୍ତି।

Google

ଧାୱନ ଶେଷ ଶତକ ପାଖାପାଖି ତିନିବର୍ଷ ତଳେ ଲଗାଇଥିଲେ ୨୦୧୯ ବିଶ୍ୱକପରେ ଅଷ୍ଟ୍ରେଲିଆ ବିରୁଦ୍ଧରେ।ଧାୱନଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ୱେଷ୍ଟଇଣ୍ଡିଜ ସହ ସିରିଜରେ ଧମାକାଦାର ଆରମ୍ଭ କରିଛି।

ଧାୱନ ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ପ୍ରଥମ ଏକଦିବସିୟରେ ଓପନର ଶୁଭମନ ଗିଲଙ୍କ ସହ। ପ୍ରଥମ ୱିକେଟ ପାଇଁ ୧୧୯ ରନର ପାର୍ଟନରସିପ କରିଥିଲେ। ସେପ୍ଟେମ୍ବର ୨୦୨୦ପରେ ଏକଦିବସିୟ ଖେଳୁଥିବା ଗିଲ ୫୨ ବଲରେ ୬୪ ରନର ସୁନ୍ଦର ପାରି ଖେଳିଥିଲେ।

ଭାରତର ସ୍କୋର ଗୋଟେ ସମୟରେ ୩୫୦ ପହଞ୍ଚିବା ଭଳି ଲାଗୁଥିଲା କିନ୍ତୁ ଧାୱନ ନର୍ଭସ ନାଇଣ୍ଟିରେ ଆଉଟ ହୋଇଥିଲେ ପରେ ମଧ୍ୟକ୍ରମ ପାରି ସମ୍ଭାଳିପାରିନଥିଲେ। ଗୋଟେ ସମୟରେ ଭାରତର ସ୍କୋର ଗୋଟେ ୱିକେଟରେ ୨୧୩ ରନ ଥିଲା ଯାହା ୫ ୱିକେଟରେ ୨୫୨ ରନ ହୋଇଗଲା।

Google

ମ୍ୟାଚ ଶେଷ ପରେ ଧାୱନ କହିଥିଲେ ସେ ଭାବିନଥିଲେ କି ମ୍ୟାଚ ଏତେ ରୋମାଞ୍ଚକର ହେବ। ସେ କହିଛନ୍ତି ଶେଷ ସମୟରେ ଧର୍ଯ୍ୟର ସହ କାମ କରିବା ତାଙ୍କ ପାଇଁ ଫାଇଦା ହେଲା। ସେ ଶତକ ନ କରିବାରୁ ଦୁଃଖୀ ଥିଲେ

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *