ଧାୱନଙ୍କ କୀର୍ତ୍ତିମାନ! ଧୋନି-ଗାଙ୍ଗୁଲିଙ୍କ ବରାବରି କଲେ ଏହି ଅନୁଭବୀ ବ୍ୟାଟ୍ସମାନ ଧାୱନ, ଜାଣନ୍ତୁ ସମ୍ପୂର୍ଣ୍ଣ

ବ୍ୟୁରୋ ରିପୋର୍ଟ: ବାମହାତୀ ଓପନର ବ୍ୟାଟ୍ସମ୍ୟାନ ଶିଖର ଧାୱନଙ୍କୁ ରୋହିତ ଶର୍ମାଙ୍କ ଜାଗାରେ ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ଏକଦିବସିୟ ସିରିଜରେ ଅଧିନାୟକ କରାଯାଇଥିଲା। ଭାରତ ତିନୋଟି ମ୍ୟାଚରୁ ପ୍ରଥମ ଦୁଇଟି ମ୍ୟାଚ ଜିତିଯାଇଛି। ଧାୱନ ଭାରତର ପଞ୍ଚମ ଅଧିନାୟକ ଅଟନ୍ତି ଯିଏକି ୱେଷ୍ଟଇଣ୍ଡିକୁ ଏକଦିବସିୟ ସିରିଜରେ ତାରି ଦେଶରେ ହରାଇଛି।

Google

ବିରାଟ କୋହଲିଙ୍କ ନାମରେ ୱେଷ୍ଟଇଣ୍ଡିଜ ମାଟିରେ ଅଧିନାୟକତ୍ୱ ରୂପରେ ସବୁଠୁ ଅଧିକ ଏକଦିବସିୟ ସିରିଜ ଜିତିବାର ରେକର୍ଡ ଅଛି। କୋହଲିଙ୍କ ନାମରେ ୱେଷ୍ଟଇଣ୍ଡିଜରେ ଦୁଇଟି ଏକଦିବସିୟ ସିରିଜ ଜିତିବାର ରେକର୍ଡ ଅଛି।

ଏହା ପରେ ମହେନ୍ଦ୍ର ସିଂହ ଧୋନି,ସୌରଭ ଗାଙ୍ଗୁଲି,ସୁରେଶ ରାଇନା ଓ ଶିଖର ଧାୱନଙ୍କ ନମ୍ବର ଆସୁଛି,ଯିଏକି ନିଜ ଅଧିନାୟକତ୍ୱରେ ୱେଷ୍ଟଇଣ୍ଡିଜରେ ଭାରତକୁ ଏକଦିବସିୟ ସିରିଜରେ ବିଜୟ ଦେଇଛନ୍ତି।

ଶିଖର ଧାୱନଙ୍କ ଅଧିନାୟକତ୍ୱରେ ଭାରତ ବିଶ୍ୱ ରେକର୍ଡ କରିଛି। ଭାରତ ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ଲଗାତର ୧୨ ଟି ଦ୍ବୀପକ୍ଷ ଏକଦିବସିୟ ସିରିଜ ଜିତିଯାଇଛି। ଏହା ସହ ଭାରତ ପାକିସ୍ତାନର ରେକର୍ଡ ଭାଙ୍ଗିଦେଇଛନ୍ତି ଯିଏକି ଜିମ୍ବାୱେ ବିରୁଦ୍ଧରେ ଲଗାତର ୧୧ ଏକଦିବସିୟ ସିରିଜ ଜିତିଥିଲା।

Google

ଭାରତୀୟ ଟିମ ଦ୍ୱିତୀୟ ଏକଦିବସିୟରେ ୪୧ ରୁ ୫୦ ଓଭର ମଧ୍ୟରେ ୧୦୦ ରନ କରିଛନ୍ତି। ଏହି ବର୍ଷ ୨୦୦୨ ପରଠୁ ୪୧ ରୁ ୫୦ ଓଭରରେ ଚତ୍ରୁର୍ଥ ସବୁଠୁ ଅଧିକ ରନ କରିଛି। ଏହା ପୂର୍ବରୁ ବର୍ଷ ୨୦୧୪ରେ ପାକିସ୍ତାନ ବଙ୍ଗଳାଦେଶ ବିରୁଦ୍ଧରେ ୧୧୧, ନ୍ୟୁଜିଲାଣ୍ଡ ଆୟରଲ୍ୟାଣ୍ଡ ବିରୁଦ୍ଧରେ ଏହି ବର୍ଷ ୧୦୫ ରନ କରିଥିଲେ। ୱେଷ୍ଟଇଣ୍ଡିଜ ଟିମ ବର୍ଷ ୨୦୦୫ରେ ଅଷ୍ଟ୍ରେଲିଆ ବିରୁଦ୍ଧରେ ୧୦୨ ରନ କରିଥିଲା। ଏହା ପୂର୍ବରୁ ଭାରତ ୨୦୧୫ରେ ସ୍କର୍ଟଲ୍ୟାଣ୍ଡରେ ଜିମ୍ବାୱେ ବିରୁଦ୍ଧରେ ୯୧ ରନ କରିଥିଲା।

ପ୍ରଥମ ଏକଦିବସିୟରେ ଶିଖର ଧାୱନ, ଶୁଭମନ ଗିଲ ଓ ଶ୍ରେୟସ ଅୟର ସୁନ୍ଦର ପାରି ଖେଳିଥିଲେ,ଯେବେକି ଅକ୍ସର ପଟେଲ ଦ୍ୱିତୀୟ ଏକଦିବସିୟରେ ସୁନ୍ଦର ଅର୍ଦ୍ଧଶତକୀୟ ପାରି ଖେଳି ଭାରତକୁ ବିଜୟ ଦେଇଛନ୍ତି। ଭାରତ ତିନୋଟି ଏକଦିବସିୟ ସିରିଜରେ ୨-୦ରେ ଆଗୁଆ ହୋଇଯାଇଛି।

ୱେଷ୍ଟଇଣ୍ଡିଜ ମାଟିରେ କୌଣସି ଟିମର ଏହା ତୃତୀୟ ସଫଳ ଲକ୍ଷ୍ୟ ହାସଲ ଅଟେ। ଏହା ପୂର୍ବରୁ ଇଂଲଣ୍ଡ ୨୦୧୯ରେ ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ବ୍ରେଜଟାଉନରେ ୩୬୧ ରନ କରିଥିଲା। ଯେବେକି ଶ୍ରୀଲଙ୍କା ବର୍ଷ ୨୦୦୩ରେ ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ୩୧୩ ରନ କରିଥିଲା।

Google

ଭାରତ ଓ ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ତୃତୀୟ ଏକଦିବସିୟ ୨୭ ଜୁଲାଇକୁ ପୋର୍ଟ ଅଫ ସ୍ପେନରେ ଖେଳିବାର ଅଛି। ୱେଷ୍ଟଇଣ୍ଡିଜ ଟିମ ଲଗାତର ୮ ଟି ଏକଦିବସିୟ ହାରିଯାଇଛି। ତେବେ ଭାରତୀୟ ଦଳ ଧାୱନଙ୍କ ନେତୃତ୍ୱରେ ୨-୦ ରେ ସିରିଜ ଜିତିଯାଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *