IPL ୨୦୨୧:ଶିଖର ଧୱନ ସେୟାର କଲେ ନିଜ ସହଯୋଗୀ ଖେଳାଳି ମାନଙ୍କ ସହ ନିଜର ମଜାଦାର ଡ୍ୟାନ୍ସ ଭିଡିଓ। ଦେଖନ୍ତୁ ଭିଡିଓ।

ଦିଲ୍ଲୀ କ୍ୟାପିଟାଲସ ସହ ଶିଖର ଧୱନଙ୍କ ସମୟ ଭଲ ଚାଲିଛି। ଖେଳ ପଡିଆ ଏବଂ ପଡିଆ ବାହାରେ ମଧ୍ୟ ସେ ଚର୍ଚ୍ଚାର ବିଷୟ ହୋଇଥିବାର ଦେଖିବାକୁ ମିଳୁଛି। ଚେନ୍ନାଇ ସୁପର କିଙ୍ଗସ ବିପକ୍ଷରେ ପ୍ରଥମ ମ୍ୟାଚ ଖେଳି ସେ ୪୫ବଲରେ ୮୫ରନ କରିବାରେ ସକ୍ଷମ ହୋଇଥିଲେ। ସେ ଚେନ୍ନାଇର ସବୁ ବୋଲରଙ୍କ ବଲକୁ ପଟିଥିଲେ। ଏବେ ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ସେ ତାଙ୍କ ସାଥି ଖେଳାଳିମାନଙ୍କ ସହ ନାଚୁଥିବାର ଦେଖିବାକୁ ମିଳିଛି।ଏହି ଭିଡିଓ ପ୍ରମୋସନ ଇଭେଣ୍ଟ ସହ ସଂଯୋଗ। ଏହାକୁ ଧୱନ ନିଜେ ଫ୍ୟାନ୍ସଙ୍କ ପାଇଁ ଇଂଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି।

Google

ଏହି ଭିଡିଓରେ ଧୱନଙ୍କ ସହ ଅଷ୍ଟ୍ରେଲିଆର ପୂର୍ବ ଅଧିନାୟକ ଷ୍ଟିଭ ସ୍ମିଥ ଏବଂ ଦିଲ୍ଲୀ କ୍ୟାପିଟାଲସର ଏବେକା ଅଧିନାୟକ ରିଷଭ ପନ୍ତଙ୍କ ଭିତରେ ଡ୍ୟାନ୍ସ କମ୍ପିଟିସନ ହେଉଥିବାର ଦେଖିବାକୁ ମିଳିଛି। ଏଥିରେ ଧାୱନ ଲେଖିଛନ୍ତି ଆପଣ ହିଁ କୁହନ୍ତୁ କିଏ ସବୁଠୁ ଭଲ ଡ୍ୟାନ୍ସ କରିଛି। ସେ ଏହି ଭିଡିଓ ରେ ଷ୍ଟିଭ ସ୍ମିଥ,କ୍ରିସ ଓକ୍ସ,ଅଜିଙ୍କ୍ୟ ରାହାଣେ,ଏବଂ ରବିଚନ୍ଦ୍ରନ ଆଶ୍ୱିନଙ୍କୁ ଟ୍ୟାଗ କରିଛନ୍ତି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡିଓକୁ ଲୋକମାନେ ବହୁତ ଲାଇକ କରିଛନ୍ତି। ଅସୁସ୍ଥତା ପାଇଁ ଟିମରୁ ବାହାରେ ଥିବା ଅଧିନାୟକ ଶ୍ରେୟଶ ଅୟର ମଧ୍ୟ ଏହି ଭିଡିଓରେ ନିଜର ରିଆକ୍ସନ ଦେଇଛନ୍ତି। ଧୱନଙ୍କ ଏହି ଇଂଷ୍ଟାଗ୍ରାମ ଏକାଉଣ୍ଟରେ ୮ମିଲିୟନରୁ ବି ବେସି ଫଲୋୟର୍ସ ଅଛନ୍ତି ଏବଂ ସେ ସବୁବେଳେ ଏଥିରେ ନିଜର ଡ୍ୟାନ୍ସ ଭିଡିଓ ସେୟାର କରିବାର ନଜର ଆସନ୍ତି। ଏହା ପୂର୍ବରୁ ମଧ୍ୟ ଧୱନ, ୟୁଜବେନ୍ଦ୍ର ଚହଲଙ୍କ ପତ୍ନୀ ଧନଶ୍ରୀ ବର୍ମାଙ୍କ ସହ ଭଙ୍ଗଡା କରୁଥିବାର ଏକ ଭିଡିଓ ସେୟାର କରିବାର ନଜର ଆସିଥିଲେ।

ଯଦି ଧାୱନଙ୍କ ବ୍ୟାଟିଙ୍ଗ କଥା କୁହାଯାଏ ତେବେ ସେ ଭଲ ଫର୍ମରେ ଦେଖିବାକୁ ମିଳିଛନ୍ତି। ସେ ନିଜର ପ୍ରଥମ ମ୍ୟାଚ ଚେନ୍ନାଇ ବିପକ୍ଷରେ ଖେଳି ୮୫ରନ କରି କିଛି ରେକର୍ଡ ନିଜ ନାମରେ କରିଛନ୍ତି। ଶିଖର ଏହି ମ୍ୟାଚରେ ୧୦ଟି ଚୌକା ଏବଂ ୨ଟି ଛକା ମାରି ଆଇପିଏଲ ଜଗତର ପ୍ରଥମ ୬୦୦ ଚୌକା ମାରିଥିବା ଖେଳାଳି ବନିଛନ୍ତି। ତାଙ୍କ ପରେ ସନରାଇଜର୍ସ ହାଇଦ୍ରାବାଦର ଅଧିନାୟକ ଡେଭିଡ଼ ୱାର୍ଣ୍ଣର ବେସି ଚୌକା ମାରିଛନ୍ତି। ସେ ୫୦୧ଟି ଚୌକା ମାରିବାର ନଜର ଆସିଛନ୍ତି।ଏହା ସହ ଧାୱନ ଆଉ ଏକ ରେକର୍ଡ ନିଜ ନାମରେ କରିଛନ୍ତି। ତାଙ୍କର ଏବେ ସିଏସକେ ବିରୁଦ୍ଧରେ ୯୧୦ରନ ହୋଇଥିବା ବେଳେ ବିରାଟ କୋହଲିଙ୍କର ୯୦୧ ରନ ହୋଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *