ବ୍ୟୁରୋ ରିପୋର୍ଟ: ବଲିଉଡ଼ର ପ୍ରସିଦ୍ଧ ସିଙ୍ଗର କେକେଙ୍କୁ କିଏ ବା ନଜାଣେ। ସେ ନିଜର ସୁନ୍ଦର କଣ୍ଠରେ ଅନେକ ସୁପର ହିଟ ଗୀତ ଗାଇଛନ୍ତି। କିନ୍ତୁ ଦୁଃଖର ସହ କହିବାକୁ ପଡୁଛି ସେ ଆଜି ଆମେ ମଧ୍ୟରେ ନାହାଁନ୍ତି।
ତାଙ୍କର ମୃତ୍ୟୁ ହାର୍ଟ ଆଟାକରୁ ହୋଇଥିବା ଜଣାପଡିଥିଲା। କିନ୍ତୁ ଏବେବି ତାଙ୍କ ମୃତ୍ୟୁ ଅନ୍ୟ କିଛି କାରଣ ନେଇ ପ୍ରଶ୍ନ ଉଠି ଚାଲିଛି। କହିରଖିବୁ ଏବେ ସେ ଯେଉଁ ହୋଟେଲରେ ରହୁଥିଲେସେହି ହୋଟେଲ ରୁମରୁ ଆଣ୍ଟାସିଡ଼ ବଟିକା ଜବତ ହୋଇଛି। କହିରଖିବୁ ଏହି ବଟିକା ହଜମ ନ ହେବା ବା ଅଧିକ ଗ୍ୟାସ ହେଲେ ବ୍ୟବହାର ହୋଇଥାଏ।ତାଙ୍କ ରିପୋର୍ଟରେ ଏହା ମଧ୍ୟ ଜଣାପଡିଥିଲା କି ତାଙ୍କ ମୁଣ୍ଡ ଓ ମୁହଁରେ ଅଳ୍ପ ଆଘାତ ଲାଗିଛି।
Autopsy reveals KK had major heart blockages for quite some time, which he did not treat thinking those to be acidity problems. His wife told officials that he always carried antacids. Traces of antacids were found in his body, and antacid strips found in his hotel room: police
— Soumyajit Majumder (@SoumyajitWrites) June 2, 2022
ଆପଣଙ୍କୁ କହିରଖିବୁ ତାଙ୍କ ହୋଟେଲ ରୁମରୁ ଏହି ବଟିକା ମିଳିଲା ପରେ ତାଙ୍କ ମୃତ୍ୟୁକୁ ନେଇ ଅନେକ ପ୍ରଶ୍ନ ଉଠିଚାଲିଛି। ତାଙ୍କ ପୋଷ୍ଟମଟମ କରିଥିବା ଡାକ୍ତରଙ୍କ କହିବା ଅନୁସାରେ ତାଙ୍କର ହୃଦଘାତ ଘଟିଛି ବୋଧେ ଆଗରୁ ସେ ଛାତିରେ କଷ୍ଟ ଅନୁଭବ ହେବା ଦ୍ଵାରା ସେହି ଆଣ୍ଟାସିଡ଼ ବଟିକା ଖାଇଥିଲେ। ଏହା ସହ ପୋଲିସ ତଦନ୍ତରେ କେକେଙ୍କ ପତ୍ନୀ ମଧ୍ୟ କହିଥିଲେ କେକେ ବହୁତ ଥର ଆଣ୍ଟାସିଡ ବଟିକା ଖାଇଥାନ୍ତି। ତାଙ୍କ ପତ୍ନୀ ଏହା ମଧ୍ୟ କହିଥିଲେ କି କେକେ ତାଙ୍କୁ ଜଣାଇଥିଲେକି ତାଙ୍କ ହାତ ଓ କାନ୍ଦରେ ଅଧିକ ଯନ୍ତ୍ରଣା ହେଉଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।