ଭାରତର ଦ୍ରୁତ ବୋଲର ବାରମ୍ବାର ନିଜ ପିତାଙ୍କୁ ମନେ ପକାଇ ଭାବୁକ ହୋଇଯାଉଛନ୍ତି। ବ୍ରିସବେନ ଟେଷ୍ଟର ଚତୁର୍ଥ ଦିନରେ ଅଷ୍ଟ୍ରେଲିଆ ବିପକ୍ଷରେ ୫ ୱିକେଟ ନେଇ ମ୍ୟାଚ ପରେ କାନ୍ଦି ପକେଇଲେ।

ନିଜ ଟେଷ୍ଟ କ୍ୟାରିୟରରେ ପ୍ରଥମ ଥର ୫ ୱିକେଟ ନେଇଥିବା ମହମ୍ମଦ ସିରାଜ ମ୍ୟାଚ ପରେ କହିଲେ କି,ସବୁଠାରୁ ଅଧିକ ଯିଏ ମତେ ସପୋର୍ଟ କରନ୍ତି ସେ ମୋ ବାପା ଅଟନ୍ତି। ତାଙ୍କର ଇଚ୍ଛା ଥିଲା ମୁଁ ଭାରତ ପାଇଁ ଖେଳେ ଓ ଦେଶର ନାମ ଉଞ୍ଚା କରେ। ଏବେ ମୋର ମାଇଣ୍ଡସେଟ ଏହା ଯେ ମୁଁ ତାଙ୍କ ସ୍ୱପ୍ନକୁ ପୁରା କରିବି। ସେ ଯଦି ଏବେ ଥାନ୍ତେ ବହୁତ ଖୁସି ହୋଇଥାନ୍ତେ। ତାଙ୍କ ଆଶିର୍ବାଦରୁ ମୁଁ ଆଜି ୫ ୱିକେଟ ନେଲି। ମୁଁ ନିଶବ୍ଦ ଅଟେ। ଏହି ପ୍ରଦର୍ଶନ ପାଇଁ ମୁଁ କିଛି କହିପାରିବି ନାହିଁ।
ଅଷ୍ଟ୍ରେଲିଆର ଦ୍ଵିତୀୟ ପାଳିରେ ସିରାଜ ୭୩ ରନ ଦେଇ ୫ ୱିକେଟ ଅକ୍ତିଆର କରିଥିଲେ। ଏହା ପ୍ରଥମ ଥର ନୁହେଁ ପିତାଙ୍କ କଥା ଭାବି ସେ କାନ୍ଦିଥିବେ। ଏହା ପୂର୍ବରୁ ସିଡ୍ନୀ ଟେଷ୍ଟରେ ଯେବେ ଦୁଇ ଦଳ ରାଷ୍ଟ୍ରଗାନ ପାଇଁ ମୈଦାନକୁ ଆସିଲେ ସେ ସେତେବେଳେ ଭାବୁକ ହୋଇ ଉଠିଲେ।
Before the Border-Gavaskar Test series, Siraj lost his father. He then made a promise to himself. Today, he fulfilled it.
Siraj, we are all very proud of you. #TeamIndia #AUSvIND pic.twitter.com/VUMhgJsJO4
— BCCI (@BCCI) January 18, 2021
ଖେଳ ଶେଷ ପରେ ଯେବେ ତାଙ୍କୁ ଏହି ବିଷୟରେ ପଚରାଗଲା ସେ କହିଲେ,”ସେହି ସମୟରେ ବାପାଙ୍କ କଥା ମନେ ପଡିଗଲା। ମୁଁ ବହୁତ ଭାବୁକ ଥିଲି। ସେ ମତେ ଟେଷ୍ଟ କ୍ରିକେଟ ପାଇଁ ଖେଳିବାକୁ ଦେଖିବାକୁ ଇଛୁକ ଥିଲେ।”ସିରାଜ ଆଗକୁ କହିଲେ”ସେ ମତେ ଭାରତ ପାଇଁ ଖେଳିବାର ଦେଖିଥାନ୍ତେ କି”।
କହିରଖିଛୁ କି ପୂର୍ଵ ବର୍ଷ ନଭେମ୍ବରରେ ସିରାଜଙ୍କ ପିତାଙ୍କ ମୃତ୍ୟୁ ହୋଇଗଲା। ଏହି ଦ୍ରୁତ ବୋଲର ଭାରତ ପାଇଁ ଖେଳିବାର ସ୍ୱପ୍ନ ପୁରା କରିବା ପାଇଁ ଅଷ୍ଟ୍ରେଲିଆରେ ରହିଗଲେ। ହେଲେ ଜୀବନର ଖରାପ ଦିନରେ ଚାଲୁଥିବା ସିରାଜ ନିଜ ବାପାଙ୍କ ସ୍ୱପ୍ନକୁ ସାକାର କରି ଦେଖେଇଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।