ଅଷ୍ଟ୍ରେଲିଆ ବିପକ୍ଷରେ ସୁନ୍ଦର ବିଜୟ ହାସଲ କରିବା ପରେ ଏବେ ଟିମ ଇଣ୍ଡିଆ ଇଂଲଣ୍ଡ ବିରୁଦ୍ଧରେ ଚେନ୍ନାଇରେ ଟେଷ୍ଟ ମ୍ୟାଚ ଖେଳୁଛି। ଇଂଲଣ୍ଡର ବ୍ୟାଟ୍ସମ୍ୟାନ ମାନେ ପ୍ରଥମ ପାରିରେ ସୁନ୍ଦର ପ୍ରଦର୍ଶନ କରିଛନ୍ତି ଓ ଅଧିନାୟକ ଜୋ ରୁଟ ସୁନ୍ଦର ଦ୍ୱିତୀୟଶତକ ମାରିଛନ୍ତି। ଭାରତୀୟ ଵୋଲରଙ୍କର ବହୁତ ନିରାଶ ଜନକ ପ୍ରଦର୍ଶନ ରହିଛି ଓ ଏହା ମଧ୍ୟରେ ଏକ ଆଶ୍ଚର୍ଯ୍ୟ କଲାଭଳି ଖବର ଡ୍ରେସିଙ୍ଗ ରୁମରୁ ସାମ୍ନାକୁ ଆସିଛି।ଖବର ଏହା କି ଚେନ୍ନାଇ ଟେଷ୍ଟର ପ୍ରଥମ ଦିନ ମହମ୍ମଦ ସିରାଜ ଓ କୁଲଦୀପ ଯାଦବ ଲଢେଇ କରୁଥିବା ଦେଖାଯାଇଛି । ମହମ୍ମଦ ସିରାଜ ତ କୁଲଦୀପ ଯାଦବଙ୍କ ବେକ ପର୍ଯ୍ୟନ୍ତ ଧରିପକାଇଛନ୍ତି। ଏହା ଆମେ କହୁନାହିଁ ଏହା ଏକ ଭିଡ଼ିଓ କହୁଛି ଯେଉଁଥିରେ ଦେଖାଯାଉଛିକି ସିରାଜ କୁଲଦୀପଙ୍କ ବେକ ଧରିଛନ୍ତି।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡ଼ିଓରେ ପ୍ରଥମ ଦିନ ଖେଳ ସରିବା ପରେ ଖେଳାଳୀ ଡ୍ରେସିଙ୍ଗ ରୁମକୁ ଯାଉଥିବା ଦେଖାଯାଉଛି। କୁଲଦୀପ ଯାଦବ ମଧ୍ୟ ଡ୍ରେସିଙ୍ଗ ରୁମ ପର୍ଯ୍ୟନ୍ତ ପହଁଚିବା କ୍ଷଣି ମହମ୍ମଦ ସିରାଜ ତାଙ୍କ ବେକ ଧରିନିଅନ୍ତି। ମହମ୍ମଦ ସିରାଜ ଏପରି କଣ ପାଇଁ କଲେ? କଣ ଦୁହିଁଙ୍କ ଭିତରେ ଲଢେଇ ହୋଇଥିଲା? ଏହାର କାରଣ ଏବେ ପର୍ଯ୍ୟନ୍ତ ସଠିକ ମିଳିନାହିଁ କିନ୍ତୁ ଜଣାପଡୁଛି ଦୁହିଁଙ୍କ ଭିତରେ କିଛିତ ଗଡ଼ବଡ଼ ହୋଇଛି।
ମହମ୍ମଦ ସିରାଜ ଓ କୁଲଦୀପ ଯାଦବ ନୁହଁନ୍ତି ଚେନ୍ନାଇ ଟିମର ଅଂଶ:
କହିରଖିବୁକି ମହମ୍ମଦ ସିରାଜ ଓ କୁଲଦୀପ ଯାଦବ ଦୁହିଁଙ୍କୁ ଚେନ୍ନାଇ ଟେଷ୍ଟରେ ମୌକା ମିଳିନାହିଁ। କୁଲଦୀପ ଯାଦବଙ୍କ ଜାଗା ସାହବାଜ ନଦୀମ ଓ ମହମ୍ମଦ ସିରାଜଙ୍କ ଜାଗା ଇସାନ୍ତ ଶର୍ମାଙ୍କୁ ଦିଆଯାଇଛି। ସିରାଜ ଅଷ୍ଟ୍ରେଲିଆ ଗ୍ରସ୍ତରେ ୧୩ ଟି ୱିକେଟ ଅକ୍ତିଆର କରିଥିଲେ ଓ କୁଲଦୀପ ଯାଦବଙ୍କୁ ଦୁଇ ବର୍ଷ ହେବ ଟେଷ୍ଟ ମ୍ୟାଚ ଖେଳିବାର ମୌକା ମିଳିନାହିଁ। ଏବେ ଏହି ଦୁହିଁଙ୍କ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ଦୁହିଁଙ୍କ ଭିତରେ ଝଗଡା ହୋଇଥିବା ଦେଖାଯାଉଛି। ଯଦି ଏହି ଭିଡ଼ିଓରେ ଦେଖାଯାଉଥିବା ଝଗଡା ସତ ତେବେ ଦୁହିଁଙ୍କ ଉପରେ କଡା ପଦକ୍ଷେପ ନିଆଯାଇପାରେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।