ମେଲବର୍ଣ୍ଣ ଟେଷ୍ଟ ତଥା ୨ୟ ଟେଷ୍ଟରେ ମହମ୍ମଦ ସିରାଜ ଡେଭ୍ୟୁ କରିଥିଲେ ଓ ପ୍ରଥମ ମୁକାବିଲାରେ ହିଁ ସେ ନିଜ ଛାପ ଛାଡିଦେଲେ।

ଯେବେ ମୁଣ୍ଡ ଉପରୁ ବାପାଙ୍କ ହାତ ଉଠିଯାଇଥାଏ ସେବେ କେହିବି ଭାଙ୍ଗିପଡିଥାଏ। ସେହି ଦୁଃଖରୁ ବାହାରିବା ପାଖାପାଖି ଅସମ୍ଭବ ହୋଇଯାଇଥାଏ କିନ୍ତୁ କିଛି ଲୋକ ଏପରି ହୋଇଥାନ୍ତି ଯେଉଁମାନେ ନିଜ ପାପାଙ୍କ ଶେଷ ଦର୍ଶନ ନକରି ଆଜି ନିଜ ଦେଶ ପାଇଁ କାମ କରିଥାନ୍ତି। ଆମେ କହୁଛୁ ମହମ୍ମଦ ସିରାଜଙ୍କ କଥା ଯିଏକି ଅଷ୍ଟ୍ରେଲିଆ ଗ୍ରସ୍ତ ଆରମ୍ଭରେ ନିଜ ବାପାଙ୍କୁ ହରାଇଥିଲେ କିନ୍ତୁ ଏହା ପରେ ମଧ୍ୟ ଭାରତ ଫେରିନଥିଲେ। ସେ ଟିମ ସହିତ ଯୋଡିହୋଇ ରହିଲେ ଓ ନିଜ ଡେଭ୍ୟୁରେ ହିଁ ବାପାଙ୍କୁ ଖାସ ଶ୍ରଦ୍ଧାଞ୍ଜଳି ଦେଲେ। ଯେବେ ମେଲବର୍ଣ୍ଣ ଟେଷ୍ଟରେ ମହମ୍ମଦ ସିରାଜଙ୍କୁ ଡେଭ୍ୟୁ ଟୋପି ଦିଆଗଲା ସେହି ସମୟରେ କେହି ଏହା ଭାବିନଥିଲେ କି ସେ ଅଷ୍ଟ୍ରେଲିଆରେ ଏପରି ପ୍ରଦର୍ଶନ କରିବେ। ଏହି ବୋଲର ନିଜର ପ୍ରଥମ ଟେଷ୍ଟ ମ୍ୟାଚରେ କିଛି ଏପରି କରିଦେଖାଇଲା ଯାହା ପରେ ସମସ୍ତେ କହୁଛନ୍ତି ଭାରତୀୟ ଦଳକୁ ଏକ ସୁପରଷ୍ଟାର ମିଳିଯାଇଛି।
ମହମ୍ମଦ ସିରାଜ ଦେଖାଇଲେ ମେଲବର୍ଣ୍ଣରେ ନିଜ ଜଲବା:
ଡାହାଣହାତୀ ଦ୍ରୁତ ବୋଲର ମହମ୍ମଦ ସିରାଜ ନିଜର ପ୍ରେସ,ବାଉନ୍ସ, ସୁଇଂଙ୍ଗ ଓ ରିଭର୍ସ ସୁଇଂଙ୍ଗ ଦ୍ଵାରା ବିରୋଧୀ ବ୍ୟାଟ୍ସମ୍ୟାନଙ୍କୁ ଧରାସାଇ କରିଦେଇଛନ୍ତି। ସିରାଜ ନିଜ ପ୍ରଥମ ଟେଷ୍ଟ ମ୍ୟାଚରେ ହିଁ ୫ ୱିକେଟ ନେବାର କାରନାମା କରିଛନ୍ତି। ସିରାଜଙ୍କୁ ପ୍ରଥମ ପାରିରେ ୨ ଟି ୱିକେଟ ଓ ତୃତୀୟ ପାରିରେ ୩ଟି ୱିକେଟ ମିଳିଲା। ସିରାଜଙ୍କର ପ୍ରଥମ ଟେଷ୍ଟ ୱିକେଟ ରହିଲା ମାର୍ନସ ଲାବୁସେନ। ଯାହାଙ୍କୁକି ସେ ଶୁଭମନ ଗିଲଙ୍କ ହାତରେ ଆଉଟ କରାଇଲେ। ଏହା ପରେ ପ୍ରଥମ ପାରିରେ ସେ କ୍ରିସ ଗ୍ରୀନଙ୍କୁ ସୁନ୍ଦର ଇନ ସୁଇଂଙ୍ଗ ଦ୍ଵାରା ଏଲବିଡବ୍ଲୁ କରିଥିଲେ।

ଦ୍ୱିତୀୟ ପାରିରେ ଆହୁରି ଭଲ ପ୍ରଦର୍ଶନ କଲେ ସିରାଜ:
ଦ୍ୱିତୀୟ ପାରିରେ ସିରାଜ ଆହୁରି ଭଲ ପ୍ରଦର୍ଶନ କରିଛନ୍ତି।ନିଜର ବାହାରକୁ ଯାଉଥିବା ବଲରେ ସେ ଟ୍ରେବିଶ ହେଡଙ୍କୁ ଆଉଟ କଲେ ଓ ଏହା ପରେ ଖେଳର ଚତ୍ରୁର୍ଥ ଦିନ ସେ ଭାରତକୁ ଆହୁରି ଦୁଇଟା ସଫଳତା ଦେଲେ। ଯେବେ ମେଲବର୍ଣ୍ଣ ଗ୍ରାଉଣ୍ଡରେ ବୋଲରଙ୍କୁ କିଛି ଖାସ ସାହାଯ୍ୟ ମିଳୁନଥିଲା। ସେବେ ପିଚରେ ଖୁଣ୍ଟ ଭଳି ଛିଡା ହୋଇଥିବା କ୍ୟାମରୁନ ଗ୍ରୀନକୁ ଜାଡେଜାଙ୍କ ହାତରେ ଆଉଟ କରିଦେଲେ। ଏହା ପରେ ସେ ନାଥନ ଲାୟନଙ୍କୁ ବି ବହୁତ ଜଲ୍ଦି ଆଉଟ କରିଦେଲେ।
ମହମ୍ମଦ ସିରାଜ କଣ ପାଇଁ ଅଟନ୍ତି ଏତେ ସ୍ପେଶାଲ:
ମହମ୍ମଦ ସିରାଜ ସ୍ପେସାଲ ହେବାର କାରଣ ତାଙ୍କ ଆକ୍ରମକତା ବୋଲିଙ୍ଗ ଅଟେ। ସିରାଜ ମେଲବର୍ଣ୍ଣରେ ପକାଇଥିବା ନିଜର ପ୍ରତିଟି ବଲରେ ନିଜର ପୁରା ଶକ୍ତି ଲଗାଇଦେଇଥିଲେ। ଏହା ସହ ତାଙ୍କ ବଲ ବ୍ୟାଟ୍ସମ୍ୟାନ ମାନଙ୍କୁ ଅଶୁବିଧାରେ ପକାଉଥିବା ଦେଖାଯାଇଛି।ସିରାଜଙ୍କ ଶର୍ଟ ବଲବି ବ୍ୟାଟ୍ସମ୍ୟାନଙ୍କ ଆଡ଼କୁ ଅନ୍ୟ ବୋଲରଙ୍କ ତୁଳନାରେ ଅଧିକ ଜଲ୍ଦି ଆସିଥାଏ। ଜାହିର ଖାନଙ୍କ ଅନୁସାରେ ସିରାଜଙ୍କ ବଲ ପଡିବା ପରେ ବହୁତ ଖସିଥାଏ।ଏହି କାରଣ ପାଇଁ ବ୍ୟାଟ୍ସମ୍ୟାନଙ୍କୁ ତାଙ୍କ ବଲ ଜାଣିବାରେ ଅଶୁବିଧା ହୋଇଥାଏ। ସିରାଜ ଦେଖାଇଲେକି ତାଙ୍କ ଭିତରେ ଏକ ମହାନ ଟେଷ୍ଟ ବୋଲର ହେବାର ପୁରା ପ୍ରତିଭା ଅଛି।ଏହା କହିବା ଭୁଲ ହେବ ନାହିଁକି ଭାରତକୁ ଏକ ନୂଆ ଷ୍ଟାର ମିଳିଯାଇଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।