ଭାରତୀୟ କ୍ରିକେଟ ଟିମ ଅଷ୍ଟ୍ରେଲିଆ ଗସ୍ତରୁ ଗୁରୁବାରକୁ ସ୍ବଦେଶ ଫେରିଆସିଲା। ବିଜେତା ଟିମକୁ ସ୍ୱାଗତ କରାଯାଇଥିଲା। ଭାରତୀୟ କ୍ରିକେଟ ଟିମ,ଅଷ୍ଟ୍ରେଲିଆରେ କୋରୋନା ପ୍ରୋଟୋକଲ ପାଇଁ ମିଡ଼ିଆ ଠାରୁ ଦୂରରେ ରହିଲେ। ଏହି କାରଣରୁ ବହୁତ କଥା ଲୁଚି ରହିଲା। ଏବେ ଏହି ଖେଳାଳି ଭାରତ ଆସି ତାଙ୍କ ଅନୁଭବ କହିଛନ୍ତି। ଏକ ଏମିତି ଘଟଣା ସାମ୍ନାକୁ ଆସିଛି ଯେଉଁଥିରେ ମହମ୍ମଦ ସିରାଜଙ୍କୁ ଗାଳି ଶୁଣିବାକୁ ପଡିଥିଲା। ସିରାଜ କହିଲେ କି ଏହି ଘଟଣା ପରେ ଅମ୍ପାୟାର ଓ ଆଜିଙ୍କ୍ୟ ରାହାଣେଙ୍କ କଣ ପ୍ରତିକ୍ରିୟା ରହିଥିଲା।

ସିରାଜ ଅଷ୍ଟ୍ରେଲିଆରୁ ଫେରି ପ୍ରଥମେ ତାଙ୍କ ବାପାଙ୍କ କବରକୁ ଯାଇ ତାଙ୍କୁ ଫୁଲ ଚଢ଼େଇଥିଲେ। ଏହା ପରେ ପ୍ରେସ କନଫରେନ୍ସରେ କହିଲେ,”ସିଡ୍ନୀ ଟେଷ୍ଟରେ ଅଷ୍ଟ୍ରେଲିଆଲୋକେ ମତେ ଗାଳି କରିଥିଲେ। ହେଲେ ଏହା ମତେ ମାନସିକ ରୂପରେ ଦୃଢ଼ତା ଦେଲା। ମୋର ମୁଖ୍ୟ ଚିନ୍ତା ଥିଲା ଯେପରି ଏହା ପାଇଁ ମୋ ପ୍ରଦର୍ଶନ ଉପରେ ପ୍ରଭାବ ନ ପଡୁ। ମୋ କାମ ଆମ ଅଧିନାୟକଙ୍କୁ ସୂଚିତ କରିବାର ଥିଲା କି ମୋ ସହ ଖରାପ ବ୍ୟବହାର କରାଯାଉଛି ଓ ଏହା ମୁଁ କଲି।”
ସିରାଜ ଆଗକୁ କହିଲେ,”ମୁଁ ଏହି କଥା ରାହାଣେଙ୍କୁ କହିଲି ଓ ସେ ଅମ୍ପାୟାରଙ୍କୁ ସୂଚିତ କଲେ। ଅମ୍ପାୟାର କହିଲେ କି ଯଦି ତମେ ଚାହଁ ମ୍ୟାଚ ମଝିରେ ଛାଡି ଯାଇପାରିବ। ହେଲେ ଆଜିଙ୍କ୍ୟ ରାହାଣେ କହିଲେ ନା ଆମେ ଖେଳ କୁ ଛାଡ଼ିବୁ ନାହିଁ। ଏହାକୁ ଆମେ ସମ୍ମାନ କରୁ ଓ ଏହି ପରିସ୍ଥିତିର ସାମ୍ନା ଆମେ କରିବୁ।”

ମହମ୍ମଦ ସିରାଜ କହିଲେ,”ଏହି ସମୟ (ବାପାଙ୍କ ମୃତ୍ୟୁ)କଷ୍ଟ ଓ ମାନସିକ ଚାପ ଥିଲା। ଯେବେ ମୁଁ ଘର ଲୋକଙ୍କ ସହ ଫୋନରେ କଥା ହେଲି ସେତେବେଳେ ସେ ମତେ ବାପାଙ୍କ ସ୍ୱପ୍ନ ପୁରା କରିବାକୁ କହିଲେ। ମୋ ସ୍ତ୍ରୀ ମଧ୍ୟ ମତେ ପ୍ରେରିତ କଲେ। ମୋ ଟିମ ମଧ୍ୟ ମତେ ପୁରା ସମର୍ଥନ କଲେ। ମୋ ସବୁ ୱିକେଟ ମୁଁ ପିତାଙ୍କୁ ସମର୍ଥନ କଲି। ମୟଙ୍କ ଅଗ୍ରୱାଲଙ୍କ ସହ ଯଶନ ମୁଁ ସମର୍ପିତ କଲି।”
ଏହା ରାହାଣେଙ୍କ ଶାନ୍ତ ମୁଣ୍ଡ ହିଁ ଥିଲା,ଯାହା ଯୁବ ଖେଳାଳିଙ୍କ ଠାରୁ ଭଲ ପ୍ରଦର୍ଶନ କରେଇଲା। ମହମ୍ମଦ ସିରାଜ ଇଣ୍ଡିଆ ପାଇଁ ୨ୟ ଟେଷ୍ଟରେ ଡେବ୍ୟୁ କଲେ ଓ ଇଣ୍ଡିଆ ବୋଲର ଭାବେ ସେ ସର୍ବଶ୍ରେଷ୍ଠ ୧୩ ଟି ୱିକେଟ ଅକ୍ତିଆର କରିଥିଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।