ହୋଟେଲରେ କାନ୍ଦୁଥିବା ମହମ୍ମଦ ସିରାଜଙ୍କୁ କୋହଲି କହିଥିଲେ ଏହି କଥା। ସିରାଜଙ୍କ ବଡ଼ ଖୁଲାସା।

ଭାରତର ବର୍ତ୍ତମାନ ସମୟର କିଛି ସବୁଠୁ ଭଲ ତଥା ସୁଧୁରୀ ଯାଇଥିବା ବୋଲର ମାନଙ୍କ ଭିତରେ ମହମ୍ମଦ ସିରାଜ ସବୁଠୁ ଆଗରେ ଅଛନ୍ତି। ନିଜର ସଠିକ ଲାଇନ ତଥା ଲେଙ୍ଗଥ ଦ୍ୱାରା ସେ ସଭିଙ୍କୁ ଆଶ୍ଚର୍ଯ୍ୟ କରୁଛନ୍ତି। ନିଜର ବୋଲିଂ ଦ୍ୱାରା ସେ ସଭିଙ୍କୁ ପ୍ରଭାବିତ କରି ପାରିଛନ୍ତି। ତେଣିକି ତାହା ଅଷ୍ଟ୍ରେଲିଆରେ ବୋଲିଂ ହେଉ ଅଥବା ଆଇପିଏଲରେ ଖେଳା ଯାଇଥିବା ମ୍ୟାଚ ମାନଙ୍କରେ ବୋଲିଂ ହେଉ। ନିଜର ସଠିକ ଲାଇନ ତଥା ଲେଙ୍ଗଥ ଦ୍ୱାରା ସେ ସବୁ ବ୍ୟାଟ୍ସମ୍ୟାନ ମାନଙ୍କୁ ଅସୁବିଧାରେ ପକାଇ ଛନ୍ତି।

Google

ମାତ୍ର ଏକ ସମୟ ଥିଲା ଯେତେବେଳେ ଏହି ବୋଲର ସମ୍ପୂର୍ଣ ରୂପେ ଭାଙ୍ଗି ପଡିଥିଲା। ଅଷ୍ଟ୍ରେଲିଆ ଯାତ୍ରାରେ ଯାଇଥିବା ସମୟରେ ତାଙ୍କ ବାପାଙ୍କ ଦେହାନ୍ତ ହେଇଯାଇଥିଲା। ସେ ଅଷ୍ଟ୍ରେଲିଆ ଯାଇଥିବା ସମୟରେ ଏକ ଭିଡିଓରେ ଏହା ବାବଦରେ କହିଲେ। ସେ କହିଲେ, ” ମୁଁ ଅଷ୍ଟ୍ରେଲିଆ ଦୌଡରୁ ନ ଫେରିବା ପାଇଁ ତ ନିଷ୍ପତ୍ତି ନେଲି ମାତ୍ର ମୋ ପାଇଁ ଏହା ସହଜ ନଥିଲା।

ମୁଁ ସମ୍ପୂର୍ଣ ରୂପେ ଭାଙ୍ଗି ପଡ଼ିଥିଲି ଯାହା କି ମୋର ବୋଲିଂ ଉପରେ ପ୍ରଭାବ ପକାଇବାର ଥିଲା। ଥରେ ମୁଁ ନିଜ ରୁମରେ ଭାଙ୍ଗି ପଡି ବସିଥିବା ସମୟରେ ବିରାଟ ଭାଇ ମୋ ପାଖକୁ ଆସିଲେ ଆଉ ସେ ନା କେବଳ ମୋତେ ଆଲିଙ୍ଗନ କଲେ ବରଂ ମୋତେ ସାହସ ଦେଲେ। ସେ ସବୁବେଳେ ମୋତେ କହିଲେ କି ମୋ ଭିତରେ ସେହି କ୍ଷମତା ଅଛି କି ମୁଁ କେଉଁ ବି କଣ୍ଡିସନରେ ବୋଲିଂ କରିପାରିବି। ମୋ ଭିତରେ ସାହସ ଅଛି। ବାସ ମୋର ମୋର ଦମ୍ଭ ଧରି ରହିବାର ଅଛି। ମୋର ଯାହା ବି ଅବସ୍ଥା ଥାଉ ବିରାଟ ଭାଇ ମୋ ସହ ସର୍ବଦା ଠିଆ ହେଇଥିଲେ ଆଉ ସବୁବେଳେ ମୋତେ ସେ ସାହସ ଦେଉଥିଲେ। ମୁଁ ତାହା ଆଗରୁ ମାତ୍ର ଗୋଟେ ହିଁ ଟେଷ୍ଟ ମ୍ୟାଚ ଖେଳିଥିଲି ମାତ୍ର ତାଙ୍କର ଏହି ଶବ୍ଦ ମୋତେ ବହୁତ ସାହାସ ଯୋଗାଇଲା। ମୋର କ୍ୟାରିୟର ଆଜି ଯାହା ବି ଅଛି ତାହା ବିରାଟ ଭାଇଙ୍କ ପାଇଁ ଅଛି।”

Google

ସେ ଆଇପିଏଲ କଥା ଉଠେଇ କହିଲେ, ” ସିଏସକେ ବିରୁଦ୍ଧରେ ହେଇଥିବା ପ୍ରଦର୍ଶନ ପରେ ବିରାଟ ଭାଇ ମୋ ପାଖକୁ ଆସି ମୋତେ କହିଲେ କି ତୁମେ ଯାହା ବି ବୋଲିଂ ଭେରିଏସନ କରିଛ ତାହା ବହୁତ ଉନ୍ନତ ଅଟେ ତେଣୁ ଇଂଲଣ୍ଡ ଯାତ୍ରା ପାଇଁ ପ୍ରସ୍ତୁତ ରହିଥାଅ।”

Google

ମହମ୍ମଦ ସିରାଜ ଇଂଲଣ୍ଡ ପାଇଁ ଟିମ ଇଣ୍ଡିଆ ସହ ଯାତ୍ରା କରିବେ। ସେ ସେଠାରେ ନା କେବଳ ବିଶ୍ୱ ଟେଷ୍ଟ ଚାମ୍ପିୟାନଶିପ ଖେଳିବେ ବରଂ ଇଂଲଣ୍ଡ ବିପକ୍ଷ ସିରିଜ ବି ଖେଳିବେ। ପ୍ରକୃତରେ ଯେତେବେଳେ କେଉଁ ଅଧିନାୟକ ଆପଣଙ୍କ ଉପରେ ଭରସା କରିଥାଏ ସେତେବେଳେ ଆପଣଙ୍କର ଆତ୍ମବିଶ୍ୱାସ ବହୁତ ଉପରେ ଥାଏ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *