ରାଜ୍ୟରେ ଆଉ ୬ ଜଣ କରୋନା ପଜିଟିଭ ଚିହ୍ନଟ – ଯାଜପୁରରୁ ୪ ଓ ଭଦ୍ରକରୁ ୨ ଜଣ

ରାଜ୍ୟରେ ଆଉ ୬ ଜଣ କରୋନା ପଜିଟିଭ ଚିହ୍ନଟ - ଯାଜପୁରରୁ ୪ ଓ ଭଦ୍ରକରୁ ୨ ଜଣ, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Lockdown may extend after 3 may, lockdown extend

ରାଜ୍ୟରେ ଆଉ ୬ ଜଣ କରୋନା ପଜିଟିଭ ଚିହ୍ନଟ – ଯାଜପୁରରୁ ୪ ଓ ଭଦ୍ରକରୁ ୨ ଜଣ

ରାଜ୍ୟରେ ଆଉ ୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନନ୍ତି । ୬ ଜଣ ନୂଆ ଆକ୍ରାନ୍ତଙ୍କ ମଧ୍ୟ୍ୟ ରୁ ଯାଜପୁରରୁ ୪ ଓ ଭଦ୍ରକରୁ ୨ ଜଣ ଚିହ୍ନଟ ହୋଇଥବା ଜଣାପଡିଛି । ନୂଆ ୬ ଜଣଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬୯ ରେ ପହଁଚିଛି । ନୂଆ ୬ ଜଣ ଚିହ୍ନଟ ହୋଇଥିବା ଅଧିକାଂଶ ଆକ୍ରାନ୍ତ କୋଲକାତା ଫେରନ୍ତା ବୋଲି ଜଣାପଡିଛି ।

ନୂଆ ୪ ଜଣଙ୍କୁ ମିଶାଇ ଯାଜପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୨ ଓ ଭଦ୍ରକରେ କରୋନା ଆକ୍ରାନ୍ତ ସଂଖ୍ୟା ୨୧ କୁ ବୃଦ୍ଧି ପାଇଛି । ଏବେ ଯାଜପୁର ଜିଲ୍ଲା ରାଜ୍ୟର ସର୍ବାଧିକ କରୋନା ଆକ୍ରାନ୍ତ ଜିଲ୍ଲା ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ୨ୟ ସ୍ଥାନ ରେ ରହିଛି ।

"<yoastmark

ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା ୨୧ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନନ୍ତି । ଏହି ସବୁ ଜିଲ୍ଲା କୁ ରେଡ୍ ଜୋନ୍ ରେ ଘୋଷଣା କରାଯାଇଛି । ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳ କୁ ମଧ୍ୟ୍ୟ ରେଡ୍ ଜୋନ୍ ଘୋଷଣା କରାଯାଇଛି ।

ରାଜ୍ୟରେ ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୧୬୯ ରହିଥିବା ବେଳେ ୬୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ୧୦୮ ଜଣା ଆକ୍ରାନ୍ତ ବର୍ତ୍ତମାନ ସକ୍ରିୟ ଅଛନ୍ତି । ଏହାସହ ଆଜି ପର୍ଯ୍ୟନ୍ତ ରାଜ୍ୟରେ ଜଣେ କରୋନା ଆକ୍ରନ୍ତଙ୍କ ମୃତ୍ୟୁ ହୋଇଛି ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *