ସୁପର ବାର୍ତ୍ତାଳାପ:ଜାଣନ୍ତୁ ବିରାଟ କୋହଲି ସହ ପଡ଼ିଆରେ ହୋଇଥିବା ବିବାଦ ଉପରେ କଣ କହିଲେ ସୂର୍ଯ୍ୟ କୁମାର ଯାଦଵ।

ସୂର୍ଯ୍ୟ କୁମାର ଯାଦବ ଆପଣ କଣ କହିବେ ଆପଣଙ୍କୁ ଅଷ୍ଟ୍ରେଲିଆ ସିରିଜରେ ମୌକା ମିଳିଲା ନାହିଁ। ମୁମ୍ବାଇ ସ୍କୁଲ ଅଫ କ୍ରିକେଟରେ ଏମିତି ବଡ କ୍ରିକେଟର ଅଛନ୍ତି। ଆପଣ କଣ କହିବେ ଆପଣଙ୍କୁ ଅଷ୍ଟ୍ରେଲିଆ ସିରିଜରେ ମୌକା ମିଳିଲା ନାହିଁ?

Google

ମୁମ୍ବାଇ ସ୍କୁଲ ଅଫ କ୍ରିକେଟରେ ଏପରି ଚାଲି ଆସୁଛି।ଏଠାରେ ଏମିତି କ୍ରିକେଟର ବାହାରିଛନ୍ତି ଯିଏ ଇଣ୍ଡିଆ ଟିମରେ ଜାଗା ବନେଇଛନ୍ତି। ଆମେ ମଧ୍ୟ ସେହି ଜିନିଷକୁ ଅନୁସରଣ କରି ଆସୁଛୁ। ଯେମିତି ଏଠାରେ ଲୋକ କ୍ଲବ କ୍ରିକେଟ ଖେଳନ୍ତି ଓ ମୁମ୍ବାଇ ପାଇଁ ଖେଳନ୍ତି। ଆଗକୁ ଯାଇ ତାଙ୍କୁ ମୁମ୍ବାଇ ଟିମରେ ନିଆ ଯାଏ ନାହିଁ ତ ସେ କ୍ଲବ କ୍ରିକେଟ ପାଇଁ ଡବଲ ସ୍କୋର କରିଥାନ୍ତି। ଏମିତି ହିଁ ମୁଁ ଭାବେ। ହଁ ଦୁଃଖ ହୁଏ,କାହିଁକିନା ଆପଣ ଆଶା କରନ୍ତି। ମୁଁ ସବୁବେଳେ ସମସ୍ତଙ୍କୁ ଏହା କହେ ଓ ନିଜେ ମଧ୍ୟ ଏହା ଭାବେ କି ଆପଣଙ୍କୁ ବ୍ୟାଟରୁ ସର୍ବଦା ରନ କରିବାର ଅଛି ଓ ବ୍ୟାଟ ଦ୍ୱାରା ଜବାବ ଦେବାର ଅଛି। ଠିକ ସମୟ ଆସିବାର ଅପେକ୍ଷା କର।

ଆପଣ ଆଇପିଏଲର ସବୁ ସଂସ୍କରଣରେ ରନ କରିଛନ୍ତି ଏହା ପରେ ମଧ୍ୟ ଆପଣଙ୍କୁ ଟିମରେ ନିଆ ଗଲାନାହିଁ।ଆଇପିଏଲରେ ଆପଣ ୨୦୦୦ ରୁ ଅଧିକ ରନ ସଂଗ୍ରହ କରିଛନ୍ତି। ଆପଣ ପ୍ରଥମ ଅନକ୍ୟାପଡ଼ ପ୍ଲେୟାର ଅଟନ୍ତି ଯିଏ ଏହି କାରନାମା ହାସିଲ କରିଛନ୍ତି। ଏତେ ଏକାଗ୍ରତା କେଉଁଠାରୁ ଆସେ?

ମୁଁ ଏହି କଥା ଭାବେ ଆପଣ କୌଣସି ଫର୍ମାଟ ଖେଳନ୍ତୁ ଆପଣଙ୍କୁ ରନ କରିବାର ଅଛି। କୌଣସି ବି ମ୍ୟାଚ ଖେଳେ ରନ କରିବାର ଚେଷ୍ଟା କରେ। ମୁଁ ଫାଷ୍ଟକ୍ଲାସକୁ ମଧ୍ୟ ଆଇପିଏଲ ଭଳି ଉପଭୋଗ କରେ।କୌଣସି ଫର୍ମାଟରେ ଖେଳେ।

ଯେବେ ଅଧିନାୟକ ଆପଣଙ୍କ ସମର୍ଥନ କରନ୍ତି,ଆପଣଙ୍କ ଆତ୍ମବିଶ୍ୱାସ ବଢ଼େ?

ଆଜ୍ଞା ହଁ,ଯେବେ ମୁଁ କେକେଆର ପାଇଁ ଖେଳୁଥିଲି,ସେହି ସମୟରେ ଗୌତମ ଗମ୍ଭୀର ଥିଲେ। ସେ ସର୍ବଦା ମତେ ସପୋର୍ଟ କରୁଥିଲେ ସେ ସର୍ବଦା ମତେ ଗେମ ବିଷୟରେ କହୁଥିଲେ କି କେମିତି ମୁଁ ନିଜ ଗେମକୁ ଆଗକୁ ନେଇକି ଯିବି। ପରେ ମୁଁ ମୁମ୍ବାଇ ପାଇଁ ଖେଳିବାର ମୌକା ଦିଆଗଲା ଓ ଏହା ଏ ପର୍ଯ୍ୟନ୍ତ ମୋର ବେଷ୍ଟ ଟାଇମ ଅଟେ। ଯେବେ ବି ରୋହିତ ଶର୍ମାଙ୍କ ସହ କଥା ହୁଏ,ଭଲ ଲାଗେ। କାହିଁକିନା ସେ ନିଜର ଗେମକୁ ବହୁତ ଭଲ ଭାବେ ଜାଣିଛନ୍ତି।ଯେତେଥର ପଡ଼ିଆରେ ତାଙ୍କ ସହ ମୁଁ ବ୍ୟାଟିଂ କରିଛି,ଜଣାପଡେନି କେବେ ମୋର ବି ରନ ହୋଇଗଲାଣି ଓ ତାଙ୍କର ମଧ୍ୟ ରନ ହୋଇଗଲାଣି। ବହୁତ ଭଲ ଖେଳାଳି ଓ ଅଧିନାୟକ ଅଟନ୍ତି। ତାଙ୍କଠାରୁ ବହୁତ କିଛି ଶିଖିବାକୁ ମିଳେ ପଡ଼ିଆରେ।

Google

ଆପଣ ୱାଟସଆପ ଷ୍ଟାଟସରେ ଲେଖିଥିଲେ ସ୍କାଏ ଇଜ ଦି ନୋଟ ଆ ଲିମିଟ,ମାନେ ଆପଣ କେଉଁ ପର୍ଯ୍ୟନ୍ତ ଯିବାକୁ ଚାହୁଁଛନ୍ତି?

ଦେଖନ୍ତୁ ଲୋକ କୁହନ୍ତି ସ୍କାଏ ଇଜ ଦ ଲିମିଟ। ମୋ ହିସାବରେ ଇଟ ଇଜ ଏ ବେଚମାର୍କ.

ମୁମ୍ବାଇ ଇଣ୍ଡିଆନ୍ସକୁ କେଉଁ ଜାଗାରୁ ଏପରି ସଫଳତା ମିଳେ।ମଝିରେ ରୋହିତ ଶର୍ମା ୪ ଟି ମ୍ୟାଚ ଖେଳିଲେ ନାହିଁ,ଏହାପରେ ବି ଟିମ ଜିତିଲା?

ମୋ ହିସାବରେ ଯିଏ ଟିମର ମାଲିକ ଅଟନ୍ତି ସେ ଖେଳାଳି ମାନଙ୍କୁ ସ୍ୱାଧୀନତା ଦେଇଛନ୍ତି। ଯେଉଁ ସପୋର୍ଟ ଷ୍ଟାଫ ଓ ପୁରା ଟିମକୁ ଫ୍ରିଡ଼ମ ମିଳିଛି। ଯିଏ ସପୋର୍ଟ ଷ୍ଟାଫ ଅଟନ୍ତି ସେ ପ୍ଲେୟାରକୁ ରୋଲ କହିଛନ୍ତି। ଡ୍ରେସିଂ ରୁମର ମାହୋଲ ଅଛି ସେଥିରେ ସପୋର୍ଟ ଷ୍ଟାଫ ରୂପରେ ବଡ଼ ବଡ଼ ଦିଗଜ ଉପସ୍ଥିତ ଥାଆନ୍ତି। ସେ ପ୍ଲେୟାର ଉପରେ ପ୍ଲେସର ଆସିବାକୁ ଦିଅନ୍ତି ନାହିଁ।

ସୂର୍ଯ୍ୟ କୁମାର ଯାଦବ ମୁଁ ନିକଟରେ ଏକ ଇଣ୍ଟରର୍ଭିଉରେ ପଢ଼ିଥିଲି ଆପଣଙ୍କୁ ସଚିନ ତେନ୍ଦୁଲକର ମଧ୍ୟ ମେସେଜ କରିଥିଲେ ଯେବେ ଆପଣଙ୍କୁ ଅଷ୍ଟ୍ରେଲିଆ ସିରିଜ ପାଇଁ ମୌକା ମିଳି ନଥିଲା। ଆପଣ ରନ କରି ଚାଲନ୍ତୁ ଆପଣଙ୍କୁ ଜଲ୍ଦି ମୌକା ମିଳିବ?

ଯେଉଁ ଦିନ ଟିମ ଚୟନ ହୋଇଥିଲା ବହୁତ ଖେଳାଳି ମୋ ସହ କଥା ହୋଇଥିଲେ। ଏହାପରେ ମୁଁ ବାଙ୍ଗାଲୋର ବିରୁଦ୍ଧରେ ଖେଳିଥିଲି ଓ ଏହାର ଏକ ଦୁଇ ଦିନ ପରେ ମତେ ତାଙ୍କର ମେସେଜ ଆସିଲା। ସେ ଛୋଟ ଲାଇନରେ ବହୁତ କିଛି କହିଦେଲେ। ଯାହା ମତେ ଲାଗେ ଯେ ପର୍ଯ୍ୟନ୍ତ ମୁଁ କ୍ରିକେଟ ଖେଳିବି ବା ମୋ କ୍ରିକେଟ କ୍ୟାରିଅର ସରିଯିବ ସେବେ ମଧ୍ୟ ମନେ ରଖିବି। ଜଲ୍ଦି ହିଁ ଭାରତୀୟ ଟିମରେ ମୌକା ମିଳିବ ,ନିଜକୁ ପୁରା କ୍ରିକେଟରେ ଯୋଡିଦିଅ,ସେ କହିଲେ।

ସୂର୍ଯ୍ୟ କୁମାର ଜାଦାଵ ଆପଣଙ୍କୁ ଏତେ ସମର୍ଥନ ମିଳୁଛି,ଆପଣଙ୍କୁ କିପରି ଲାଗୁଛି?

ବହୁତ ଭଲ ଲାଗେ। ତାଙ୍କୁ ମଧ୍ୟ ଲାଗୁଛି କି ୟେ ଆଗକୁ ଯାଇ ଭଲ କ୍ରିକେଟ ଖେଳିବ। ଏହି ସବୁ କଥା ମୋତେ ମୋଟୀଭେଟ କରୁଛି। ସମସ୍ତଙ୍କ ସମର୍ଥନ ଦେଖି ବହୁତ ଭଲ ଲାଗୁଛି।

ଚାଲନ୍ତୁ ମାନି ନିଅନ୍ତୁ ଆପଣଙ୍କୁ ୨୦୨୧ ବିଶ୍ୱକପରେ ମୌକା ମିଳିଲା,ଆପଣଙ୍କୁ ସେମି ଫାଇନାଲ୍ ମ୍ୟାଚରେ ପ୍ରଥମ ମୌକା ମିଳିଲା,ଅଷ୍ଟ୍ରେଲିଆ ବିରୁଦ୍ଧରେ ୨୦ ବଲରେ ୫୨ ରନ ଆବଶ୍ୟକ ରହିଛି। ଆପଣ ହୋମ ଗ୍ରାଉଣ୍ଡରେ ଖେଳୁଛନ୍ତି ,କିଛି ପ୍ରେସର ରହିବ?

ଆଜ୍ଞା ହଁ,ପ୍ରେସର ତ ରହିବ। ବିନା ପ୍ରେସରରେ କ୍ରିକେଟର ମଜା ଆସିବ ନାହିଁ। ମୁଁ ସେବେ ଆଖି ବନ୍ଦ କରି କେବଳ ଏହା ଭାବିବି କି କେଉଁ ଭାବରେ ମୁଁ ମୋ ଟିମକୁ ଜିତାଇବି।ପୁରା ଚେଷ୍ଟା କରିବି ଟିମକୁ ଜିତେଇବାରେ।

ଯଦି ଆପଣଙ୍କୁ ଆଇପିଏଲରେ ଖେଳାଯାଇଥିବା ଟପ ୩ ଇନିଂସକୁ ବାଛିବାକୁ କୁହାଯାଏ,ତ ୧,୨ ଓ ୩ ରେ କଣ ରହିବ?

ଯଦି ଟପ ଗଣିବେ ତ ରୟାଲ ଚ୍ୟାଲେଞ୍ଜରସ ବାଙ୍ଗାଲୋର ବିରୁଦ୍ଧ ମ୍ୟାଚ ଏହି ବର୍ଷ ଟପରେ ରହିବ। ୭୯ ଅପରାଜିତ ରନ କରି ଟିମକୁ ଜିତାଇବା। ୨୦୧୯ ରେ କ୍ଵଲିଫାୟାର ୧ ରେ ଚେନ୍ନାଇ ବିରୁଦ୍ଧରେ ଖେଳିଥିବା ପାରି କୁ ମୁଁ ୨ୟ ନମ୍ବରରେ ରଖିବି। ସେହି ପାରି ମୋ ହୃଦୟ ପାଖରେ।ସେହି ମ୍ୟାଚରେ ଆମେ ଜିତିଲୁ ଓ ଫାଇନାଲରେ ପହଞ୍ଚିଗଲୁ।୨୦୧୪ ରେ ଖେଳିଥିବା ପାରି ମଧ୍ୟ ହୃଦୟସ୍ପର୍ଶୀ।

ଆରସିବି ବିରୁଦ୍ଧ ମ୍ୟାଚରେ ବିରାଟ କୋହଲିଙ୍କ ସହ ହୋଇଥିବା ବାର୍ତ୍ତାଳାପ ବିଷୟରେ କଣ କହିବେ?

ମ୍ୟାଚ ମଧ୍ୟରେ ଏମିତି ହୁଏ।ସେ ମତେ ମ୍ୟାଚ ପରେ କହିଲେ କି ତମେ ଭଲ ଖେଳିଲ। ମୁଁ ତାଙ୍କୁ ସବୁ ମ୍ୟାଚରେ ଏମିତି ଉର୍ଜାର ସହ ଖେଳିବାର ଦେଖିଛି। ମୁଁ ତାଙ୍କୁ ଇଣ୍ଡିଆ ମ୍ୟାଚରେ ମଧ୍ୟ ଖେଳିବାର ଦେଖିଛି,ଯାହା ତାଙ୍କ ଏନର୍ଜୀ ଲେବୁଲ ଅଟେ। ଯାହା ତାଙ୍କର ଡିମେନସନ ଲେବୁଲ ଅଟେ ତାହା ମୁଁ ଟିଭିରେ ଦେଖିଛି। ମୋ ପାଖରେ ଭଲ ମୌକା ଥିଲା କି ମୁଁ ତାଙ୍କୁ ପାଖରେ ଦେଖେ। ସେ ବିରୋଧୀ ଟିମରେ ଥିଲେ ଏତିକି ତ ଚଳେ,ହେଲେ ମ୍ୟାଚ ପରେ ସବୁ ଠିକ ହୋଇ ଯାଇଥିଲା।ଆଶା ଅଛି ତାଙ୍କ ସହ ଜଲ୍ଦି ଖେଳିବି।

Google

ଆପଣ କ୍ରିକେଟ କେଉଁଠୁ ଆରମ୍ଭ କଲୁ,ଏହି ରାସ୍ତା କେତେ କଷ୍ଟକର ଥିଲା?

କଷ୍ଟ ତ କହିପାରିବା ନାହିଁ। ମୋ ପରିବାରର ବ୍ୟାକଗ୍ରାଉଣ୍ଡ ଖେଳ ସହ ଜଡିତ ନୁହେଁ। ପ୍ରଥମରୁ ମୁଁ କ୍ରିକେଟ ମଜା ପାଇଁ ଖେଳେ,ଭଲ ଲାଗୁଥିଲା। ମତେ ପରିବାରରୁ ପୁରା ସମର୍ଥନ ମିଳୁଥିଲା। ସେ ପୁରା ସପୋର୍ଟ ଦେଇଥିଲେ। ଅଣ୍ଡର ୧୫ ଖେଳି ମୋର କ୍ରିକେଟ କ୍ୟାରିଅର ଆରମ୍ଭ ହୋଇଥିଲା।ଏହାପରେ ମୁଁ କେବେ ପଛକୁ ଅନେଇ ଚାହିଁଲି ନାହିଁ।ଗେମରେ ଏଞ୍ଜଏ କରି ଆଗକୁ ବଢି ଚାଲିଲି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *