ଭାରତୀୟ କ୍ରିକେଟ ଟିମ ୩-୩ଟି ୱାଣ୍ଡେ ଓ ଟି୨୦ ଏବଂ ୪ଟି ଟେଷ୍ଟ ମ୍ୟାଚ ସିରିଜ ଖେଳିବା ପାଇଁ ଅଷ୍ଟ୍ରେଲିଆରେ ପହଞ୍ଚିଗଲାଣି। ଆଜି ଠାରୁ ଅଷ୍ଟ୍ରେଲିଆକୁ ତାଙ୍କ ଘରେ ହରେଇବାକୁ ଟିମ ଟ୍ରେନିଂ ଆରମ୍ଭ କରିଦେଲାଣି। ଏହି ସିରିଜ ୨୭ ନଭେମ୍ବରକୁ ୱାଣ୍ଡେ ମ୍ୟାଚ ଜରିଆରେ ଆରମ୍ଭ ହେବ। ଏହା ମଧ୍ୟରେ ଅଷ୍ଟ୍ରେଲିଆନ ରନ ମେସିନ ଷ୍ଟିଭ ସ୍ମିଥ ଆଗାମୀ ଟେଷ୍ଟ ମ୍ୟାଚକୁ ନେଇ ଭାରତୀୟ ବୋଲରଙ୍କୁ ଚେତାବନୀ ଦେଇ କହିଛନ୍ତି କି ସେ ଜୀବନରେ ଏତେ ସର୍ଟ ବଲ ଖେଳି ସାରିଲେଣି ଯେ ତାଙ୍କୁ ଆଉ ଡର ଲାଗୁନାହିଁ।
ପୂର୍ବ ଅଧିନାୟକ କହିଛନ୍ତି କି ତାଙ୍କ ଆଗରେ ସର୍ଟ ବଲ ପକେଇଲେ ଅଷ୍ଟ୍ରେଲିଆକୁ ହିଁ ଫାଇଦା ହେବ। ସେ ନ୍ୟୁଜ କୋରଙ୍କୁ କହିଛନ୍ତି”ଯଦି ଦଳ ମତେ ସର୍ଟ ବଲ ପକେଇବାର ଯୋଜନା କରୁଛି ତ ଏହାର ଫାଇଦା ଅଷ୍ଟ୍ରେଲିଆକୁ ହିଁ ହେବ। କାହିଁକିନା ମୁଁ ମୋ ଜୀବନରେ ଏହି ସର୍ଟ ବଲ ଏତେ ଖେଳିଲିଣି ଯେ ଆଉ ମତେ ଡର ଲାଗୁନି।”
ନ୍ୟୁଜିଲ୍ୟାଣ୍ଡ ବିରୁଦ୍ଧରେ ପୂର୍ବ ସିରିଜରେ ନ୍ୟୁଜିଲ୍ୟାଣ୍ଡର ବାମ ହାତୀ ଦ୍ରୁତ ବୋଲର ନିଲ ୱାଗନର ଚାରି ଥର ସ୍ମିଥଙ୍କୁ ସର୍ଟ ବଲରେ ହିଁ ଆଉଟ କରିଥିଲେ।
ସ୍ମିଥ କହିଲେ କି ୱାଗନର ଭଲ ବୋଲିଂ କରିଥିଲେ। ହେଲେ ଦ୍ୱିତୀୟ ଥର ଏହା କରିପାରିବେ ନାହିଁ। ସେ କହିଲେ-“କିଛି ଅନ୍ୟ ବିରୋଧୀ ଦଳ ଚେଷ୍ଟା କରିଛନ୍ତି ହେଲେ ସେ ଭଳି କରି ପାରିନାହାନ୍ତି,ଯେମିତି ୱାଗନର କରିଥିଲେ। ସେ ବହୁତ ଭଲ ବୋଲର ଅଟନ୍ତି।”

ଭାରତୀୟ ଟିମ ଅଷ୍ଟ୍ରେଲିଆ ବିରୁଦ୍ଧରେ ୩ ଟି ୱାଣ୍ଡେ ୩ ଟି ଟି୨୦ ଓ ୪ ଟି ଟେଷ୍ଟ ମ୍ୟାଚ ଖେଳିବ। ଭାରତ ପକ୍ଷରୁ ଦ୍ରୁତ ବୋଲିଂର ଭାର ଯଶପ୍ରୀତ ବୁମରା ଓ ମହମ୍ମଦ ସାମୀଙ୍କ ଉପରେ ରହିବ । ଉମେଶ ଯାଦବ,ମହମ୍ମଦ ସିରାଜ ଓ ସାଇନି ମଧ୍ୟ ଟେଷ୍ଟ ଟିମରେ ସାମିଲ ଅଛନ୍ତି।
ଷ୍ଟିଭ ସ୍ମିଥ ଏବେ ଟେଷ୍ଟ କ୍ରିକେଟରେ ୧ ନଂ ବ୍ୟାଟ୍ସମ୍ୟାନ ଅଛନ୍ତି। କାହିଁକିନା ବିରାଟ କୋହଲି ଅଷ୍ଟ୍ରେଲିଆରେ କେବଳ ଗୋଟିଏ ଟେଷ୍ଟ ମ୍ୟାଚ ଖେଲିବେ,ଏଥିପାଇଁ ସ୍ମିଥଙ୍କ ଆଇସିସି ରିୟାଙ୍କିଂରେ ନିଜ ଜାଗା ଆହୁରି ମଜଭୁତ କରିବାର ମୌକା ଅଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।