ମନ୍ଧାନାଙ୍କ ଆକର୍ଷଣୀୟ ପାରି! ମିତାଲି ରାଜ ଙ୍କୁ ଟପି ହାସଲ କଲେ ଏହି ବଡ଼ ରେକର୍ଡ, ଜାଣନ୍ତୁ ସମ୍ପୂର୍ଣ୍ଣ

ବ୍ୟୁରୋ ରିପୋର୍ଟ: ଭାରତ ଓ ଇଂଲଣ୍ଡ ମହିଳା ଟିମ ମଧ୍ୟରେ ଚାଲୁଥିବା ତିନୋଟି ମ୍ୟାଚର ଏକଦିବସିୟ ସିରିଜର ଦ୍ୱିତୀୟ ମ୍ୟାଚ କୈଟବରି ସ୍ଥିତ ସେଂଟ ଲୋରେନ୍ସ ଗ୍ରାଉଣ୍ଡରେ ଖେଳାଯାଉଛି। ଏହି ମ୍ୟାଚରେ ଟସ୍ ହାରି ପ୍ରଥମେ ବ୍ୟାଟିଙ୍ଗ କରିବାକୁ ଓହ୍ଲାଇଥିବା ଭାରତୀୟ ମହିଳା ଟିମ ବିପକ୍ଷ ଟିମକୁ ୩୩୪ ରନର ଲକ୍ଷ୍ୟ ଦେବାରେ ସକ୍ଷମ ହୋଇଥିଲା। ଦେଶ ପାଇଁ ଆଜି ପୁଣି ଥରେ ବ୍ୟାଟ୍ସମ୍ୟାନ ସ୍ମୃତି ମଂଧାନା ସୁନ୍ଦର ପ୍ରଦର୍ଶନ କଲେ। ସେ ପାରିର ଓପନିଙ୍ଗ କରି ୫୧ ବଲରେ ୪୦ ରନର ପାରି ଖେଳିଥିଲେ ଯେଉଁଥିରେ ତାଙ୍କର ଗୋଟେ ଛକା ଓ ଚାରିଟି ଚୌକା ସାମିଲ ଅଛି।

ମ୍ୟାଚ ସମୟରେ ସେ ଏକ ଖାସ ଉପଲବ୍ଧି ମଧ୍ୟ ହାସଲ କରିଛନ୍ତି। ସେ ଭାରତୀୟ ମହିଳା କ୍ରିକେଟ ଟିମ ତରଫରୁ ଏକଦିବସିୟରେ ୩ ହଜାର ରନ ପୁରା କରିବା ଵାଲା ତୃତୀୟ ଖେଳାଳି ହୋଇଯାଇଛନ୍ତି। ତାଙ୍କ ପୂର୍ବରୁ ଏହି ଉପଲବ୍ଧି ମିତାଲି ରାଜ ଓ ହରମନପ୍ରୀତ କୌର ହାସଲ କରିଥିଲେ। ରାଜ ଭାରତୀୟ କ୍ରିକେଟ ଟିମ ପାଇଁ ଏକଦିବସିୟରେ ୨୩୨ ମ୍ୟାଚର ୨୧୧ ପାରିରେ ୫୦.୭ ଔସତରେ ୭୮୦୫ ରନ କରିଛନ୍ତି। ସେହିପରି ହରମନପ୍ରିତ କୌରଙ୍କ ନାମରେ ୩୩୧୮ ରନ ଅଛି।

ମଂଧାନା ମିତାଲିଙ୍କୁ ପଛରେ ପକାଇଲେ:

ମଂଧାନା ଭାରତୀୟ କ୍ରିକେଟ ଏକଦିବସିୟ କ୍ରିକେଟରେ ସବୁଠୁ କମ ପାରିରେ ୩୦୦୦ ରନ ପୂରଣ କରିବା ମାମଲାରେ ଭାରତୀୟ ପୂର୍ଵ ମହିଳା ଅଧିନାୟକ ମିତାଲି ରାଜଙ୍କୁ ପଛରେ ପକାଇଦେଇଛନ୍ତି। ରାଜ ନିଜ ଏକଦିବସିୟ କ୍ୟାରିୟରରେ ୩ ହଜାର ରନ ୮୮ ପାରିରେ ପୂରଣ କରିଥିଲେ କିନ୍ତୁ ମଂଧାନା ୭୬ ପାରିରେ ଏହି ଉପଲବ୍ଧି ହାସଲ କରିଛନ୍ତି।

ଏହି ଦୁଇ ମହିଳା କ୍ରିକେଟର ଅଛନ୍ତି ମଂଧାନାଙ୍କ ଠୁ ଆଗରେ:

ଏକଦିବସିୟ କ୍ରିକେଟରେ ସବୁଠୁ କମ ପାରିରେ ୩ ହଜାର ରନ ପୂରଣ କରିବା ମାମଲାରେ ନମ୍ବର ୧ ରେ ଅଛନ୍ତି ବେଲିଂଣ୍ଡା କ୍ଲାର୍କ,ସେ ମାତ୍ର ୬୨ ପାରିରେ ଏହି ଉପଲବ୍ଧି ହାସଲ କରିଥିଲେ। ଏହା ପରେ ଦ୍ୱିତୀୟ ନମ୍ବରରେ ଅଛନ୍ତି ମେଗ ଲଇନିଂନ ,ଯିଏକି ୬୪ ପାରିରେ ଏହି ଉପଲବ୍ଧି ହାସଲ କରିଛନ୍ତି। ଏବେ ମଂଧାନା ତୃତୀୟ ସ୍ଥାନରେ ପହଁଚିଯାଇଛନ୍ତି।

 

Leave a Reply

Your email address will not be published.