କଣ ସାପ ପ୍ରତିଶୋଧ ନେଇଥାଏ ? ଏବେ ଏହା ପ୍ରଶ୍ନ ଅଟେ କି ରହସ୍ୟ ଜଣାନାହିଁ କିନ୍ତୁ ଜଣେ ବ୍ୟକ୍ତିଙ୍କ ସହ ଯାହା ହେଉଛି ତାକୁ ଦେଖି ଏହା କୁହାଯାଉଛି ସାପ ପ୍ରତିଶୋଧ ନେଇଥାଏ। ପ୍ରକୃତରେ ଏହି କାହାଣୀ ଅଟେ ଆନ୍ଧ୍ରପ୍ରଦେଶର ଚିତୁର ଜିଲ୍ଲାର କୁମାର ଗୁଣ୍ଟା ଗ୍ରାମରେ ରହିବାବାଲା ସୁବ୍ରମଣ୍ୟମଙ୍କର। ୪୫ ବର୍ଷୀୟ ସୁବ୍ରମଣ୍ୟମଙ୍କୁ ସାପ ଥରେ ବା ଦୁଇଥର ନୁହେଁ ବରଂ ୭୨ ଥର ଚୋଟ ମାରିଛି। ଏବେ ହଇଚଇ ତାଙ୍କ ମନ ଭିତରେ ସୃଷ୍ଟି ହେଉଛି।

ତାଙ୍କର କହିବା କଥା କି ସାପ ପୂର୍ବ ୩୨ ବର୍ଷ ହେବ କୌଣସି କାରଣ ନଥାଇ ତାଙ୍କ ଠୁ ପ୍ରତିଶୋଧ ନେଉଛି। ସେ କହିବା କଥାକି ଯେବେଶେ ୫ ମ କ୍ଳାସରେ ପଢୁଥିଲେ ସେବେ ତାଙ୍କୁ ପ୍ରଥମ ଥର ସାପ କାମୁଡିଥିଲା। ଯାହାପରେ ବର୍ଷକୁ ଦୁଇଥର କୋବ୍ରା ସାପ ତାଙ୍କୁ କାମୁଡି ଥାଏ।
ପ୍ରତିବର୍ଷ ଅମାବାସ୍ୟା ଦିନ ସାପ ତାଙ୍କ ଦୁଆରବନ୍ଧରେ ଦେଖାଯାଇଥାଏ। ସେ ସେହିଦିନ ବାହାରକୁ ଆସିବା ପାଇଁ ଡରିଥାନ୍ତି। ୩୨ ବର୍ଷ ହେବ ତାଙ୍କ ସହ ଏହାସବୁ ହୋଇଆସୁଛି। ସେ କହିଛନ୍ତି କି ମତେ ଜଣାପଡୁନାହିଁ କି କଣ ପାଇଁ ସାପ ମୋ ଠୁ ପ୍ରତିଶୋଧ ନେଉଛି।

ସାପଙ୍କ ଡରରେ ମୁଁ କାମ ପାଇଁ ବାହାରକୁ ଯାଇପାରିନଥାଏ।ଜଣେ କୃଷକ ହେବା କାରଣରୁ ପ୍ରତିବର୍ଷ ୫୦ ହଜାର ଖର୍ଚ୍ଚ କରିବା ମୋ ପାଇଁ ବହୁତ କଷ୍ଟ ଯେବେ ମତେ ସାପ କାମୁଡାଥାଏ। ସେ କହିଛନ୍ତି ମୁଁ ପ୍ରତିଦିନ ଭଗବାନଙ୍କୁ ପାର୍ଥନା କରେ କି ମତେ ଯେପରି ଏହି ପରିସ୍ଥିତିରୁ ରକ୍ଷା କରନ୍ତୁ।

ସେହିପରି ଏହି ପୁରା ଘଟଣାକ୍ରମରେ ସାପ ଧରୁଥିବା ରଘୁରାମ ନ୍ୟୁଜ ବାଲାଙ୍କୁ କହିଛି ଯେବେ ସାପଙ୍କ ପାଖରେ ସ୍ମୃତି ଶକ୍ତି ନାହିଁ ତ ସେ କିପରି କାହାକୁ ମନେରଖିବେ।ଏହା ସବୁ ଏକ ପ୍ରକାର ଭ୍ରମ ଅଟେ। ସାପଙ୍କ ପାଖରେ କୌଣସି ବ୍ୟକ୍ତି ବା କୌଣସି ବ୍ୟକ୍ତିଙ୍କୁ ଚିହ୍ନିବା ପାଇଁ କୌଣସି ନିର୍ଦ୍ଧିଷ୍ଟ ବୁଦ୍ଧି ବା ଶକ୍ତି ନଥାଏ। ଯାହା କିଛି ବି ସୁବ୍ରମଣ୍ୟମଙ୍କ ସହିତ ହେଉଛି ତାହା ଏକ ସଂଯୋଗ ଅଟେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।