ସୋସିଆଲ ମିଡ଼ିଆରେ ଖେଳାଳି ମାନଙ୍କ ସହ ହୋଇଥିବା ଖରାପ ଵ୍ୟଵହାରରେ ରାଗିଛି ଇଂଲଣ୍ଡର କ୍ରିକେଟ ଟିମ, ନେଇ ପାରନ୍ତି ଏହି ପଦକ୍ଷେପ। ପଢନ୍ତୁ ସମ୍ପୂର୍ଣ୍ଣ ଖବର।

ଇଂଲଣ୍ଡର କ୍ରିକେଟ ଟିମ ସୋସିଆଲ ମିଡ଼ିଆରେ ଖେଳାଳି ମାନଙ୍କ ସହ ହେଉଥିବା ଖରାପ ବ୍ୟବହାର ବିପକ୍ଷରେ ଠିଆ ହେବାର ଫଇସଲା ନେଇସାରିଛନ୍ତି। ଖେଳାଳିମାନେ ଏତେ ରାଗିଛନ୍ତି ଯେ ସେମାନେ ସୋସିଆଲ ମିଡ଼ିଆର ସମସ୍ତ ପ୍ଲାଟଫ୍ରମର ବହିଷ୍କାର କରିବାର ତୟାରୀ କରୁଛନ୍ତି। ଇଂଲଣ୍ଡର ଦ୍ରୁତତମ ବୋଲର ଷ୍ଟୁଆର୍ଟ ବ୍ରଡ ଏହି ନ୍ୟୁଜ ଦେଇଛନ୍ତି। ସ୍ପିନର ମୋଇନ ଅଲ୍ଲି ଏବଂ ଜୋଫ୍ରା ଅର୍ଚରଙ୍କ ବିପକ୍ଷରେ ସୋସିଆଲ ମିଡ଼ିଆରେ ଖରାପ ବ୍ୟବହାର ପଦର୍ଶନ କରାଯାଇଥିଲା। ବ୍ରଡ କହିଲେକି ସେ ଏସବୁ ବିପକ୍ଷରେ ଠିଆ ହେବାକୁ ପ୍ରସ୍ତୁତ ଅଛନ୍ତି। ସେ କହିଲେ ସୋସିଆଲ ମିଡ଼ିଆର ବହୁ ଭଲ ଦିଗ ଅଛି। କିନ୍ତୁ ଯଦି ଆମକୁ ଖରାପ ବିପକ୍ଷରେ ସ୍ୱର ଉଠାଇବାକୁ କିଛି ଦିନ ପାଇଁ ଏଥିରୁ ଦୁରେଇବାକୁ ପଡୁଛି ତ ଆମେ ପୁରାପୁରି ପ୍ରସ୍ତୁତ ଅଛୁ।

Google

ବ୍ରଡ କହିଲେ ଯେ ଏହାକୁ ନେଇ ସବୁ ଫଇସଲା ଡ୍ରେସିଙ୍ଗ ରୁମରେ ଉପସ୍ଥିତ ଥିବା ସିନିଯର ଖେଳାଳି ଗ୍ରହଣ କରିବେ। ଯଦି ଟିମକୁ ଲାଗୁଛି ଯେ ପରିବର୍ତନର ଦରକାର ଅଛି,ତେବେ ଆମ ଉପରେ ବହୁତ ବଡ଼ ଲୋକ ଅଛନ୍ତି,ଯେଉଁମାନେ ଏହିସବୁ ଉପରେ ଟିମର ଭାବନାକୁ ଜାଣନ୍ତି। ସେ କହିଲେ କି ଏହା ସେହିମାନଙ୍କ ପାଇଁ ବଡ ସଂଦେଶ ହେବ ଜିଏ ସୋସିଆଲ ମିଡ଼ିଆର ଭୁଲ ବ୍ୟବହାର କରୁଛନ୍ତି। ଇତି ମଧ୍ୟରେ ବାଂଲାଦେଶର ଲେଖିକା ତସଲ୍ଲିମା ନସରିନ ଇଂଲଣ୍ଡର ସ୍ପିନର ମୋଇନ ଅଲ୍ଲିଙ୍କୁ ନେଇ ବିବାଦୀୟ ଟ୍ୱିଟ କରିଥିଲେ । ସେ ଲେଖିବାର ନଜର ଆସିଥିଲେ ଯେ ଯଦି ମୋଇନ ଅଲ୍ଲି କ୍ରିକେଟ ଖେଳୁନଥାନ୍ତେ ତେବେ ସେ ଆତଙ୍କବାଦୀ ସଂଗଠନ ଆଇଏସଆଇଏସ ରେ ସାମିଲ ହେଇଯାଇଥାନ୍ତେ।

ତସଲ୍ଲିମା ନସରିନ କରିଥିଲେ ମୋଇନ ଅଲ୍ଲିଙ୍କ ଉପରେ ବିବାଦୀୟ ଟ୍ୱିଟ:

ନସରିନଙ୍କର ଏହି ଟ୍ୱିଟ ଉପରେ ଇଂଲଣ୍ଡର ଦ୍ରୁତତମ ବୋଲର ଜୋଫ୍ରା ଅର୍ଚର ଟ୍ୱିଟ କରିଥିଲେ ଯେ,”କଣ ତୁମେ ଠିକ ଅଛ? ମତେ ଲାଗୁନି କି ତୁମେ ଠିକ ଅଛ”।ଏହାର ଉତ୍ତରରେ ବାଂଲାଦେଶୀ ଲେଖିକା ଲେଖିଥିଲେ ଯେ,” ଘୃଣା କରୁଥିବା ଲୋକମାନେ ଜାଣିଛନ୍ତି କି ମୋଇନ ଅଲ୍ଲିଙ୍କୁ ନେଇ ମୋ ଟ୍ୱିଟ କେବଳ ଏକ ମଜା ଥିଲା,କିନ୍ତୁ ଲୋକମାନେ ମତେ ଅପମାନିତ କରିବାକୁ ଏହାକୁ ଏକ ବଡ ବିଷୟ ବନେଇଦେଲେ। ଏହା ଏଥିପାଇଁ ହେଲା କାରଣ ମୁଁ ମୁସଲିମ ସମାଜକୁ ଏକ ଧର୍ମ ନିରପେକ୍ଷ ବନେଇବାକୁ ପ୍ରୟାସ କରେ”। ଏହାର ଉତ୍ତରରେ ଅର୍ଚର ପୁଣି ଲେଖିଲେଯେ,”ବ୍ୟଙ୍ଗ? କେହିବି ହସୁ ନାହାଁନ୍ତି,ଆପଣ ବି ନୁହେଁ,ଆପଣ ଅତି କମରେ ଏହା କରିପାରିବେକି ଏହି ଟ୍ୱିଟକୁ ହଟେଇଦିଅନ୍ତୁ।”

Google

ଅର୍ଚରଙ୍କ ଛାଡ ଇଂଲଣ୍ଡର ପୂର୍ବତନ ଖେଳାଳି ରିୟାନ ସାଇଡବୋତ୍ତମ ମଧ୍ୟ ନସରିନଙ୍କୁ ଟ୍ୱିଟ ହଟେଇବାକୁ ଉପଦେଶ ଦେଇଥିଲେ। ସେ ଲେଖିଥିଲେ,”ମତେ ଲାଗୁଛି ଆପଣଙ୍କୁ ଏହା ଚେକ କରିବାର ଅଛି ଯେ ଆପଣ ଠିକ ଅନୁଭବ କରୁଛନ୍ତିକି ନାହିଁ। ଭଲ ହେବ ଯଦି ଆପଣ ନିଜର ଆକାଉଣ୍ଟ ହିଁ ହଟେଇଦେବେ।”

Google
ଇଂଲଣ୍ଡ ଘରୋଇ ଖେଳରେ ବି ଦୁର୍ବ୍ୟବହାର:

ଇଂଲଣ୍ଡ କ୍ରିକେଟ ଟିମ ପୂର୍ବରୁ ସେଠାକର ଘରୋଇ ଫୁଟବଲ ଟିମ ମଧ୍ୟ ସୋସିଆଲ ମିଡ଼ିଆର ବହିଷ୍କାର କରିବାର କଥା କହିସାରିଛନ୍ତି। ପୂର୍ବ ସପ୍ତାହରେ ହିଁ ସ୍କାଟିଶ ଚମ୍ପିୟାନ ରେଞ୍ଜର୍ସ ଏବଂ ଇଂଲଣ୍ଡର ଦ୍ୱିତୀୟ ସ୍ତରର ଟିମ ସ୍ୱାନସି ସିଟିର କେତେକ ଖେଳାଳି କହିଥିଲେ ଯେ ସେମାନେ ଏକ ସପ୍ତାହ ପାଇଁ ସୋସିଆଲ ମିଡ଼ିଆ ତ୍ୟାଗ କରିବେ। ସେମାନେ ଏହି ଫଇସଲା ଅଶ୍ଳୀଳ ଦୁର୍ବ୍ୟବହାର ପରେ ନେଇଥିଲେ ବୋଲି ଜଣା ଯାଇଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *