IND VS ENG: ଭାରତ ପାଇଁ ବହୁତ “କଠିନ” ସାବ୍ୟସ୍ତ ହେଲା ଅମ୍ପାୟାରଙ୍କ ସଫ୍ଟ ସିଗନାଲ,କଣ କହୁଛି ICC ର ନିୟମ।

ଅମ୍ପାୟାର କଲ ଓ ସଫ୍ଟ ସିଗନାଲ ବର୍ତ୍ତମାନ ସମୟରେ ଏଭଳି ଦୁଇଟି ନିୟମ ଯାହା ଦ୍ଵନ୍ଦକୁ ଜନ୍ମଦେଇଥାଏ। ବୋଲର ଓ ବ୍ୟାଟ୍ସମ୍ୟାନ ଏହା ଦ୍ଵାରା ଅନେକ ସମୟରେ ନିରାଶ ହୋଇଥାନ୍ତି ଓ ଅନେକ ସମୟରେ ଟିମକୁ ମଧ୍ୟ ଏହା ଦ୍ଵାରା କ୍ଷତି ସହିବାକୁ ପଡିଥାଏ। ଭାରତ ଓ ଇଂଲଣ୍ଡ ମଧ୍ୟରେ ମଧ୍ୟ ଚତ୍ରୁର୍ଥ ଟି-୨୦ରେ ଏପରି ହେଲା। ଏହି ମ୍ୟାଚରେ ଅମ୍ପାୟାରଙ୍କ ଦୁଇଟି ସଫ୍ଟ ସିଗନାଲ ଭାରତୀୟ ଟିମ ଉପରେ ଭାରି ପଡିଲା। ଯଦି ଅମ୍ପାୟାର ସେହି ସିଗନାଲ ଦେଇନଥାନ୍ତେ ତବେ ଭାରତର ସ୍କୋର ୧୮୫ ରେ ୮ ହେବା ଅପେକ୍ଷା ୧୯୦ ବା ୨୦୦ ରନ ସ୍କୋର ହେବାର ସଫଳ ହୋଇଥାନ୍ତା।

Google

ଭାରତ ଓ ଇଂଲଣ୍ଡ ମଧ୍ୟରେ ଚତ୍ରୁର୍ଥ ଟି-୨୦ ଗୁରୁବାରକୁ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚରେ ଭାରତର ଦୁଇଟି ଖେଳାଳି ଅମ୍ପାୟାରଙ୍କ ସଫ୍ଟ ସିଗନାଲ ପାଇଁ ଆଉଟ ହେଲେ। ସର୍ବ ପ୍ରଥମେ ସୂର୍ଯ୍ୟକୁମାର ଯାଦବ ଏହା ଦ୍ଵାରା ଆଉଟ ହେଲେ । ସେ ୩୧ ବଲରେ ୫୭ ରନ କରିଥିଲେ। ଦ୍ୱିତୀୟ ଆଉଟ ହୋଇଥିବା ବ୍ୟାଟ୍ସମ୍ୟାନ ହେଉଛନ୍ତି ୱାସିଙ୍ଗଟନ ସୁନ୍ଦର ଯିଏକି ୨ ବଲରେ ୪ ରନ ବନେଇଥିଲେ।

ସୂର୍ଯ୍ୟକୁମାର ଯାଦବ ଯେବେ ୫୭ ରନରେ ଖେଳୁଥିଲେ ସେ ସାମ କରନଙ୍କ ବଲରେ ପ୍ୟଡ଼ଲ ସୁଇପ ଖେଳିବାର ନଜର ଆସିଥିଲେ । ବଲ ଫଇନ ଲେଗରେ ଠିଆ ହୋଇଥିବା ଡେଭିଡ ମିଲନଙ୍କ ହାତକୁ ଗଲା। ମଲାନ ଜମ୍ପ କରି କ୍ୟାଚ ଧରିଲେ ଓ ଏହା ପରେ ଅପିଲ ହେଲା। ଅମ୍ପାୟାର ଆଉଟର ସଫ୍ଟ ସିଗନାଲ ଦେଇ ଥାର୍ଡ ଅମ୍ପାୟାରକୁ ଏହାର ନିସ୍ପତି ନେବାକୁ କହିଲେ। ସେହି ରିଭ୍ୟୁରେ ସମ୍ପର୍ଣ୍ଣ ଜଣାପଡୁନଥିଲା କି ମଲାନ କ୍ୟାଚ ଧରିଛନ୍ତି କି ନାହିଁ। ସାଧାରଣ ଭାବେ ଯେବେ ଜଣାପଡିନଥାଏ ସେବେ ବ୍ୟାଟ୍ସମ୍ୟାନଙ୍କୁ ନଟ ଆଉଟ କରାଯାଇଥାଏ। କିନ୍ତୁ ଏଠାରେ ଅମ୍ପାୟାର ସଫ୍ଟ ସିଗନାଲ ଆଉଟ ଦେଇଥିବା ଯୋଗୁ ସୂର୍ଯ୍ୟକୁମାରଙ୍କୁ ଆଉଟ ଦିଆଗଲା।

Google

ସୁନ୍ଦର ମଧ୍ୟ ସୂର୍ଯ୍ୟକୁମାରଙ୍କ ଭଳି ଅମ୍ପାୟାରଙ୍କ ସଫ୍ଟ ସିଗନାଲଙ୍କ ଶିକାର ହେଲେ। ସେ ଜୋଫ୍ରା ଆର୍ଚ୍ଚରଙ୍କ ବଲରେ ଥାର୍ଡମ୍ୟାଙ୍କୁ ସର୍ଟ ଖେଳିଥିଲେ। ଏହାର କ୍ୟାଚ ଆଦିଲ ରାସିଦ ଧରିଥିଲେ ଓ ସେ ବାଉଣ୍ଡରିର ପୁରା ପାଖାପାଖି ଥିଲେ ତେଣୁ ଅମ୍ପାୟାର ଥାର୍ଡ ଅମ୍ପାୟାରଙ୍କ ସାହାଯ୍ୟ ମାଗିଲେ। ଏହା ପୂର୍ବରୁ ସେ ଆଉଟର ସଫ୍ଟ ସିଗନାଲ ଦେଇଥିଲେ। ଯେଉଁପରି ସୂର୍ଯ୍ୟକୁମାରଙ୍କ ସହ ହେଲା ସେହିପରି ସୁନ୍ଦରଙ୍କ ସହ ହେଲା ଟିଭିରେ ରିପ୍ଲାଏରେ ଲାଗୁଥିଲା ରାସିଦଙ୍କ ଗୋଡ଼ ବାଉଣ୍ଡରିରେ ବାଜୁଛି। କିନ୍ତୁ ପୁରା ନିର୍ଦ୍ଧିଷ୍ଟ ନଥିଲା। ଏଥିପାଇଁ ଅମ୍ପାୟାରଙ୍କ ସଫ୍ଟ ସିଗନାଲ ଫଇସଲାକୁ ହିଁ ମାନାଗଲା।

ଅମ୍ପାୟାର କଣ ପାଇଁ ଦେଇଥାନ୍ତି ସଫ୍ଟ ସିଗନାଲ:

ଅନେକ କ୍ରିକେଟପ୍ରେମୀଙ୍କ ମନରେ ଏହି ପ୍ରଶ୍ନ ଆସୁଥିବ କି ଅମ୍ପାୟାର ସଫ୍ଟ ସିଗନାଲ କଣ ପାଇଁ ଦେଇଥାନ୍ତି। ଏହାର ଉତ୍ତର ଆଇସିସିର ନିୟମରେ ଲୁଚିଛି। ନିୟମ କହୁଛି ଯଦି ଅମ୍ପାୟାର କୌଣସି ନିସ୍ପତିକୁ ନେଇ ପୁରା ସ୍ଥିର ନୁହେଁ ତେବେ ସେ ଥାର୍ଡ ଅମ୍ପାୟାରଙ୍କ ସହଯୋଗ ନେଇପାରିବ। କିନ୍ତୁ ଏପରି କରିବା ପୂର୍ବରୁ ତାକୁ ଏକ ସଫ୍ଟ ସିଗନାଲ ଦେବାକୁ ହେବ। ଏହି ସିଗନାଲ ଆଉଟ ବା ନଟଆଉଟର ହୋଇଥାଏ। ଅମ୍ପାୟାରଙ୍କ ଏହି ସଫ୍ଟ ସିଗନାଲ ସେବେ ଫାଇନାଲ ଫଇସଲା ହୋଇଥାଏ ଜେବେ ଥାର୍ଡ ଅମ୍ପାୟାର ମଧ୍ୟ ଫଇସଲାକୁ ନେଇ ନିଶ୍ଚିନ୍ତ ନଥାଏ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *